ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ ମନ୍ତ୍ରୀ ନେଇଛନ୍ତି ଶପଥ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

Published By : Prameya-News7 Bureau | December 07, 2023 IST

ହାଇଦ୍ରାବାଦ ୭।୧୨: କଂଗ୍ରେସ ବିଧାୟକ ଦଳ ନେତା ଏ.ରେବନ୍ତ ରେଡ୍ଡୀ ଗୁରୁବାର  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଏମ.ବି.ବିକ୍ରମାର୍କଙ୍କ ସମେତ ୧୨ ଜଣ ମନ୍ତ୍ରୀ ଶପଥ ପାଠ କରିଛନ୍ତି। ରାଜ୍ୟପାଳ ତମିଲିସାଇ ସୌନ୍ଦରରାଜନ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟାଳୟ ସମ୍ଭାଳିବା ପରେ ରେବନ୍ତ ରେଡ୍ଡୀ ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତି ୬ ଗ୍ୟାରେଣ୍ଟିକୁ ମଞ୍ଜୁର କରିଛନ୍ତି। ସେହିପରି ଦିବ୍ୟାଙ୍ଗ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିଛନ୍ତି।

{"id":879993,"sizeSlug":"full","linkDestination":"none"}

ତେଲେଙ୍ଗାନାରେ ମନ୍ତ୍ରୀପଦର ଶପଥ ନେଇଥିବା ୧୧ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର ବିଭାଗ ବଣ୍ଟନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଗୃହମନ୍ତ୍ରାଳୟ ଦାୟିତ୍ୱ ଉତ୍ତମ କୁମାର ରେଡ୍ଡୀଙ୍କୁ ଦେଇଛନ୍ତି। ସେହିପରି ନଗର ବିକାଶ ମନ୍ତ୍ରୀ ଭାବେ କେ.ଆର.ଭେଙ୍କଟ ରେଡ୍ଡୀଙ୍କୁ ଦେଇଛନ୍ତି। ଡି.ଶ୍ରୀଧର ବାବୁ ଅର୍ଥମନ୍ତ୍ରାଳୟରେ ନିଯୁକ୍ତ ହୋଇଥିବା ବେଳେ ପି.ଶ୍ରୀନିବାସ ରେଡ୍ଡୀଙ୍କୁ ଜଳମନ୍ତ୍ରୀ କରାଯାଇଛି। କେ.ସୁରେଖାଙ୍କୁ ମହିଳା କଲ୍ୟାଣ ମନ୍ତ୍ରୀ ନିଯୁକ୍ତ କରାଯାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ବିକ୍ରମାର୍କଙ୍କୁ ରାଜସ୍ୱ ମନ୍ତ୍ରାଳୟ ଦାୟିତ୍ୱ ମିଳିଛି।

{"id":879995,"sizeSlug":"full","linkDestination":"none"}

ଡି.ରାଜନରସିମହାଙ୍କୁ ଚିକିତ୍ସା ଓ ସ୍ୱାସ୍ଥ୍ୟମନ୍ତ୍ରୀ କରାଯାଇଥିବା ବେଳେ ଜେ.କୃଷ୍ଣ ରାଓଙ୍କୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କରାଯାଇଛି। ଶିତକ୍କାଙ୍କୁ ଆଦିବାସୀ କଲ୍ୟାଣ  ମନ୍ତ୍ରୀ ନିଯୁକ୍ତ କରାଯାଇଥିବା ବେଳେ ଟି.ନାଗେଶ୍ୱର ରାଓଙ୍କୁ ସଡ଼କ ଓ ଭବନ ମନ୍ତ୍ରୀ ଓ ପି.ପ୍ରଭାକରଙ୍କୁ ଓବିସି କଲ୍ୟାଣମନ୍ତ୍ରୀ ନିଯୁକ୍ତ କରାଯାଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ରେବନ୍ତ ରେଡ୍ଡୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍ ଟେଲିଫୋନ ଯୋଗେ ରେବନ୍ତ ରେଡ୍ଡୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତେଲଙ୍ଗାନାରେ ଆରମ୍ଭ ହେଲା ରେବନ୍ତ ରାଜ୍, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଡ୍ଡି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.