ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ ଘଟଣା, ମାଲି ସରକାରଙ୍କ ପକ୍ଷରୁ ଆସିଲା ମେଲ୍‌

Published By : Prameya-News7 Bureau | August 02, 2025 IST

NEWS UPDATE

ଆସିକା: ଗଞ୍ଜାମ ହିଞ୍ଜିଳି ସମରଝୋଳ ଗାଁର ଓଡ଼ିଆ ଯୁବକଙ୍କୁ ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଆଲକାଇଦା ଆତଙ୍କବାଦୀମାନଙ୍କ ଦ୍ଵାରା ଅପହରଣ ଘଟଣା।  ଓଡ଼ିଆ ଯୁବକଙ୍କ ସମେତ ତିନି ଭାରତୀୟ ସୁରକ୍ଷିତ ଓ ସୁସ୍ଥ ଥିବା ନେଇ ପରିବାର ଲୋକଙ୍କୁ   ଭାରତୀୟ ଦୂତାବାସ ମାଧ୍ୟମରେ ପଶ୍ଚିମ ଆଫ୍ରିକା ମାଲି ସରକାରଙ୍କ  ସୂଚନା l 

ଭାରତୀୟ ଦୂତାବାସ ପକ୍ଷରୁ ପରିବାର ଲୋକଙ୍କୁ ଆସିଥିବା ତିନି ଭାରତୀୟ ସୁସ୍ଥ ଓ ସୁରକ୍ଷିତ ଥିବା ଓ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପଶ୍ଚିମ ଆଫ୍ରିକା ସରକାର ନିଜର ପ୍ରୟାସ ଜାରି ରଖିଥିବା ନେଇ ସୂଚନା ଦିଆଯାଇଛି । 

ସୂଚନାଥାଉକି, ଓଡ଼ିଆ ଯୁବକଙ୍କ ଅପରହରଣ ଘଟଣାକୁ ଏକ ମାସ ବିତି ଯାଇଥିବାବେଳେ ପୂର୍ବରୁ ପୁଅକୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ପରିବାରଲୋକେ ଅନେକ ଥର ଗୁହାରି କରିଥିଲେ । ଏବେବି  ଓଡ଼ିଆ ଯୁବକଙ୍କ ସହ ପରିବାର ଲୋକଙ୍କ ଯୋଗାଯୋଗ ହୋଇ ପାରୁନଥିବାରୁ ଚିନ୍ତାରେ ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.