Tax ଅଧିକ ହେବା କାରଣରୁ ଛାଡିଦେଲେ ୭୫ଲକ୍ଷ ଟଙ୍କାର ଚାକିରୀ ଅଫର, ଏବେ ସୋସିଆଲ ମିଡିଆରେ ହେଉଛି ବିତର୍କ

Published By : Prameya-News7 Bureau | July 30, 2025 IST

ନୂଆଦିଲ୍ଲୀ ୩୦।୭: ଜଣେ ‘ରେଡିଟ୍’ ୟୁଜରଙ୍କ ମାର୍ମିକ କଥା ସୋସିଆଲ ମିଡିଆରେ ବିତର୍କର କାରଣ ପାଲଟିଛି। ପ୍ରସଙ୍ଗ ଏକ ହାଇପ୍ରୋଫାଇଲ ଚାକିରୀର, ଯେଉଁଥିରେ ବାର୍ଷିକ ପ୍ୟାକେଜ୍ ୭୫ ଲକ୍ଷ ଟଙ୍କା ଅଫର ଥିଲା, କିନ୍ତୁ ୟୁଜର ଏଥିରେ ଖୁସି ନୁହନ୍ତି। କାରଣ ବର୍ଦ୍ଧିତ ଟ୍ୟାକ୍ସ ବୋଝ। ଏହି ୟୁଜରଙ୍କ ଏବେକା ବେତନ ବାର୍ଷିକ ୪୮ ଲକ୍ଷ ଟଙ୍କା, ଯାହା ଉପରେ ତାଙ୍କୁ ବାର୍ଷିକ ୧୨ ଲକ୍ଷଟଙ୍କା ଶୁଳ୍କ ଦେବାକୁ ପଡୁଛି। 

ଏଥିରେ ଯଦି ୟୁଜର ନୂଆ ପଦବୀରେ ଯୋଗ ଦିଅନ୍ତି ତେବେ ତାଙ୍କର ଏହି ଟ୍ୟାକ୍ସ ସିଧା ୨୨ଲକ୍ଷ ଟଙ୍କାକୁ ପହଞ୍ଚିଯିବ। ଅର୍ଥାତ ଦରମା ତ ବଢିବ ହେଲେ ହାତରେ ସଞ୍ଚୟ ହେଉଥିବା ପଇସାରେ ତାଙ୍କର ମାତ୍ର ୫୦% ପର୍ଯ୍ୟନ୍ତ ବଢିବ। ଏଣୁ ସେ ଉଚ୍ଚବେତନର ନୂତନ ନିଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏ ନେଇ ୟୁଜର କରିଥିବା ପୋଷ୍ଟରେ ଲେଖିଛନ୍ତି ଯେ  ନୂଆ ପ୍ୟାକେଜରେ ଏପରି କୌଣସି ଆଲାଉନ୍ସ ଅଥବା ଟ୍ୟାକ୍ସ ବେନିଫିଟ ନାହିଁ ଯାହା ଦ୍ୱାରା ଟ୍ୟାକ୍ସ ହ୍ରାସ କରାଯାଇ ପାରିବ। ଏଣୁ ପରିଶ୍ରମ ତ ବଢିବ ତା ବଦଳେ ସେଭିଂସ କମ ହୋଇଯିବ। 

ୟୁଜର ପ୍ରଶ୍ନ କରିଛନ୍ତି ମୁଁ ଏତେ ପରିଶ୍ରମ କରିବି କାହିଁକି, ଯଦି ମୋତେ କୌଣସି ସରକାରୀ ସୁବିଧା ସୁଯୋଗ ନମିଳେ? ଏହି କାହାଣୀ ଏବେ ହଜାର ହଜାର ଲୋକଙ୍କୁ ସେମାନଙ୍କ ବ୍ୟଥା ସେୟାର କରିବାକୁ ବାଧ୍ୟ କରିଛି। ଅନେକ ଲୋକେ ଉଲ୍ଲେଖ କରିଛନ୍ତି ସେମାନେ ମଧ୍ୟ ଏହିପରି ଦ୍ୱିବିଧାରେ ଅଛନ୍ତି। ଏହି ପୋଷ୍ଟ ଏବେ ଭାରତର ଟ୍ୟାକ୍ସ ଷ୍ଟ୍ରକ୍ଚର ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଖାସ କରି ବୃତ୍ତିଯିବିଙ୍କ ଲାଗି ଯେଉଁମାନଙ୍କ ନିକଟରେ ଟ୍ୟାକ୍ସ ବଞ୍ଚାଇବାର ସୁବିଧା ସୀମିତ। 

ୟୁଜର ପ୍ରଶ୍ନ କରୁଛନ୍ତି ଯେତେବେଳେ ଭଲ ସ୍ୱାସ୍ଥ୍ୟ ସେବା, ଭଲ ଭିତ୍ତିଭୂମି ଓ ଉନ୍ନତ ସୁରକ୍ଷା ମିଳିପାରୁ ନାହିଁ ସେତେବେଳେ ଏତେ ଟ୍ୟାକ୍ସ ଦେବାର ମୂଲ୍ୟ କ’ଣ? ଏଥିରେ ଅନେକ ଲୋକେ ଏପରି ଅଫର ଗ୍ରହଣ କରିବା ବେଳେ ଷ୍ଟକ୍ ଅପସନ, ବୋନସ ଅଥବା ଅନ୍ୟ ସୁବିଧା ନେଇ ମଧ୍ୟ ନେଗୋସିଏସନ କରିବା ଦରକାର ବୋଲି ପରାମର୍ଶରେ  କହିଛନ୍ତି। ଏଥିରେ କେତେକ ୟୁଜର ସଫାସଫା କହିଛନ୍ତି ଯେ ଯେଉଁଠି କାମ ଓ ଟ୍ୟାକ୍ସ ବୋଝ ଅଧିକ ସେଠାରେ ଏପରି ଅଫର ଛାଡିଦେବା ହିଁ ଭଲ। 

ଏବେ ଏହି ଚର୍ଚ୍ଚା କେବଳ ରିଡିଟ ପର୍ଯ୍ୟନ୍ତ ସୀମିତ ନାହିଁ। ଲୋକେ ପଚାରୁଛନ୍ତି ଯେତେବେଳେ ବେତନ ସହିତ ଟ୍ୟାକ୍ସ ବୋଝ ଅସମାନ୍ତର ଭାବେ ବଢେ ସେତେବେଳେ କ୍ୟାରିୟରରେ ଆଗକୁ ବଢିବା କଣ ସତରେ ଲାଭଜନକ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.