ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଆହତ, ବାମ ଗୋଡ଼ରେ ଲାଗିଛି ସାମାନ୍ୟ ଆଘାତ

Published By : Prameya-News7 Bureau | June 08, 2025 IST

କଟକ ୦୮।୦୬ : ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଆହତ । କଟକ ଗସ୍ତ ବେଳେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଆହତ ହୋଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି । ଯାହାପରେ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ସୋମବାର ଦିନ କଟକ ଗସ୍ତରେ ଯାଉଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଜିଲ୍ଲାପାଳଙ୍କ ଅଫିସ ପାହାଚରେ ଯାଉଥିଲେ ବେଳେ ହଠାତ୍‌ ଉପମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଖସିଯାଇଥିଲା । ଯାହାଫଳରେ ଉପମୁଖ୍ୟମନ୍ତ୍ରୀ ଵାମପାଦରେ ସାମାନ୍ୟ ଆଘାତ ଲାଗିଛି । ଏହାପରେ ତୁରନ୍ତ ତାଙ୍କୁ ଏସ୍‌ସିବି ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଫେରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.