ଚିତ୍ରୋତ୍ପଳା ନଦୀରେ ବୁଡ଼ି କାଉଡ଼ିଆ ନିଖୋଜ, ଘାଟରୁ ପାଣି ଉଠାଇବା ବେଳେ ଗୋଡ଼ ଖସିଯିବାରୁ ଅଘଟଣ

Published By : Prameya-News7 Bureau | August 04, 2025 IST

ସାଲେପୁର ୪।୮: ନଦୀରେ ଗୋଡ଼ ଖସିଯିବାରୁ କାଉଡ଼ିଆ ନିଖୋଜ । ହଜାର ହଜାର ସଂଖ୍ୟାରେ କାଉଡ଼ିଆ ସାଲେପୁର ବଟେଶ୍ୱର  ଘାଟରୁ ପାଣି ଉଠାଉଥିବା ବେଳେ ପୋଲିସ ପ୍ରଶାସନ କିମ୍ବା ଅଗ୍ନିଶମ ବାହିନୀ କର୍ମଚାରୀ ମାନଙ୍କ ପକ୍ଷରୁ ସୁରକ୍ଷା ନାହିଁ । ପ୍ରତି ସୋମବାର ଶ୍ରାବଣ ମାସ ଶେଷ ସୋମବାର କଟକ ଜିଲ୍ଲା ସାଲେପୁର ଚିତ୍ରୋତ୍ପଳା ବଟେଶ୍ୱର ନଦୀ ଘାଟରେ ପାଣି ଉଠାଉଥିବା ବେଳେ କାଉଡ଼ିଆ ନିଖୋଜ ହୋଇଛନ୍ତି । ନିଖୋଜ କାଉଡିଆ ସାଲେପୁର ଥାନା ସୁନାଖଣ୍ଡି ଗ୍ରାମର ରବୀନ୍ଦ୍ର କରଙ୍କ ପୁତ୍ର ଅମୃତ କର । ବଟେଶ୍ୱର ଘାଟରୁ ପାଣି ଉଠାଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ନିଖୋଜ ହୋଇଛନ୍ତି । ଅଗ୍ନିଶମ ବିଭାଗ ଖୋଜାଖୋଜି ଜାରି ରଖିଥିବା ବେଳେ କାଉଡ଼ିଆ ଅମୃତ କରଙ୍କ ପତ୍ତା ମିଳିପାରିନାହିଁ । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ହେଲେ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଭକ୍ତ ଘାଟରୁ  ପାଣି ଉଠାଉଥିବା ବେଳେ ନଦୀରେ ବାରିକେଟ୍ ସୁରକ୍ଷା ସହ ଅଗ୍ନିଶମ ବାହିନୀ ପୋଲିସ ପକ୍ଷରୁ ସୁରକ୍ଷା ନଥିବାକୁ ନେଇ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।

You Can Read:

ସ୍କୁଲ ଗେଟ୍ ସମ୍ମୁଖରେ ବ୍ୟାଗ୍ ଏବଂ ସାଇକେଲ ରଖି ଛାତ୍ରୀଙ୍କ ପ୍ରତିବାଦ, ପ୍ରଧାନଶିକ୍ଷକଙ୍କୁ ମିଛ କେସ୍ରେ ଫସାଇଥିବା ଅଭିଯୋଗ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.