କାହିଁକି ଝୁଲିପଡିଲେ ପଞ୍ଚାୟତ ସମିତି ସଭ୍ୟା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | June 24, 2025 IST

ଭୁବନେଶ୍ୱର ୨୪/୦୬: ପଞ୍ଚାୟତ ସମିତି ସଭ୍ୟାଙ୍କ ଆତ୍ମହତ୍ୟା । ବେକରେ ରଶି ଲଗାଇ ଝୁଲିପଡିଛନ୍ତି ସମିତି ସଭ୍ୟା ଦେବେନ୍ଦ୍ର ଧରୁଆ । ମୃତ ସମିତି ସଭ୍ୟା ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ପଞ୍ଚାୟତର । ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ଆତ୍ମହତ୍ୟା କରିଥିବା କାରଣ ଅସ୍ପଷ୍ଟ ରହିଛି । 

ସୂଚନା ଥାଉକି, ଦେବେନ୍ଦ୍ର ଧରୁଆ ନିଜ ବାସଭବନ ପିପଲପଡ଼ାଠାରେ ବେକରେ ରଶି ଲଗାଇ ଝୁଲୁଥିବା ଦେଖିଥିଲେ ପରିବାର ଲୋକେ । ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସମିତି ସଭ୍ୟା ଜଣଙ୍କ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.