ମେଷ- ସବୁ କ୍ଷେତ୍ରରେ ଶୁଭ ହେବ । ଅଟକିଥିବା କାର୍ଯ୍ୟର ସମାପ୍ତି ଘଟିବ। ଦୁର୍ଜନଙ୍କ ଠାରୁ ଦୂରେଇ ରହିଲେ ଭଲ । ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅନ୍ତୁ।
ବୃଷ- ମନରେ ଶତ୍ରୁମାନଙ୍କ ପ୍ରତି ଭୟ ଭାବ ରହିବ । ଆତ୍ମନିର୍ଭରଶୀଳ ହୁଅନ୍ତୁ ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତ । ଜୀବନ ଅସଂଗଠିତ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି । ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ପିଲାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବ ।
ମିଥୁନ- କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇପାରେ। ବ୍ୟବସାୟରେ ଉନ୍ନତି ହେବ । ବିଦ୍ୟାର୍ଥୀମାନେ ସଙ୍କୋଚରେ ରହିବେ।
କର୍କଟ- ଦିନଟି ବାଦ ବିବାଦ ଦେଇ ଗତି କଲେ ମଧ୍ୟ ଆର୍ଥିକ ଲାଭ ହେବ। ଭ୍ରମଣର ଯୋଗ ରହିବ। କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବାର ସୁଯୋଗ ରହିଛି। ବ୍ୟବସାୟରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ସଫଳତା ପ୍ରାପ୍ତ କରିବେ ।
ସିଂହ- ଦିନଟି ଉତ୍ତମ ଫଳ ଦେବ । କାର୍ଯ୍ୟ କ୍ଷେତ୍ରରେ ତତ୍ପର ହେବେ । ବାହ୍ୟ ସ୍ଥାନରୁ ମାନ ସମ୍ମାନ ମିଳିବ । ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ। ହେଲେ ମଧ୍ୟ ଆର୍ଥିକ ସମସ୍ୟା ଦେଖାଦେବ। ବିଦ୍ୟାର୍ଥୀମାନେ ଅନେକ ଲାଭବାନ ହେବେ ।
କନ୍ୟା- କାର୍ଯ୍ୟ କ୍ଷେତ୍ରରେ ନୂତନ କର୍ମ ସଂସ୍ଥାନ ପ୍ରାପ୍ତ ହେବ । ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଚାକିରିରେ ପଦୋନ୍ନତି ହୋଇପାରେ । ଗୃହରେ ସାମାନ୍ୟ ବିବାଦ ଉପୁଜିବ। ବ୍ୟବସାୟରେ ପରିଶ୍ରମ ସାମାନ୍ୟ ଅଧିକ ରହିବ । ବିଦ୍ୟାର୍ଥୀମାନେ ଅମାନଯୋଗୀ ହେବେ ।
ତୁଳା- ତୁଳା ରାଶି ପାଇଁ ଘାତ ଚନ୍ଦ୍ର । ବ୍ୟବସାୟରେ କ୍ଷତି ହୋଇପାରେ । ଦୂର ସ୍ଥାନକୁ ଭ୍ରମଣ କରନ୍ତୁ ନାହିଁ । ଆପଣଙ୍କର ମନ ଅଶାନ୍ତ ରହିପାରେ । କିଛି କଥାକୁ ନେଇ ଆଶାବାଦୀ ହୋଇ ରହିବେ । ଅଯଥା ଚିନ୍ତାରେ ପଡ଼ିବେ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ ।
ବିଛା- ଚିନ୍ତା ଗ୍ରସ୍ତ ହେବେ । ନୂତନ ଦ୍ରବ୍ୟ କିମ୍ବା ବସ୍ତୁ କ୍ରୟ କରିବେ । ସବୁ କାର୍ଯ୍ୟ ସମ୍ପାଦିତ କରିବେ। ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇ ଖୁସି ଅନୁଭବ କରିବେ । ଚାକିରି ଏବଂ ବ୍ୟବସାୟରେ ନୂତନ ସୁଯୋଗ ମିଳିବ।
ଧନୁ- ରାଶିକୁ ଶ୍ରୀଚନ୍ଦ୍ର ଯୋଗ ରହିଛି । ବିଶେଷ ଭାବରେ ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି । ଭ୍ରମଣ ଯାତ୍ରା ଶୁଭ ହେବ । ପୂର୍ବ କର୍ମର ଫଳ ଆପଣଙ୍କୁ ପ୍ରାପ୍ତ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ । ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ। କିଛି ନୂଆ କରିବାକୁ ପ୍ରେରଣା ମିଳିବ ।
ମକର- ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ମନରେ ବିଷାଦ ସୃଷ୍ଟି ହେବ, ଯାହା ଆପଣଙ୍କୁ ଭଗବାନଙ୍କ ଉପରେ ଥିବା ଆସ୍ଥାକୁ ବୃଦ୍ଧି କରିବ । ମାଲିମୋକଦ୍ଦମା ଆପଣଙ୍କ ସପକ୍ଷରେ ରହିବ । ପରିବାରକୁ ନେଇ ମାନସିକ ଚିନ୍ତା ବଢ଼ିବ ।
କୁମ୍ଭ- ଶରୀରରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେବ । ଯଶ ହାନି ହେବାର ଅନେକ ସମ୍ଭାବନା ରହିଛି । ଅନୁକୂଳ ପରିସ୍ଥିତିରେ ଯାତ୍ରା ଆରମ୍ଭ କରନ୍ତୁ । ଅଯଥା ଯୁକ୍ତି କରନ୍ତୁ ନାହିଁ । ଦୁର୍ଜନଙ୍କ ଠାରୁ ସାବଧାନ ରୁହନ୍ତୁ ।
ମୀନ- ନୂତନ ଦ୍ରବ୍ୟ କ୍ରୟ କରିବେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ସର୍ବ କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ବ୍ୟବସାୟରେ ଲାଭ ଅଧିକ ରହିବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ । ପରିବାରରେ ଆପଣଙ୍କ ଯୋଗୁ ଖୁସି ଆସିବ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682