ସିଟାଡେଲ୍ କରିବାକୁ ଚାହୁଁନଥିଲେ ସାମନ୍ଥା, ନିର୍ଦ୍ଦେଶକଙ୍କ ସାମ୍ନାରେ ହାର ମାନିଥିଲେ ଅଭିନେତ୍ରୀ

Published By : Prameya-News7 Bureau | October 18, 2024 IST

ମୁମ୍ଵାଇ ୧୮।୧୦; ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ । ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ତଳେ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏହା ପୂର୍ବରୁ ସାମନ୍ଥାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଆଲୋଚନାକୁ ଆସିଥିଲେ। ଏନେଇ କିଛି ମାସ ତଳେ ସାମନ୍ଥା ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ ସେ ମାୟୋସିଟିସ୍ ରୋଗ ସହ ଲଢ଼ୁଛନ୍ତି। 

ଏବେ ସେହି ସମୟର ଏକ ଘଟଣାକୁ ମନେ ପକାଇ ସାମନ୍ଥା ସମସ୍ତଙ୍କୁ ଜଣାଇଛନ୍ତି। ଅଭିନେତ୍ରୀ ଏବେ ନିଜର ଆଗାମୀ ୱେବ ସିରିଜ୍ 'ସିଟାଡେଲ: ହନି ବନ୍ନି'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସିରିଜର ଟ୍ରେଲରକୁ ଖୁବ୍‌ ପ୍ରଶଂସା କରାଯାଉଛି। ଏତିକି ନୁହେଁ ସାମନ୍ଥାଙ୍କ ଅଭିନୟକୁ ମଧ୍ୟ ଲୋକେ ପସନ୍ଦ କରୁଛନ୍ତି। ହେଲେ ଦିନ ଥିଲା ଅଭିନେତ୍ରୀ ଏହି ସିରିଜ୍ କରିବାକୁ ଚାହୁଁନଥିଲେ। 

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ସିଟାଡେଲ: ହନି ବନି ମୋତେ ଅଫର କରାଯାଇଥିଲା। ସେତେବେଳେ ମୋତେ ମାୟୋସିଟିସ୍ ହୋଇଥିଲା। ଦୁର୍ବଳ ଲାଗୁଥିବାରୁ ମୁଁ ଏହି ସିରିଜ୍ କରିପାରିବି ନାହିଁ ବୋଲି ଭାବିଥିଲି। ତେଣୁ ନିର୍ଦ୍ଦେଶକ ରାଜ୍ ଏବଂ ଡିକେଙ୍କୁ ଅନ୍ୟ ଅଭିନେତ୍ରୀଙ୍କ ଅପସନ୍‌ ଦେଇଥିଲି। ମୋ ଠାରୁ ସେମାନେ ଭଲ କାମ କରିବେ ବୋଲି କହିଥିଲି। ହେଲେ ସେମାନେ କେବଳ ମୋ ସହ ହିଁ କାମ କରିବାକୁ ଚାହୁଥିଲେ। ସେମାନଙ୍କ ବିଶ୍ବାସ ଆଗରେ ମୁଁ ହାର୍ ମାନିଗଲି । ନିଜକୁ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ଏବେ ଟ୍ରେଲର ଦେଖି ଲାଗୁଛି ମୁଁ ଯେଉଁଭଳି ଭାବେ କଷ୍ଟ କରିଥିଲି, ତା’ର ଫଳ ମିଳିଯାଇଛି। ଏନେଇ ମୁଁ ବହୁତ ଖୁସି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.