କଟକ: ପ୍ରାୟ ୧୪ ବର୍ଷର ବ୍ୟବଧାନରେ ହେବ ଜନଗଣନା। ଏଥର ଜାତି ଜନ ଗଣନା ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର। ଅବଶ୍ୟ କେବେଠାରୁ ଏହା ଆରମ୍ଭ ହେବ, ତାନେଇ ସ୍ପଷ୍ଟ ସୂଚନା ଆସିନାହିଁ। କିନ୍ତୁ ଏହାର ଲାଭ ଏବଂ କ୍ଷତି ଭଳି ଉଭୟ ପାର୍ଶ୍ୱକୁ ଦେଖିଲେ, ଅନେକ ମତ ସାମ୍ନାକୁ ଆସୁଛି। ବିଶେଷ କରି ରାଜନୈତିକ ମହଲରେ ଜାତି ଜନ ଗଣନାକୁ ନେଇ ଏକମତ ସୃଷ୍ଟି ହେଲାଭଳି ଲାଗୁନାହିଁ। ଖାସ କରି ବିଜେଡି, କେତୋଟି ପ୍ରସଙ୍ଗକୁ ନେଇ ଆପତ୍ତି ଉଠାଇଛି।
ଇତିହାସ କୁହେ ବୈଦିକ ଯୁଗ ଠାରୁ ଆରମ୍ଭ କରି ବ୍ରିଟିଶ କାଳ ପର୍ଯ୍ୟନ୍ତ, ଭାରତରେ ମୁଖ୍ୟତଃ ଜାତି ଆଧାରିତ ବୃତ୍ତି ବ୍ୟବସ୍ଥା ଥିଲା। ଅବଶ୍ୟ ଆଧୁନିକ ଯୁଗର ନୂତନ ପିଢ଼ି ଜାତିକୁ ସେତେଟା ଗୁରୁତ୍ୱ ଦେଉନଥିଲେ ବି ଗ୍ରାମୀଣ ଜୀବନରେ ଜାତି ବ୍ୟବସ୍ଥା ଏବେବି ବଞ୍ଚିଛି। ତେଣୁ ପ୍ରଶ୍ୱ ଉଠୁଛି, ଆଗକୁ ସରକାର କେବଳ ଜାତି ମୁତାବକ ମାନ୍ୟତା ପ୍ରଦାନ କରିବା ସହ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବେ ନା ପରିବାରର ଆର୍ଥିକ ଅବସ୍ଥାକୁ ଜାତି ଜନ ଗଣନାର ମୁଖ୍ୟ ମାପକ ଭାବେ ଗ୍ରହଣ କରିବେ।
ତେବେ ଏସଂକ୍ତାନ୍ତରେ ସାମାଜିକ କର୍ମୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମହଲରେ କଣ ସବୁ ମତ ସାମ୍ନାକୁ ଆସିଛି। ଦେଖନ୍ତୁ ଏହି ରିପୋର୍ଟରେ...