ମୁମ୍ବାଇ ୧୯/୨୦ : ୨୦୦୦ ମସିହାରୁ ଆରମ୍ଭ ହୋଇଥିବା 'କୌନ ବନେଗା କରୋଡପତି' ଆଜିବି ଦର୍ଶକଙ୍କ ପ୍ରିୟ ହୋଇ ରହିଛି। ଏହି କ୍ୱିଜ ଶୋ'ରେ ପ୍ରତିଯୋଗୀମାନେ ସେମାନଙ୍କର ଜ୍ଞାନ ଆଧାରରେ କିଏ ଲକ୍ଷପତି ତ ଆଉ କିଏ ଶୋ’ରୁ କୋଟିପତି ହୋଇଛନ୍ତି। କିନ୍ତୁ ସିଜନ୍-୧୬ରେ ଯାହା ଘଟିଛି, ତାହା ଅମିତାଭ ବଚ୍ଚନଙ୍କୁ ଚମକାଇ ଦେଇଥିଲା। ଅନ୍ୟ ପ୍ରତିଯୋଗୀଙ୍କୁ ସୁଯୋଗ ଦେବା ପାଇଁ କୋଲକାତାରୁ ଆସିଥିବା ଡକ୍ଟର ନୀରଜ ସକ୍ସେନା ତାଙ୍କ ଖେଳ ମଝିରେ ଛାଡି ଦେଇଥିଲେ। ଯାହା ଉପସ୍ଥିତ ଦର୍ଶକଙ୍କୁ କରିଥିଲା ଆଶ୍ଚର୍ଯ୍ୟ। ପ୍ରତିଯୋଗୀ ନୀରଜ ସକ୍ସେନା ହେଉଛନ୍ତି JSI ବିଶ୍ୱବିଦ୍ୟାଳୟର PRO କୁଳପତି। ସେ ଭାରତର ପୂର୍ବତନ ରାଷ୍ଟ୍ରପତି ଡା. ଅବଦୁଲ କଲାମଙ୍କ ସହ କାମ କରିଛନ୍ତି।
ଶୋ’ରେ ନୀରଜ ସକ୍ସେନା ବହୁତ ଭଲ ଖେଳୁଥିଲେ। ସେ ୬,୪୦,୦୦୦ ଟଙ୍କା ଜିତିଥିଲେ କିନ୍ତୁ ଏହି ସମୟ ମଧ୍ୟରେ ସେ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲେ। ଶୋ' ମଝିରୁ ବିଦାୟ ନେବାକୁ ନୀରଜ ବିଗ୍ ବିଙ୍କୁ ଜଣାଇଥିଲେ। କାରଣ ଥିଲା ଯେ, ଅନ୍ୟ ପ୍ରତିଯୋଗୀମାନେ ବି ଥରେ ଯେମିତି ଖେଳିବାର ସୁଯୋଗ ପାଇବେ । ନୀରଜ କହିଛନ୍ତି, 'ସାର୍, ମୋର ଏକ ଅନୁରୋଧ ଅଛି, ମୁଁ ଖେଳ ଅଧାରୁ ଛାଡିବାକୁ ଚାହୁଁଛି। ମୁଁ ଚାହୁଁଛି ଅନ୍ୟ ପ୍ରତିଯୋଗୀମାନେ ବି ସୁଯୋଗ ପାଆନ୍ତୁ। ଏହା ଶୁଣି ଅମିତାଭ ବଚ୍ଚନ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବିଗ୍ ବି କହିଥିଲେ, 'ସାର୍, ଆମେ ଏହି ଉଦାହରଣ ପୂର୍ବରୁ କେବେ ଦେଖିନାହୁଁ। ଏହା ଆପଣଙ୍କ ମହାନତା। ଆମେ ତୁମଠାରୁ ବହୁତ କିଛି ଶିଖିଲୁ । ମୁଁ ଜନସାଧାରଣଙ୍କୁ କହିବାକୁ ଚାହୁଁଛି ଯେ, ୨୦ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ଏହି ଶୋ'ରେ ଏହା ପ୍ରଥମ। କୌଣସି ପ୍ରତିଯୋଗୀ ଅନ୍ୟକୁ ସୁଯୋଗ ଦେବାକୁ ଖେଳକୁ ଏମିତି ଅଧାରୁ ଛାଡ଼ି ନାହାନ୍ତି। ନୀରଜଙ୍କ ଏମିତି ଚିନ୍ତାଧାର ଦେଖି ଉପସ୍ଥିତ ଦର୍ଶକ ବି ତାଙ୍କର ଖୁବ୍ ପ୍ରଶଂସା କରିଥିଲେ ।
Also Read- ସିଟାଡେଲ୍ କରିବାକୁ ଚାହୁଁନଥିଲେ ସାମନ୍ଥା, ନିର୍ଦ୍ଦେଶକଙ୍କ ସାମ୍ନାରେ ହାର ମାନିଥିଲେ ଅଭିନେତ୍ରୀ