ଦିନରେ ଗୁଳୁଗୁଳି, ରାତିରେ ବର୍ଷା ; ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁ ଭାଁ ବର୍ଷା ସମ୍ଭାବନା

Published By : Prameya-News7 Bureau | August 03, 2025 IST

ଭୁବନେଶ୍ୱର ୦୩।୦୮ :  ପାଗ ପ୍ରାୟତଃ ଶୁଖିଲା । ଖରା ଟାଣ ହେବା ସହ ଗରମ ବି ବଢ଼ିଛି । ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି ନୟାଗଡ଼ରେ । ଭୁବନେଶ୍ୱର ତାପମାତ୍ରା ବି ୩୬ ଡିଗ୍ରୀ  ଛୁଇଁଛି, ଯାହାକି ସ୍ୱାଭାବିକଠାରୁ ୩.୨ ଡିଗ୍ରୀ  ଅଧିକ । ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିଲା । ପାଣିପାଗ  ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏବେ ବଡ଼ ବର୍ଷା ସମ୍ଭାବନା ନାହିଁ । 

ରବିବାର  ଓ ସୋମବାର ଉତ୍ତର ଓଡ଼ିଶାର ଅଳ୍ପ  କେତେକ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ଜାଗାରେ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ । ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ ପାଶ୍ୱର୍ବର୍ତ୍ତୀ  ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ପବନ  ଆଶଙ୍କା ରହିଛି । 

ମଙ୍ଗଳବାର ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ । ବୁଧବାର (୬ ତାରିଖ)ଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି ସୂଚନା ଦେଇଛି । ଶନିବାର ଚାନ୍ଦବାଲି, ପୁରୀ, ବାରିପଦା, ତାଳଚେର, ଛତ୍ରପୁର,  ଜଗତସିଂହପୁର, ପାରଳାଖେମୁଣ୍ଡିରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.