ନୂଆଦିଲ୍ଲୀ: ଆଇପିଏଲ୍ ପରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ସେଠାରେ ୫ ମ୍ୟାଚ୍ ବିଶିଷ୍ଟ ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍ ଖେଳିବ। ଏହା ପୂର୍ବରୁ ଭାରତୀୟ ଦଳ ଏ ଦଳ ଇଂଲଣ୍ଡ ଗସ୍ତ କରିଛି। ପ୍ରଥମ ଅନଅଫିସିଆଲ ଟେଷ୍ଟରେ କରୁଣ ନାୟର ଦମଦାର ବ୍ୟାଟିଂ କରି ଦ୍ଵିଶତକ ଅର୍ଜନ କରିଛନ୍ତି। କରୁଣ ୨୮୧ ବଲରୁ ୨୦୪ ରନର ଦମଦାର ଇନିଂସ ଖେଳିଛନ୍ତି। ତାଙ୍କର ଏହି ଦ୍ଵିଶତକ ବଳରେ ଭାରତୀୟ ଏ ଦଳ ଇଂଲଣ ଲାୟଏନ୍ସ ବିରୋଧରେ ୫୫୭ ରନର ବିଶାଳ ସ୍କୋର କରିଛି।
ଇଂଲଣ୍ଡ ଗସ୍ତରେ କରୁଣ ନାୟାର ଚମତ୍କାର ବ୍ୟାଟିଂ କରିଛନ୍ତି। ଭାରତ ଏ ଦଳର ଇଂଲଣ୍ଡ ଲାୟନ୍ସ ସହିତ ଚାରି ଦିନିଆ ଟେଷ୍ଟ ମ୍ୟାଚ୍ ମେ ୩୦ରୁ ଆରମ୍ଭ ହୋଇଛି। ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଜି ମ୍ୟାଚ୍ ର ଦ୍ୱିତୀୟ ଦିନରେ, ଭାରତୀୟ ୫୫୭ ରନ କରିଛି। ଏହି ଗସ୍ତରେ ଅଭିମନ୍ୟୁ ଈଶ୍ୱରନଙ୍କୁ ଭାରତୀୟ ଏ ଦଳର ଅଧିନାୟକ କରାଯାଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ପ୍ରଥମ ଦୁଇଟି ୱିକେଟ୍ ଶୀଘ୍ର ପଡ଼ିଥିଲା। କିନ୍ତୁ କରୁଣ ନାୟାର ଏବଂ ସରଫରାଜ ଖାନ ଇନିଂସ ସମ୍ଭାଳିଥିଲେ। ସରଫରାଜ ୧୧୯ ବଲରୁ ୯୨ ରନର ଇନିଂସ ଖେଳିଥିଲେ। ଧ୍ରୁବ ଜୁରେଲ୍ ୧୨୦ ବଲରେ ୯୪ ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ। ଅନ୍ୟପଟେ କରୁଣ ନାୟର ୨୮୧ ବଲରୁ ୨୬ ଚୌକା ଓ ୧ ଛକା ସହ ୨୦୪ ରନର ଦ୍ଵିଶତକୀୟ ଇନିଂସ ଖେଳିଛନ୍ତି।
ଆସନ୍ତା ଜୁନ୍ ମାସରେ ଭାରତର ସିନିୟର ଦଳ ମଧ୍ୟ ଇଂଲଣ୍ଡ ଗସ୍ତ କରିବାକୁ ଯାଉଛି। ଏହି ଗସ୍ତରେ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ମଧ୍ୟ ଘୋଷଣା କରାଯାଇଛି। କରୁଣ ନାୟାରଙ୍କୁ ମଧ୍ୟ ଭାରତର ସିନିୟର ଦଳରେ ସାମିଲ କରାଯାଇଛି। କରୁଣ ପ୍ରାୟ ୮ ବର୍ଷ ପରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। କରୁଣ ନାୟାର ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଏକ ତ୍ରିଶତକ ହାସଲ କରିଛନ୍ତି।