ଓଡ଼ିଶାରେ ୫ଜି ଫିକ୍ସଡ୍ ୱାୟାରଲେସ୍ ବଜାରରେ ଜିଓର ଦବଦବା, ଫେବ୍ରୁଆରୀରେ ଯୋଡ଼ିହେଲେ ୧୧ ହଜାରରୁ ଅଧିକ ନୂଆ ଜିଓଏୟାରଫାଇବର ଗ୍ରାହକ

Published By : Prameya-News7 Bureau | May 02, 2025 IST

ଭୁବନେଶ୍ୱର: ସାରା ରାଜ୍ୟରେ ଏହାର ଦ୍ରୁତତମ ଏବଂ ସର୍ବବୃହତ ଟ୍ରୁ ୫ଜି ନେଟୱାର୍କ ବଳରେ ରିଲାଏନ୍ସ ଜିଓ ଓଡ଼ିଶାରେ ୫ଜି ଏଫଡବ୍ଲୁଏ (ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍) କ୍ଷେତ୍ରରେ ଏହାର ଆଧିପତ୍ୟକୁ ଆହୁରି ଅଧିକ ସୁଦୃଢ଼ କରିଛି। ଜିଓ ଏୟାରଫାଇବର ରାଜ୍ୟରେ ୮୬ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ହାସଲ କରିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓର ୫ଜି ଏଫଡ଼ବ୍ଲୁଏ ସେବା ଜିଓଏୟାରଫାଇବର ଫେବୃୟାରୀ ଶେଷ ସୁଦ୍ଧା ରାଜ୍ୟରେ ୧.୪୨ ଲକ୍ଷରୁ ଅଧିକ ଉପଭୋକ୍ତା ସହିତ ଏକ ବିରାଟ ବ୍ୟବଧାନରେ ଆଗରେ ରହିଛି। ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ, ମାତ୍ର ୨୨ ହଜାର ଉପଭୋକ୍ତା ସହିତ ବେଶ ପଛରେ ରହିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବୃଆରୀ ମାସରେ ଜିଓ ସର୍ବାଧିକ ୧୧ ହଜାରରୁ ଉର୍ଦ୍ଧ୍ଵ ନୂଆ ଜିଓଏୟାରଫାଇବର ଗ୍ରାହକ ଯୋଡି଼ବା ସହିତ ଓଡ଼ିଶାରେ ମୋଟ ୫ଜି ଏଫଡ଼ବ୍ଲୁଏ ଗ୍ରାହକ ସଂଖ୍ୟା ୧.୬୫ ଲକ୍ଷ ଅତିକ୍ରମ କରିଛି।

ଟ୍ରାଇ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ମଧ୍ୟ ରାଜ୍ୟରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ନିଜର ଜୟଯାତ୍ରା ଜାରି ରଖି ଫେବୃୟାରୀ ମାସରେ ସର୍ବାଧିକ ୧.୧୪ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡ଼ିଛି। ଏହା ସହିତ ରାଜ୍ୟରେ ଜିଓର ୪ଜି / ୫ଜି ନେଟୱାର୍କରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୧.୫୮ କୋଟି ଅତିକ୍ରମ କରିବା ସହ ଜିଓ ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.