କର୍କଟ ରାଶି ବ୍ୟକ୍ତିଙ୍କ ପାଇଁ ଦିନଟିରେ ଉନ୍ନତି ଆଶାନୁରୂପ ହେବ, ଚାକିରିରେ ସଫଳତା ମିଳିବ

Published By : Prameya-News7 Bureau | June 24, 2025 IST

ମେଷ- ରାଶିକୁ ନବମ ଚନ୍ଦ୍ର। ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣିପାରନ୍ତି। ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତ୍ତି ନେବେ। ମନରେ ବିଷାଦଭାବ ସହିତ କିଛି ବିପଦର ସୂଚନା ମିଳିପାରେ। ଛାତ୍ରଛାତ୍ରୀମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ।

ବୃଷ- ରାଶିକୁ ଅଷ୍ଟମ ଚନ୍ଦ୍ର ହୋଇଥିବାରୁ ସାମାନ୍ୟ ଦେହ ପୀଡ଼ା ରହିବ। ଆୟଠାରୁ ବ୍ୟୟ ବୃଦ୍ଧି ହେବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ। ପତିପତ୍ନୀଙ୍କ ପାଇଁ ଦିନଟି ଏତେ ଖାସ ହେବ ନାହିଁ। କୌଣସି କାର୍ଯ୍ୟକୁ ନେଇ ମନସ୍ତାପ କରିପାରନ୍ତି। ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ।

ମିଥୁନ- ସବୁ କର୍ମରେ ଆପଣ ଯୋଗ ଦାନ ଦେବେ। ଅଟକିଥିବା କାର୍ଯ୍ୟର ଅନ୍ତ ଘଟିବ। ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଫଳ ପ୍ରାପ୍ତ ହେବ। ଉଚ୍ଚ ପଦବୀ ମିଳିବାର ଯୋଗ ଅଛି। ଦମ୍ପତିମାନେ ଖୁସିରେ ଦିନଟି କାଟିବେ। ବିବିଧ ସୁଖ ପ୍ରାପ୍ତିର ଯୋଗ ରହିଛି।

କର୍କଟ- ଚାକିରିରେ ସଫଳତା ମିଳିବ। ଦିନଟିରେ ଉନ୍ନତି ଆଶାନୁରୂପ ହେବ। ବିଦେଶ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। କିଛି ଲୁଚି ରହିଥିବା ମିଥ୍ୟା ସର୍ବ ସମ୍ମୁଖକୁ ଆସିପାରେ। ସୁଖ ସୌଭାଗ୍ୟ ଲାଭ ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ ଦ୍ରବ୍ୟ ଲାଭ ଯୋଗ ରହିଛି।

ସିଂହ- ଦିନଟିରେ ଆପଣ ଚିନ୍ତାରେ ପଡ଼ିବେ। ସନ୍ତାନଙ୍କ ସହ ବିବାଦ ହୋଇପାରେ। ଜୀବନ ସାଥିଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନ୍ନତି ଦେଖାଦେବ। ଆର୍ଥିକ ଚିନ୍ତା ରହିବ। ଧନ ହlନି ଯୋଗ ରହିଛି। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ।

କନ୍ୟା- ରାଶିକୁ ଚତୁର୍ଥ ଚନ୍ଦ୍ର ହେତୁ ଦିନଟି ବାଦବିବାଦ ଦେଇ ଗତି କରିବ। କର୍ମ କ୍ଷେତ୍ରରେ ମାନ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗିପାରେ। ବନ୍ଧୁ ମିଳନର ଯୋଗ ରହିଛି ଓ ଅର୍ଥ ପ୍ରାପ୍ତି ହୋଇପାରେ।

ତୁଳା- ତୁଳା ରାଶିକୁ ଘାତ ଚନ୍ଦ୍ର। ମନରେ ସାଧାରଣତଃ ଅଶାନ୍ତି ସୃଷ୍ଟି ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ଅପବାଦ ଭୟ ସୃଷ୍ଟି ହେବ। ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସାମାନ୍ୟ ବିଗିଡ଼ିବ। ବିଦ୍ୟାର୍ଥୀମାନେ ପାଠରେ ମନଯୋଗ ଦେବେ। କଳହଠାରୁ ଦୂରେଇ ରୁହନ୍ତୁ।

ବିଛା- ଦିନଟିରେ ଅର୍ଥ ବ୍ୟୟର ଯୋଗ ରହିଛି। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ। କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସାମାନ୍ୟ ବିଳମ୍ବ ହେବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ସାମାନ୍ୟ ଅର୍ଥାଭାବ ଦେଖା ଦେବ। ମନରେ ବ୍ୟାକୁଳତା ଦେଖା ଦେବ।

ଧନୁ- ରାଶିକୁ ଶ୍ରୀ ଚନ୍ଦ୍ର ଯୋଗ ରହିଛି। ଦିନଟି ଉତ୍ତମ ଫଳ ଦେବ। ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ନିରବତା ରକ୍ଷା କରିବା ନିହାତି ଆବଶ୍ୟକ। ଦମ୍ପତିମାନଙ୍କର ଦୂର ଯାତ୍ରାର ଯୋଗ ରହିଛି। ବିଦ୍ୟାର୍ଥୀମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ।

ମକର- ଆୟ ଠାରୁ ବ୍ୟୟ ଅଧିକ ରହିବ। ବନ୍ଧନ ଭୟ ରହିଥିବାରୁ ଦୂର ଯାତ୍ରା ନିଷେଧ। ବିଦ୍ୟାର୍ଥୀମାନେ ବହୁପରିଶ୍ରମରେ ଅଳ୍ପ ବିଷୟରେ କରିବେ। ଚାକିରିରେ ବିଳମ୍ବ ଯୋଗ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖା ଦେବ। ବନ୍ଧୁଙ୍କ ପାଇଁ ଅଯଥା ଖର୍ଚ୍ଚାନ୍ତ ହେବେ ।

କୁମ୍ଭ- ଘାତ ଚନ୍ଦ୍ର ରହିଥିବାରୁ ସତର୍କ ହୋଇ ଚଳିବେ। ମିଳୁନଥିବା ଥିବା ଧନକୁ ପାଇ ଖୁସି ହେବେ। କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ଜଗିରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ। ବିଦ୍ୟାର୍ଥୀଙ୍କ ପରିଶ୍ରମ ସଫଳତା ଦେବ। ନୂତନ ସୁଯୋଗ ପ୍ରାପ୍ତି ହେବ।

ମୀନ- ଦଶମ ଚନ୍ଦ୍ର ହେତୁ ଦିନଟି ବହୁତ ଖୁସି ଖବର ଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶତ୍ରୁଙ୍କ ପରାଜୟ ହେବ। କର୍ମକ୍ଷେତ୍ରରେ ନୂତନ ପଦ ପଦବୀରେ ଯୋଗଦାନ କରିବେ। ବ୍ୟବସାୟ ଖୁବ୍ ଭଲ ହେବ। ଆଶା କରିଥିବା ଜିନିଷ ସହଜରେ ପ୍ରାପ୍ତି ହେବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଖୁବ ଉତ୍ତମ ରହିଛି।

ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ- 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.