କରମଣ୍ଡଳ ଏକ୍ସପ୍ରେସ୍‌ ଅଘଟଣ: ଦୁର୍ଘଟଣା ପରେ ବାହାନଗା ଆସିଷ୍ଟାଣ୍ଟ ଷ୍ଟେସନ୍‌ ମାଷ୍ଟର ଫେରାର୍‌; ପୁଣି ମିଳିଲା ୧୩ ମୃତଦେହ

Published By : Prameya-News7 Bureau | June 03, 2023 IST

ସୋର I ବାଲେଶ୍ୱର ୦୩/୦୬: ବାହାନଗା ରେଳଷ୍ଟେସନର ଆସିଷ୍ଟାଣ୍ଟ ଷ୍ଟେସନ୍‌ ମାଷ୍ଟର ଫେରାର। କୁଆଡେ ଗଲେ ଏଏସଏମ୍‌ ତାଙ୍କର ପତ୍ତା ମିଳୁନି। ସେ ଦୁର୍ଘଟଣା ବେଳେ ଡ୍ୟୁଟିରେ ଥିବା ବେଳେ ସମୟରେ ଫେରାର ହୋଇଯାଇଛନ୍ତି। ଏହି ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ  ବାଲେଶ୍ବର ରେଳବାଇ ପୋଲିସରେ ମାମଲା ରୁଜୁ ହୋଇଛି। ସେପଟେ ଦୁର୍ଘଟଣା ସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

{"id":797678,"sizeSlug":"full","linkDestination":"none"}

ଏହା ସହିତ ଏନଡିଆରଏଫ ପୁଣି ସେଠାରୁ ଆଉ ୧୩ ଓ ପୂର୍ବରୁ ୬ କୁ ମିଶାଇ ମୋଟ୍‌ ୧୯ ମୃତଦେହ ଉଦ୍ଧାର କରିଛନ୍ତି। ଅନ୍ୟପଟେ ଫାଇବ୍‌ଟି ସଚିବ ଭିକେ ପାଣ୍ଡିଆନ୍‌ ଏହି ଦୁର୍ଘଟଣାରେ ଚିକିତ୍ସାଧୀନ ଥିବା ଆହତମାନଙ୍କୁ କଟକ ଶ୍ରୀରାମ ଚନ୍ଦ୍ର ମେଡ଼ିକାଲ୍‌ରେ ଯାଇ ଭେଟିଛନ୍ତି। ସେଠାରେ ପାଣ୍ଡିଆନ୍‌ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଏହା ସହିତ ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାଲେଶ୍ୱରରେ ରହି ତଦାରଖ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।   

wp:heading {"level":4}

ଏହାମଧ୍ୟ ପଢ଼ନ୍ତୁ:~ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ    

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.