ସିଂହ ରାଶି ବ୍ୟକ୍ତିଙ୍କୁ ବ୍ୟବସାୟରେ ଉନ୍ନତି ମିଳିବ, ଅପେକ୍ଷା କରୁଥିବା କାମ ସଂପୂର୍ଣ୍ଣ ହେବ

Published By : Prameya-News7 Bureau | July 29, 2025 IST

ମେଷ: ପରିଶ୍ରମ ଅଧିକ ହେବ। ନୂଆ କାମ ଆରମ୍ଭ ପାଇଁ ଭଲ ସମୟ ରହିଛି। ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ, ସଫଳତା ମିଳିବ। ଅପେକ୍ଷା କରୁଥିବା କାମ ସଫଳ ହେବ। ସନ୍ତାନଙ୍କ ଦ୍ୱାରା ଖୁସି ଖବର ମିଳିବ।

ବୃଷ: ଧନ ବ୍ୟୟ ହୋଇପାରେ, ତେଣୁ ସାବଧାନ ରହିବା ଆବଶ୍ୟକ। ପରିବାରରେ ଭଲ ମାହୋଲ ରହିବ।  କାର୍ଯ୍ୟକ୍ଷେତ୍ରରେ ସାଧାରଣ ଫଳ ମିଳିବ। ବନ୍ଧୁଙ୍କ ସହ ଭେଟ ହେବ। ନୂଆ ଯୋଜନା ଉପରେ ଚିନ୍ତା କରିବେ।

ମିଥୁନ: ମନ ଅସ୍ଥିର ରହିପାରେ। ଧୈର୍ଯ୍ୟ ରଖିବା ଦରକାର। ପୁରୁଣା କଥା ମନକୁ ଅସ୍ତବ୍ୟସ୍ତ କରିପାରେ। ଅନାବଶ୍ୟକ ଚିନ୍ତା କଲେ ସମସ୍ୟା ବଢ଼ିପାରେ। ଅନୁଭବ ଓ ବୁଦ୍ଧିକୁ ବ୍ୟବହାର କରନ୍ତୁ।

କର୍କଟ: ଦୈନିକ କାର୍ଯ୍ୟ ଭଲ ଭାବେ ହେବ। ବ୍ୟବସାୟ ଓ ଚାକିରିରେ ଉନ୍ନତି ଦେଖାଯିବ। ପ୍ରେମ ସମ୍ପର୍କ ମଧୁର ହେବ। ବଡ଼ମାନଙ୍କର ଆଶୀର୍ବାଦ ମିଳିପାରେ। ସନ୍ତାନ ପ୍ରତି ଦାୟିତ୍ୱ ବଢ଼ିପାରେ।

ସିଂହ: ଚାକିରି ଜୀବନରେ ନୂଆ କିଛି ଘଟିପାରେ। ପରିବାରରେ ସମ୍ମାନ ବଢ଼ିବ। ବ୍ୟବସାୟରେ ଉନ୍ନତି ଘଟିପାରେ। ଅପେକ୍ଷା କରୁଥିବା କାମ ସଫଳତାର ସହ ହେବ।

କନ୍ୟା: ମନ ଶାନ୍ତ ଓ ଆନନ୍ଦିତ ରହିବ। ଜୀବନରେ ନୂଆ ଅଭିଜ୍ଞତା ଆସିପାରେ। ଶିକ୍ଷା ଓ ଯାତ୍ରାରେ ଲାଭ ମିଳିପାରେ। ଆତ୍ମୀୟମାନଙ୍କ ଦ୍ୱାରା ସାହାଯ୍ୟ ମିଳିପାରେ। ଧନ ଲାଭ ରହିବ।

ତୁଳା: ଧନ ଲାଭ ହେବାର ସୁଯୋଗ ଅଛି। ବ୍ୟବସାୟରେ ନୂଆ ଯୋଜନା ଆରମ୍ଭ କରିପାରିବେ। ମନ ଆନନ୍ଦ ଓ ସକାରାତ୍ମକତାରେ ଭରିରହିବ।

ବୃ: ଆତ୍ମବିଶ୍ୱାସ ଓ ଧୈର୍ଯ୍ୟ ସଫଳ କରିପାରିବ। କାମ କ୍ଷେତ୍ରରେ ନିଜର ଅନୁଭବ ବ୍ୟବହାର କରନ୍ତୁ। ବ୍ୟବସାୟ ଓ ଚାକିରିରେ ନୂଆ ସୁଯୋଗ ମିଳିପାରେ। ପ୍ରେମ ସମ୍ପର୍କ ମଧୁର ରହିବ। ଅନ୍ୟମାନଙ୍କର ସହଯୋଗ ମିଳିପାରେ।

ଧନୁ: ମନ ଅସ୍ଥିର ଓ ଦ୍ବନ୍ଦ୍ବ ଭିତରେ ରହିପାରେ। ଅନେକ ଭାବନା ନେଇ ବ୍ୟସ୍ତ ରହିବେ। ଧନ ଖର୍ଚ୍ଚ ଅଧିକ ହେବ। କୌଣସି କାମ ନିମନ୍ତେ ମନ ନିଷ୍ପତ୍ତି ନେବା ଦରକାର। ତଥାପି ଧୈର୍ଯ୍ୟ ଓ ସମୟ ଭଲ ଫଳ ଦେଇପାରେ।

ମକର: କର୍ମ କ୍ଷେତ୍ରରେ ସଫଳତା ମିଳିପାରେ। ସହଯୋଗୀଙ୍କଠାରୁ ଆଶାଜନକ ସାହାଯ୍ୟ ମିଳିପାରେ। ପରିବାର ମଧ୍ୟରେ ଶୁଭ କାର୍ଯ୍ୟ ଘଟିପାରେ। ଧନ ଲାଭ ଓ ନୂଆ ଅନୁଭବ ମିଳିବ। ମନ ଶାନ୍ତ ରହିବ।

କୁମ୍ଭ: ଅନେକ ଦିନର ଚିନ୍ତା କମିଯିବ। ଅନେକ କାମ ଶୁଭ ରୂପେ ସମାପ୍ତ ହେବ। ବୃଦ୍ଧି ଓ ଅଗ୍ରଗତି ଦେଖିବେ। ସ୍ୱାସ୍ଥ୍ୟ ସାଧାରଣ ରହିପାରେ। ମନରେ ସନ୍ତୋଷ ଅନୁଭବ କରିବେ।

ମୀନ: ଧାର୍ମିକ ଭାବନା ବଢ଼ିପାରେ। ମନ ଶାନ୍ତ ଓ ଆନନ୍ଦ ରହିବ। ଉପକାର ଓ ସେବା କାମରେ ଭାଗ ନେବେ। ପରିବାର ମଧ୍ୟରେ ସମ୍ମାନ ଓ ମିଳନ ଘଟିବ। ନିଜ ଶ୍ରଦ୍ଧା ବୃଦ୍ଧି ପାଇବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ- 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.