JNUରେ ‘କୁଳପତି’ ସ୍ଥାନରେ ଏଣିକି ବ୍ୟବହାର ହେବ ‘କୁଳଗୁରୁ’

Published By : Prameya-News7 Bureau | June 03, 2025 IST

ନୂଆଦିଲ୍ଲୀ: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ଏବେ ଏହି ବିଶ୍ୱବିଦ୍ୟାଳୟରେ କୁଳପତି ଶବ୍ଦ ପରିବର୍ତ୍ତେ କୁଳଗୁରୁ ବ୍ୟବହାର କରାଯିବ । ସୂଚନା ଅନୁସାରେ ଲିଙ୍ଗଗତ ସମାନତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡ଼ି ପଣ୍ଡିତ ନିଜେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ ପରିଷଦ ବୈଠକରେ ରଖିଥିଲେ, ଯାହା ଉପରେ ସହମତି ମିଳିଛି ।

ଏହି ନିଷ୍ପତ୍ତି ଉପରେ ସୂଚନା ଦେଇ ଜେଏନୟୁ କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଲପୁଡ଼ି ପଣ୍ଡିତ କହିଛନ୍ତି, 'କୁଳଗୁରୁ ଲିଙ୍ଗ-ନିରପେକ୍ଷ ଅଟେ । ଗୁରୁ ଏକ ଶିକ୍ଷାନୁଷ୍ଠାନ ପ୍ରମୁଖ ପାଇଁ ଉପଯୁକ୍ତ ଶବ୍ଦ ଅଟେ ଓ ଏହା ସବୁ ଭାରତୀୟ ଭାଷାରେ ମଧ୍ୟ ଅଛି । ଅନ୍ୟପଟେ ‘ପତି’ ଶବ୍ଦ ଅନେକ କିଛିକୁ ଦର୍ଶାଉଛି । ଏହି କାରଣରୁ ମୋତେ କୁଳଗୁରୁ ଶବ୍ଦ ଅଧିକ ଉପଯୁକ୍ତ ଲାଗୁଛି ।' 

 ସୂଚନା ଅନୁସାରେ ଏହି ନିଷ୍ପତ୍ତି ଚଳିତ ବର୍ଷ ଅର୍ଥାତ୍ ୨୦୨୫ରେ ଲାଗୁ ହୋଇପାରେ । ଏହାକୁ ସ୍ନାତକ ସାର୍ଟିଫିକେଟ୍ ଓ ଅନ୍ୟ ଡକ୍ୟୁମେଣ୍ଟରେ ସାମିଲ କରାଯିବ । ଅର୍ଥାତ୍ ଭାଇସ୍ ଚାନ୍ସଲର ଏବେ ଯେଉଁ ସବୁ ଦସ୍ତାବିଜରେ ହସ୍ତାକ୍ଷର କରିବେ, ସେଥିରେ କୁଳପତି ସ୍ଥାନରେ କୁଳଗୁରୁ ଲେଖାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.