ଭୁବନେଶ୍ୱର ୦୧।୦୬ : ଆଇନମନ୍ତ୍ରୀଙ୍କ ଘରେ ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରିବା ଲାଗି ତାଙ୍କ ବାସଭବନରେ ପହଞ୍ଚିଛନ୍ତି ଯାତ୍ରା ଅଭିନେତ୍ରୀ ମାମୁନି ଷଡଙ୍ଗୀ । ନିଜ ସ୍ୱାମୀ ସହ ଯାତ୍ରା ମାଲିକ ନାଣ୍ଡୁଙ୍କ ବିରୋଧରେ ଅଭିଯୋଗ ପାଇଁ ଆସିଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, କିଛି ଦିନ ତଳେ ବକେୟା ଅର୍ଥ ପାଉଣାକୁ ନେଇ ଅଶୋକ ସମ୍ରାଟ ଯାତ୍ରା ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁଙ୍କ ସହ ବିବାଦ ହୋଇଥିଲା। ଲୋକ ଲଗାଇ ତାଙ୍କୁ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ନାଣ୍ଡୁ ଗାଳି କରିଥିବା ଅଭିଯୋଗ କରିଥିଲେ ମାମୁନି। ଏନେଇ ଥାନାରେ ମାମଲା କରିଥିଲେ ମାମୁନି ଷଡ଼ଙ୍ଗୀ ।