କର୍କଟ ରାଶି ବ୍ୟକ୍ତିଙ୍କୁ ଦିନରେ ମଧ୍ୟମ ଫଳ ମିଳିବ, ଧନ ଲାଭର ଯୋଗ ରହିଛି

Published By : Prameya-News7 Bureau | August 21, 2025 IST

ମେଷ- ଦିନଟି ଭଲ ରହିଛି। ଅନ୍ୟକୁ ସାହାଯ୍ୟ କରିବେ। ସମୟ ସହିତ ତାଳ ଦେଇ ଚାଲିବେ। କିଛି ଜରୁରୀ କାର୍ଯ୍ୟ ପୂର୍ଣ୍ଣ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି। ଦୁର୍ଜନଙ୍କ ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ସମସ୍ୟା ଉପୁଜିପାରେ।

ବୃଷ- ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ବାଦବିବାଦ ଲାଗିପାରେ ମନୋବଳ ହ୍ରାସ ପାଇବ। କର୍ମ କ୍ଷେତ୍ରରେ ପ୍ରତିବନ୍ଧକର ଯୋଗ ରହିଛି। ବ୍ୟବସାୟରେ ସଫଳତା ମିଳିବ। ଖାଦ୍ୟପେୟରେ ସଂଯମତା ରକ୍ଷା କରନ୍ତୁ। ମାନସିକ ସ୍ତରରେ କିଛି ମାତ୍ରାରେ ଦ୍ୱେଷ ଦେଖା ଦେବ।

ମିଥୁନ- କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକିଥିବା କାର୍ଯ୍ୟର ପୁନଃ ଆରମ୍ଭ କରିବେ। ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତିମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ । କୌଣସି କଥାକୁ ନେଇ ସାମାନ୍ୟ ବିବ୍ରତ ହେବେ ।

କର୍କଟ- ରାଶିକୁ ଘାତ ଚନ୍ଦ୍ର। ଦିନଟି ମଧ୍ୟମ ଫଳ ଦେବ। କୁଚିନ୍ତା ମନରୁ ଦୂରୀଭୂତ କରନ୍ତୁ। ଧନ ଲାଭର ଯୋଗ ରହିଛି। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ। ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ । 

ସିଂହ- ଭାଗ୍ୟ ସାଥ ଦେବ। ଶ୍ରୀ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତି ଯୋଗ ରହିଛି। ବୈବାହିକ ସମ୍ପର୍କରେ ମନୋମାଳିନ୍ୟ ଦେଖିବାକୁ ମିଳିପାରେ। ଅଯଥା ଖର୍ଚ୍ଚରୁ ବିରତ ରୁହନ୍ତୁ। ବିଦ୍ୟାର୍ଥୀମାନେ ଆଶାୟୀ ହେବେ। ଆର୍ଥିକ ଅନଟନର ସାମ୍ନା କରିବାକୁ ପଡ଼ିପାରେ ।

କନ୍ୟା- କିଛି ମାନସିକ ସମସ୍ୟା ଦେଖାଦେଇପାରେ। ମନୋବଳ ଦୃଢ଼ ରହିବ। କାର୍ଯ୍ୟରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ । ପରିବାରରେ ମନୋମାଳିନ୍ୟ ଲାଗି ରହିବ। ବନ୍ଧୁଙ୍କ ଆଗମନ ହେତୁ ସୁସମ୍ବାଦ ପାଇବେ। ଅନ୍ୟ ମନସ୍କ ହେତୁ କାର୍ଯ୍ୟରେ ବ୍ୟତିକ୍ରମ ହେବ।

ତୁଳା- ଉଦାର ମନୋଭାବ ରହିବ। କାର୍ଯ୍ୟ କ୍ଷେତ୍ରରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି । ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ସାହାଯ୍ୟ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବନ୍ଧୁମାନଙ୍କ ସହଯୋଗ ମିଳିବ। ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହୋଇଯିବ। ବିଦ୍ୟାର୍ଥୀମାନେ ଚଞ୍ଚଳ ହେବେ।

ବିଛା- ବିରୋଧୀମାନେ ହଇରାଣ କରିବାକୁ ପ୍ରୟାସ କରିବେ। ଏକାଧିକ କାର୍ଯ୍ୟ ହାତକୁ ନେଇ ବିବ୍ରତ ହେବେ। କର୍ମ କ୍ଷେତ୍ରରେ ସାବଧାନ ଅବଲମ୍ବନ କରନ୍ତୁ ନହେଲେ ବିବାଦକୁ ଆସିବେ। ଆର୍ଥିକ ସମସ୍ୟା ଦେଖାଦେଇପାରେ। ବିଦ୍ୟାର୍ଥୀମାନେ ଅବହେଳିତ ହେବେ। କାର୍ଯ୍ୟ ବ୍ୟସ୍ତରେ ରହିବେ। କାର୍ଯ୍ୟ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ ।

ଧନୁ- ଇଚ୍ଛା କରିଥିବା ଜିନିଷକୁ ପ୍ରାପ୍ତ କରିପାରନ୍ତି। କର୍ମ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ।  ପୂଜାରେ ମନୋନିବେଶ କରିବେ। ମନ ଧ୍ୟାନ ଦେଇ କାର୍ଯ୍ୟ କଲେ ନିଶ୍ଚିନ୍ତ ସଫଳତା ମିଳିବ। ଋଣ ଚିନ୍ତାରେ ଚିନ୍ତିତ ହେବେ। ଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବାର ସମ୍ଭାବନା ରହିଛି।

ମକର- ଦିନରେ କିଛି ବାଧା ବିଘ୍ନ ଦେଖା ଦେଇପାରେ। କର୍ମ କ୍ଷେତ୍ରରେ ଚାପ ସୃଷ୍ଟି ହେବ। ବ୍ୟବସାୟରେ ହାନି ହେବାର ସମ୍ଭାବନା ରହିଛି। କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ। 

କୁମ୍ଭ- ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ କରିପାରନ୍ତି । ଚାକିରିରେ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି। ମାନସମ୍ମାନ ମିଳିବ। ଭାବିଚିନ୍ତି କାର୍ଯ୍ୟ ନିଷ୍ପତ୍ତି ନିଅନ୍ତୁ। 

ମୀନ- ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ। ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ। ଖାଦ୍ୟପେୟରେ ଅନିୟମିତତା ହେତୁ ସ୍ବାସ୍ଥ୍ୟ ହାନି ହେବ। ସାମାନ୍ୟ ମାନସିକ ଅଶାନ୍ତି ଦେଖା ଦେବ। ନିଜ ନିୟନ୍ତ୍ରଣ ଯୋଗୁ ତାହା ଆପଣ ସମାଧାନ କରିବାକୁ ସକ୍ଷମ ହେବେ । ବ୍ୟବସାୟରେ ଲାଭ କ୍ଷତି ଲାଗି ରହିବ । ସମସ୍ୟା ଆସିଲେ ସରଳ ସମାଧାନ ଖୋଜନ୍ତୁ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.