ମେଦିନୀପୁର: ଦୁର୍ଘଟଣା ଯେମିତି ପାଖ ଛାଡ଼ୁନି। ଯୁଆଡ଼େ ଗଲେ କାଳ ପଛେ ପଛେ ଧାଉଲା ପରି ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀ ବସ୍ ଯୋଗେ ଯାଉଥିବା ବେଳେ ବସ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆହତ ଯାତ୍ରୀଙ୍କୁ ପଶ୍ଚିମବଙ୍ଗ ମେଦିନୀପୁରକୁ ନେଉଥିବା ଏକ ଭ୍ୟାନ୍ ସହ ଧକ୍କା ହୋଇଛି। ତେବେ ସୌଭାଗ୍ୟ ବଶତଃ ଯାତ୍ରୀମାନେ ବଞ୍ଚିଯାଇଛନ୍ତି।
ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଅନ୍ୟ ଜିଲ୍ଲା ମେଡିକାଲକୁ ପଠାଯାଇଛି। ଏହି ବସ୍ ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
{"width":839,"height":472}ପଢ଼ନ୍ତୁ- ବାହାନଗା ଟ୍ରେନ ଟ୍ରାଜେଡି: ମୃତ ସଂଖ୍ୟା ୨୮୮କୁ ବୃଦ୍ଧି, ୫୬ ଗୁରୁତର, ୧୬୦ ମୃତଦେହ ଭୁବନେଶ୍ଵର ଆସିବ
କୋଲକାତା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ ହାଓଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଓ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କର ମୃତ୍ୟୁ ହୋଇଛିା ମୋଟ୍ ୮୦୩ ଆହତଙ୍କ ଚିକିତ୍ସା ଜାରି ରହିଛି। ସେଥିରୁ ୭୪୭ ସାମାନ୍ୟ ଆହତ ହୋଇଥିବା ବେଳେ ୫୬ ଜଣ ଗୁରୁତର ଅଛନ୍ତି। ମୃତାହତକୁ ନେଇ ଦକ୍ଷିଣ ପୂର୍ବ ରେଲଓ୍ଵେ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ତେବେ ୧୬୦ ମୃତଦେହ ଭୁବନେଶ୍ଵର ଆସିବ ବୋଲି ଓଡିଶାର ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି।
{"width":840,"height":553}ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯିବା ପରେ ୨ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ତଦାରଖ ଦାୟିତ୍ଵରେ ଅଛନ୍ତି। ୨ କେନ୍ଦ୍ର ମନ୍ତ୍ରୀ ରାତିରେ ବାଲେଶ୍ଵରରେ ରହିବେ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ମରାମତି କାମ ଜାରି ରହିଛି। ଉଲ୍ଲେଖନୀୟ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସେନା, ବାୟୁସେନା, ଏନଡିଆରଏଫ, ଓଡ୍ରାଫ ସହ ଅନେକ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିଲେ।
ପଢ଼ନ୍ତୁ -କୋଲକାତାକୁ ଟ୍ରେନ୍ ବାତିଲ ପରେ ପୁରୀରେ ଯାତ୍ରୀ ହସ୍ତସନ୍ତ, ଯାତ୍ରୀଙ୍କୁ ଶୋଷଣ କରୁଛନ୍ତି ଅସାଧୁ ବସ୍ ମାଲିକ
wp:embed {"url":"https://youtu.be/CZUB-DTiLGI","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"} /wp:embed