ଯାତ୍ରା ମଞ୍ଚରେ ସାପ ସହ ଅଭିନୟ, ବନ ବିଭାଗ ଅଫିସରେ ହାଜର ହେଲେ ଅଭିନେତା ସାଇ

Published By : Prameya-News7 Bureau | July 23, 2025 IST

ଚଣ୍ଡିଖୋଲ ୨୩।୭: ଯାତ୍ରା ମଞ୍ଚରେ ଅଜଗର ସାପ ବୁଲାଇବା ପଡିଲା ମହଙ୍ଗା । ବନ ବିଭାଗ ଅଫିସରେ ହାଜର ହେଲେ ଯାତ୍ରା ତୁଳସୀ ଗଣନାଟ୍ୟର ଅଭିନେତା ସାଇ । ଯାଜପୁର ଜିଲ୍ଲା ବଇରୀ ରେଞ୍ଜ ଅଫିସ୍‌ରେ ଅଭିନେତା ଜଣଙ୍କ ହାଜର ହୋଇଛନ୍ତି । ସାପ ରଖିବା ପାଇଁ ଆବଶ୍ୟକୀୟ କାଗଜପତ୍ର ଅଭିନେତା ବନ ବିଭାଗ ଅଫିସରେ ଦେଖାଇଥିବା ଜଣାପଡିଛି ।

ବନ ବିଭାଗ ଅଫିସରେ ରେଞ୍ଜର ଅଭିନେତା ସାଇଙ୍କୁ ପଚରାଉଚରା କରିବା ସହ ସମସ୍ତ କାଗଜପତ୍ର ଯାଞ୍ଚ କରିଛନ୍ତି । ଏ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । 

ସେପଟେ ମଙ୍ଗଳବାର ତୁଳସୀ ଗଣନାଟ୍ୟ ଆଖଡ଼ାଶାଳରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ହେଲେ ଅଭିନେତା ନଥିବାରୁ ବନ ବିଭାଗ ଅଧିକାରୀ ବନ ବିଭାଗ ଅଫିସରେ ହାଜର ହେବା ପାଇଁ ନୋଟିସ୍ କରିଥିଲେ । 

ସୂଚନାଯୋଗ୍ୟ ଯେ, ଯାତ୍ରା ତୁଳସୀ ଗଣନାଟ୍ୟର ଏକ ନାଟକରେ ଅଭିନେତା ସାଇ ଯାତ୍ରା ମଞ୍ଚରେ ସାପକୁ ଧରି ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା । ନାଟକରେ ଏକ ସିନ୍‌ରେ ଅଭିନେତା ସାଇ ହାତରେ ଅଜଗର ସାପକୁ ଧରି ମଞ୍ଚରେ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ସାମ୍ନାକୁ ଆସିଛି । 


You Can Read:

ICC ରିପୋର୍ଟ ଦେଲେନି ବୋଲି ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ, ପ୍ରିନ୍ସିପାଲଙ୍କୁ ସସ୍‌ପେଣ୍ଡ ଚେତାବନୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.