ଭୁବନେଶ୍ଵର: ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ସାମାନ୍ୟ କମ ରହିଥିବା ବେଳେ ଅସହ୍ୟ ଗୁଳୁଗୁଳି ସହ ଗରମ ଅନୁଭୂତି ହେଉଛି। ଏହାସହ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆସନ୍ତା ୪ ଦିନ ଯାଏ ରହିବ ବର୍ଷର ପ୍ରଭାବ। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଏଭଳି ପାଗ ମୌସୁମୀ ଆଗମନର ପ୍ରାକ୍ ସୂଚନା।
ଆସନ୍ତା ୨୪ ଘଣ୍ଟା ଯାଏଁ ଉଷ୍ମ ଓ ଆଦ୍ର ସ୍ଥିତି ଅନୁଭୂତ ହେବ । ୧୨ ଜିଲ୍ଲାକୁ ପାଇଁ ୟେଲୋ ଓ୍ବାଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୁରଭଞ୍ଜ ଓ କେନ୍ଦୁଝର । ସେହିପରି କାଳବୈଶାଖୀ ବର୍ଷା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛ କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ନୂଆପଡା, କୋରାପୁଟ , ମାଲକାନଗିରି, ରାୟଗଡା, ଗଞ୍ଜାମ ଓ ଗଜପତି । ଏଠାରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହେବ । ଏଥିସହ ୫୦ ରୁ ୬୦ କିମି ଝଡି ରହିବ ସମ୍ଭାବନା ଦେଇଛି ପାଣିପାଗ ବିଭାଗ।
Also read: ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା, ଉପକୃତ ହେବେ ଚାଷୀ
ସେହିପରି କଳାହାଣ୍ଡି, ଜଗତସିଂହପୁର, କେନ୍ଦ୍ରାପଡା ,ସୁନ୍ଦରଗଡ଼, ନୂଆପଡା,ବରଗଡ଼, କନ୍ଧମାଳ, କଟକ ନୟାଗଡ, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ଢେଙ୍କାନାଳ ଯାଜପୁର ଏହି ୧୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସହ ୩୦ ରୁ ୫୦ କିମି ଝଡି ପବନ ରହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। କାଳବୈଶାଖୀ ବର୍ଷାକୁ ନେଇ ମାଲକାନଗିରି କୋରାପୁଟ, ନବରଙ୍ଗପୁର, ମୟୁରଭଞ୍ଜ, ନୟାଗଡ, ରାୟଗଡା ଗଂଜାମ , ଗଜପତି ,ନୂଆପଡା,ବଲାଙ୍ଗୀର ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ସୋନପୁର,କଳାହାଣ୍ଡି କନ୍ଧମାଳ ଖୋର୍ଦ୍ଧା ଓ ପୁରୀ ଆଦି ୧୮ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୫୦ କିମି ଝଡି ପବନର ସମ୍ଭାବନା କୁ ନେଇ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁଛି । ଫଳରେ ଏଭଳି ସ୍ଥିତି ଆହୁରି ୪_୫ ଦିନ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୂତି ହେବ । ମେ ୨୭ ରେ କେରଳ ଛୁଇଁବା ପରେ ଓଡ଼ିଶାରେ ମୌସୁମୀ ଆଗମନ ସ୍ପଷ୍ଟ ହେବ। ଅନ୍ୟପଟେ ବଙ୍ଗୋପସାଗରରେ କୌଣସି ସିଷ୍ଟମ ନ ଥିବାରୁ ରାଜ୍ୟରେ ବାତ୍ୟା ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ରାୟଗଡାର ଆର ଗୁଡା ସର୍ବାଧିକ ୬୧.୨ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ସର୍ବାଧିକ ତାପମାତ୍ରା ବୌଦ୍ଧରେ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି।