ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଦିନଟି ବ୍ୟସ୍ତ ବହୁଳ ରହିବ, ଅର୍ଥ ପ୍ରାପ୍ତିର ସମ୍ଭାବନା ଅଛି

Published By : Prameya-News7 Bureau | May 02, 2025 IST

ମେଷ- ତୃତୀୟ ଚନ୍ଦ୍ର ଯୋଗୁ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ନୂତନ ଜ୍ଞାନ ଆହରଣର ସୁଯୋଗ ମିଳିବ। କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀମାନେ ସମୟର ଦୁରୁପଯୋଗ କରିବେ।

ବୃଷ- ଲୋଭରେ ପଡ଼ି ଭୁଲ କରିବେ। ହେଲେ ମଧ୍ୟ କିଛି ଖୁସି ଖବର ପାଇ ଆତ୍ମସନ୍ତୋଷ ଲାଭ କରିବେ। ପାରିବାରିକ ସମସ୍ୟାର ସମାଧାନ ହେବ। ନୂତନ ନିର୍ମାଣ ପାଇଁ ଦିନଟି ଶୁଭଦାୟକ ରହିଛି। ବିଦ୍ୟାର୍ଥୀମାନେ ନୂତନ ପ୍ରୟାସ କରିବେ ।

ମିଥୁନ- ରାଶିକୁ ଶ୍ରୀ ଚନ୍ଦ୍ର। ଧନ ଲାଭର ଯଥେଷ୍ଟ ସମ୍ଭାବନା ରହିଛି। ନିଜ ଲୋକଙ୍କ ସହ ଭ୍ରମଣରେ ଯାଇପାରନ୍ତି। କାର୍ଯ୍ୟବ୍ୟସ୍ତତା ଭିତରେ ଦିନଟି କଟିବ। ପରିବାରରେ ସମସ୍ତ ଆବଶ୍ୟକତା ପୂରଣ କରିବେ। 

କର୍କଟ- ଅଧିକ ପରିଶ୍ରମ ହୋଇପାରେ । ଜାଣିବାର ଇଚ୍ଛା କିଛି ନୂଆ ବାଟ ଦେଖାଇବ। ଅର୍ଥ ନିବେଶ ପାଇଁ ଦିନଟି ଅତି ଉତ୍ତମ ରହିଛି । କର୍ମ କ୍ଷେତ୍ରରେ ଉନ୍ନତି ଯୋଗ ଅଛି। ପରିବାର ସହ ନିଜକୁ ମଧ୍ୟ ସମୟ ଦେବେ। ବିଦ୍ୟାର୍ଥୀମାନେ ଚଞ୍ଚଳ ହେବେ।

ସିଂହ-  ସବୁ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ। ମାଲି ମୋକଦ୍ଦମାରେ ଜୟଯୁକ୍ତ ହେବେ। ଧନ ଲାଭର ଯୋଗ ଅଛି। ପରିବାର ସହ ସମୟ  କାଟିବେ। କର୍ମ କ୍ଷେତ୍ରରେ ପରୋପକାର କରି ସମ୍ମାନିତ ହେବେ। ମନରେ ଉଦାରତା ରହିବ।

କନ୍ୟା- କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନ ପ୍ରାପ୍ତି ଯୋଗ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଅନେକ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। 

ତୁଳା- ଦୂର ଯାତ୍ରା କରିବାର ଯୋଗ ରହିଛି। ଦିନଟି ବ୍ୟସ୍ତ ବହୁଳ ରହିବ। ଅର୍ଥ ପ୍ରାପ୍ତିର ସମ୍ଭାବନା ଅଛି। ଚାକିରି କ୍ଷେତ୍ରରେ ନିଜକୁ ଅପ୍ରସ୍ତୁତ ମନେ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ।

ବିଛା- ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ। ଛୋଟ କଥାରେ ସମସ୍ୟା ଉପୁଜିବ। ଅବଶ୍ୟ ଧନପ୍ରାପ୍ତିର ଯୋଗ ରହିଛି । କାହାକୁ ଉଧାର ଦିଅନ୍ତୁ ନାହିଁ । ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ବିଦ୍ୟାର୍ଥୀମାନେ ଅବହେଳିତ ହେବେ ।

ଧନୁ- ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ। ଭାବିଚିନ୍ତି ଅର୍ଥ କାରବାର କରନ୍ତୁ। ପ୍ରେମ ସମ୍ପର୍କ ଗଭୀର ହେବ। ବିଦ୍ୟାର୍ଥୀମାନେ ଅନ୍ୟ ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ କ୍ଷତି ସହିବେ। ନିଜ କାର୍ଯ୍ୟ ଦ୍ଵାରା ପ୍ରଶଂସିତ ହେବେ।

ମକର-  ଭାଗ୍ୟର ସାଥ ମିଳିବ। ନିହାତି ଭାବରେ ଶୁଭ ସମାଚାର ପ୍ରାପ୍ତ ହେବ। ଉଧାର ଦେଇଥିବା ଧନ ଫେରିପାଇବେ। ମନ ପ୍ରସନ୍ନ ରହିବ। ପରିବାର ସହ ସମୟ ଅତିବାହିତ କରିବେ। ବୌଦ୍ଧିକ କାର୍ଯ୍ୟରେ ବାଧା ଉପୁଜିପାରେ ।

କୁମ୍ଭ- ବନ୍ଧୁଙ୍କ ସାହାଯ୍ୟ ମିଳିବ। ଚାକିରିରେ ପଦୋନ୍ନତି ଯୋଗ ଅଛି। ଜୀବନସାଥିଙ୍କ ସହଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। କୌଣସି ଧର୍ମ ସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ।

ମୀନ- ବନ୍ଧନ ଯୋଗ ରହିଛି। ବାହ୍ୟ ଶତ୍ରୁଙ୍କ ଦ୍ଵାରା ପ୍ରଭାବିତ ହେବେ। ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। କର୍ମ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବାହ୍ୟ ଲୋକଙ୍କ ପାଇଁ ପରିବାରରେ ସମସ୍ୟା ଦେଖାଦେବ ।

ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ- 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.