ତେଲଙ୍ଗାନାରେ ଆରମ୍ଭ ହେଲା ରେବନ୍ତ ରାଜ୍, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଡ୍ଡି

Published By : Prameya-News7 Bureau | December 07, 2023 IST

ହାଇଦ୍ରାବାଦ ୦୭/୧୨: ତେଲେଙ୍ଗାନାରେ ଆରମ୍ଭ ହେଲା ରେବନ୍ତ ସରକାର ରାଜ୍ । ସେଥିପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡି । କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ଶପଥ ନେଇଥିଲେ ରେବନ୍ତ । ଶପଥଗ୍ରହଣ ଉତ୍ସବରେ ମଲ୍ଲିକାର୍ଜୁନେ ଖଡଗେ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ତେଲେଙ୍ଗାନା ରାଜ୍ୟ ଦାୟିତ୍ୱରେ ଥିବା ଡି.କେ ଶିବକୁମାର ସାମିଲ ହୋଇଛନ୍ତି ।

wp:html /wp:html

ନୂଆ ରାଜ୍ୟ ଭାବେ ତେଲେଙ୍ଗାନା ଗଠନ ପରେ ପ୍ରଥମଥର ପାଇଁ ସରକାରକୁ ଆସିଛି କଂଗ୍ରେସ । ଏହାପୂର୍ବରୁ ବିଆରଏସ ତେଲେଙ୍ଗାନାରେ ସରକାର ଗଢିଥିଲା । କିନ୍ତୁ ଚଳିତ ନିର୍ବାଚନରେ ରେବନ୍ତଙ୍କ ନେତୃତ୍ୱରେ ତେଲେଙ୍ଗାନାରେ ସରକାର ଗଢିଛି କଂଗ୍ରେସ ଦଳ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ରେବନ୍ତ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

wp:html /wp:html

ରେବନ୍ତଙ୍କ ନେତୃତ୍ୱରେ କଂଗ୍ରେସ ସରକାର ତେଲେଙ୍ଗାନାବାସୀଙ୍କୁ ଦେଇଥିବା ସମସ୍ତ ଗ୍ୟାରେଂଟି ପୂରଣ କରିବେ ବୋଲେ ସେ କହିଛନ୍ତି । ଚଳିତ ନିର୍ବାଚନରେ ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଆରଏସ ୩୯ଟି ଆସନରେ ବିଜୟୀ ହୋଇଛି ।

you can also read...

wp:embed {"url":"https://www.prameyanews7.com/revanth-reddy-to-take-oath-as-telangana-cm-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/revanth-reddy-to-take-oath-as-telangana-cm-today/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.