ଜରି ମାଉସୀଙ୍କ ପରଲୋକ ଶୋକର ଛାୟା, ପଲିଥିନରୁ ବିଭିନ୍ନ ଘର କରଣା ଜିନିଷ ତିଆରି କରି ସାଉଁଟିଥିଲେ ପ୍ରଶଂସା

Published By : Prameya-News7 Bureau | June 01, 2025 IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଜରି ମାଉସୀ ଭାବେ ପରିଚିତ ଖଇରାବାଦ ଗାଁର କମଳା ମହାରଣାଙ୍କର ପରଲୋକ ଘଟିଛି। କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ କମଳାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଅବ୍ୟବୃହତ ଜରିରୁ ବିଭିନ୍ନ ଘର କରଣା ସାମଗ୍ରୀ ତିଆରି ପାଇଁ ଖୁବ ଚର୍ଚ୍ଚିତ ହୋଇଥିଲେ ସେ। ଏମିତିରେ ନିଜର ଅନନ୍ୟ କଳା ପାଇଁ ପ୍ରଶଂସା ସାଉଁଟିଥିବା ଜରି ମାଉସୀଙ୍କ ପରଲୋକରେ ପୂରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା।

ସୂଚନା ଅନୁଯାୟୀ, ଗତ ୨୮ ତାରିଖରେ ଅସାବଧାନତା ହେତୁ ଘରେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ କମଳା। ତାଙ୍କର ବାମ ଗୋଡ଼ ଜଙ୍ଘ ଭାଙ୍ଗିଯାଇଥିଲେ। ତେବେ ପରିବାର ଲୋକେ ତାଙ୍କୁ କଟକ ନେଇଯାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ମାତ୍ର ଶନିବାର ସନ୍ଧ୍ୟାରେ କମଳାଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା l ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ରବିବାର ଗାଁ ଶ୍ମଶାନରେ କମଳାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି l


ଉଲ୍ଲେଖଯୋଗ୍ୟ, ପଲିଥିନରୁ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ଚର୍ଚ୍ଚାରେ ଥିଲେ କମଳା ମହାରଣା l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କମଳାଙ୍କୁ ମନ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ l କେବଳ ସେତିକି ନୁହଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଆସିଥିବା ବେଳେ କମଳାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ l

କମଳା ଗହ୍ମାପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଜରି ତିଆରି ରାଖୀ ପଠାଇଥିଲେ l ନିକଟରେ ଅପରେସନ ସିନ୍ଦୂରର ସଫଳତା ପରେ କମଳା ତିନି ସେନାର ମୁଖ୍ୟଙ୍କ ପାଇଁ ଜରି ତିଆରି ଟୋପି ପଠାଇ ଚର୍ଚ୍ଚାକୁ ଆସିଥିଲେ l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.