୧୪ ବର୍ଷ ପରେ ଭାରତ ଆସିବେ ଲିଓନେଲ୍ ମେସି, ୩ ସହର ଯାତ୍ରା କରିବେ; ସଚିନ-ବିରାଟ-ରୋହିତଙ୍କ ସହ ଖେଳିବେ

Published By : Prameya-News7 Bureau | August 02, 2025 IST

ନୂଆଦିଲ୍ଲୀ: ଫୁଟବଲ୍‌ର କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସି ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ୧୪ ବର୍ଷ ପରେ ଭାରତ ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମେସି ୨୦୧୧ରେ ଭାରତ ଗସ୍ତ କରିଥିଲେ। ଏହି ଗସ୍ତରେ ଲିଓନେଲ୍ ମେସି ଭାରତର ୩ଟି ସହର ଯାତ୍ରା କରିବେ। ଏହା ସହିତ ଭାରତରେ ଏକ କ୍ରିକେଟ୍ ମ୍ୟାଚ୍ ଖେଳିବେ ବୋଲି କୁହାଯାଉଛି। ଏହି କ୍ରିକେଟ୍ ମ୍ୟାଚ୍‌ରେ ସଚିନ୍ ତେନ୍ଦୁଲକର, ଏମ୍ଏସ୍ ଧୋନି, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ମଧ୍ୟ ଆକ୍ସନରେ ଦେଖିବାକୁ ମିଳିବ। 

ସୂଚନା ଅନୁଯାୟୀ, ଲିଓନେଲ୍ ମେସି ଡିସେମ୍ବରରେ ଭାରତ ଗସ୍ତରେ ଆସିବେ। ସେ କୋଲକାତା, ମୁମ୍ବାଇ ଏବଂ ଦିଲ୍ଲୀ ଯାତ୍ରା କରିବେ। ଏହି କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ମୁମ୍ବାଇର ୱାଙ୍ଖଡେରେ ଏକ କ୍ରିକେଟ୍ ମ୍ୟାଚ୍ ଖେଳିବେ। ଯଦିଓ, ଲିଓନେଲ୍ ମେସି ନିଜେ ଏପର୍ଯ୍ୟନ୍ତ ଏହା ଘୋଷଣା କରିନାହାନ୍ତି, କିନ୍ତୁ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Also read: ଜାଡେଜା ଭର୍ସେସ୍ ଷ୍ଟୋକ୍ସ: ଟେଷ୍ଟ କ୍ରିକେଟରେ କାହାର ପଲା ଭାରି ?

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ମେସିଙ୍କ ଏହି ଯାତ୍ରାକ ନେଇ ସବୁ ଚୂଡ଼ାନ୍ତ ହୋଇଛି। କେବଳ ମେସିଙ୍କ ପକ୍ଷରୁ ଏକ ଆନୁଷ୍ଠାନିକ ଘୋଷଣାର ବାକି ରହିଛି। ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଖୁବ୍ ଶୀଘ୍ର ଘୋଷଣା କରାଯାଇପାରେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ପ୍ରସ୍ତାବିତ ଗସ୍ତର କାର୍ଯ୍ୟସୂଚୀ ଉପରେ ସହମତ ହୋଇଛୁ। ଆମେ କେବଳ ତାଙ୍କ ସୋସିଆଲ ମିଡିଆରୁ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରିଛୁ, ଯାହା ଖୁବ୍ ଶୀଘ୍ର ଆସିବ ବୋଲି ମୁମ୍ବାଇ କ୍ରିକେଟ୍ ଆସୋସିଏନ ପକ୍ଷରୁ କୁହାଯାଇଛି।

ଲିଓନେଲ୍ ମେସି ଭାରତ ଗସ୍ତରେ ଡିସେମ୍ବର ୧୨ରେ ପ୍ରଥମେ କୋଲକାତାରେ ପହଞ୍ଚିବେ। ଏଠାରେ ସେ ଦୁଇ ଦିନ ରହିବେ। ସେ ସୌରଭ ଗାଙ୍ଗୁଲିଙ୍କ ସହିତ ଇଡେନ୍ ଗାର୍ଡେନ ମଧ୍ୟ ପରିଦର୍ଶନ କରିବେ। ପିଟିଆଇ ପକ୍ଷରୁ କୁହାଯାଇଛି ଆମେ ଲୋକଙ୍କୁ ଭ୍ରମିତ କରିବାକୁ ଚାହୁଁନାହିଁ। ବିଶେଷ କରି  ଏହା ମେସିଙ୍କ ପାଇଁ ଏକ ଉତ୍ସବ ହେବ। ମେସି ସୌରଭ ଗାଙ୍ଗୁଲି, ଲିଆଣ୍ଡର ପେସ୍, ଜନ୍ ଆବ୍ରାହମ୍, ବାଇଚୁଙ୍ଗ୍ ଭୁଟିଆ ଆଦିଙ୍କ ସହିତ ଏକ ସାତ-ଦଳୀୟ ସଫ୍ଟ-ବଲ୍, ସଫ୍ଟ-ଟଚ୍ ଖେଳରେ GOAT କପ୍ ଖେଳିବେ। ଏହା ମେସିଙ୍କ ସମ୍ମାନାର୍ଥେ ଏକ ଉତ୍ସବ ହେବ।

ଦର୍ଶକମାନେ ଟିକେଟ୍ କିଣି ଷ୍ଟାଡିୟମକୁ ଯାଇ ସେମାନଙ୍କ ପ୍ରିୟ ଖେଳାଳିଙ୍କ ଖେଳ ଉପଭୋଗ କରି ପାରିବେ। ଏହି ମ୍ୟାଚରେ ଟିକେଟ୍ ମୂଲ୍ୟ ପ୍ରାୟ ୩୫୦୦ ଟଙ୍କା ହେବ। ଆଶା କରାଯାଉଛି ଯେ ପ୍ରାୟ ୬୮ ହଜାର ଦର୍ଶକ ଷ୍ଟାଡିୟମକୁ ଆସିବେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଡେନ୍ ଗାର୍ଡେନରେ ଲିଓନେଲ୍ ମେସିଙ୍କୁ ସମ୍ମାନିତ କରିବେ।

ରିପୋର୍ଟରେ ସ୍ପଷ୍ଟ କରାଯାଇଛି ଯେ ଲିଓନେଲ ମେସି କ୍ରିକେଟ୍ ଖେଳିବେ ନାହିଁ। ମେସି ଡିସେମ୍ବର ୧୪ରେ ମୁମ୍ବାଇ ପହଞ୍ଚିବେ। ମେସି ୱାଙ୍ଖଡେରେ GOAT କପ୍ ମଧ୍ୟ ଖେଳିବେ। ରିପୋର୍ଟରେ ସ୍ପଷ୍ଟ କରାଯାଇଛି ଯେ ମେସି କ୍ରିକେଟ୍ ମ୍ୟାଚ୍ ଖେଳିବେ ନାହିଁ। ଏହା ପରେ ମେସି ଡିସେମ୍ବର ୧୫ରେ ଦିଲ୍ଲୀ ଆସିବେ। ଦିଲ୍ଲୀରେ ମେସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଉଲ୍ଲେଖନୀୟ ପୂର୍ବରୁ ମେସି ୨୦୧୧ ଅଗଷ୍ଟ ରେ ଭାରତ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.