ବୁମ୍ ବୁମ୍‌ ବୁମରା...ଗୁଞ୍ଜରିତ ହେଲା ଷ୍ଟାଡିୟମ, କ୍ରିକେଟରଙ୍କ ପାଇଁ ଗୀତ ଗାଇଲେ କ୍ରିସ୍ ମାର୍ଟିନ୍

Published By : Prameya-News7 Bureau | January 27, 2025 IST

ନୂଆଦିଲ୍ଲୀ ୨୭/୦୧: ଭାରତୀୟ କ୍ରିକେଟର ଜସପ୍ରିତ ବୁମରାହ । ପେସର କିଙ୍ଗ ଭାବେ ଜଣାଶୁଣା । ଜାନୁଆରୀ ୨୬, ରବିବାର ଦିନ ଭାରତରେ ଅନୁଷ୍ଠିତ କୋଲ୍ଡପ୍ଲେର ଶେଷ କନସର୍ଟରେ ଶାମିଲ ହୋଇଥିଲେ । ବୁମରାହଙ୍କ ଜନ୍ମସ୍ଥାନ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ମଧ୍ୟରେ ଉପସ୍ଥିତ ଥିଲେ।

ବ୍ରିଟିଶ ବ୍ୟାଣ୍ଡ କୋଲ୍ଡପ୍ଲେର ମୁଖ୍ୟ ଗାୟକ କ୍ରିସ୍ ମାର୍ଟିନ ତାଙ୍କ ପାଇଁ ଗୀତ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଯେତେବେଳେ ଗାୟକ ତାଙ୍କ ପ୍ରଶଂସକଙ୍କ ସହ କଥା ହେଉଥିଲେ । ଏହି ସମୟରେ କ୍ୟାମେରା ବୁମରାହଙ୍କ ଉପରକୁ ଫୋକସ କରିଥିଲା । ଦେଖିବାକୁ ମିଳିଥିଲା କନସର୍ଟରେ ସେ ଖୁବ୍ ଜୋରରେ ହସୁଥିଲେ। 


ଏହାପରେ କ୍ରିସ୍ ଭାରତୀୟ ଦ୍ରୁତ ବୋଲରଙ୍କ ପାଇଁ  ଗୀତ ଗାଇଥିଲେ । ସେ କହିଥିଲେ "ହେ ଜସପ୍ରିତ ବୁମରାହ, ମୋର ଭାଇ। ସମଗ୍ର କ୍ରିକେଟ ଜଗତର ସର୍ବୋତ୍ତମ ବୋଲର। ଆମେ ତୁମକୁ ଲଗାତାର ୱିକେଟ ସହିତ ଇଂଲଣ୍ଡକୁ ଧ୍ୱଂସ କରୁଥିବା ଦେଖିବା ଭଲ ପାଇଛୁ," ଏହାପରେ କ୍ରିସ୍ ଷ୍ଟେଜ୍‌ରେ ଗାଇଥିଲେ ଗୀତ ।

ବୁମରାହଙ୍କୁ କନସର୍ଟକୁ ଯିବା ପ୍ରଥମ ଥର ନଥିଲା । ଯେତେବେଳେ କ୍ରିସ୍ ଭାରତୀୟ ଦ୍ରୁତ ବୋଲରଙ୍କ ବିଷୟରେ କହିଥିଲେ। ଗତ ସପ୍ତାହରେ ମୁମ୍ବାଇରେ ଏକ ଶୋ’ ସମୟରେ ଗାୟକ ବୁମରାହଙ୍କ ନାମ କହିଥିଲେ। "ଅପେକ୍ଷା କର, ଆମକୁ ଶୋ'କୁ ଶେଷ କରିବାକୁ ପଡିବ କାରଣ ଜସପ୍ରିତ ବୁମରାହ ମଞ୍ଚ ପଛକୁ ଆସି ଖେଳିବାକୁ ଚାହୁଁଛନ୍ତି," ମାର୍ଟିନ୍ କହିଥିଲେ। 

ଏହି ସମୟରେ, ବୁମରାହ ଏହି ମୁହୂର୍ତ୍ତରେ ତାଙ୍କର ପ୍ରତିକ୍ରିୟା ଦେଇଥିଲେ । ଖୁବ୍ ଜୋରରେ ହସିଥିଲେ । ମୁମ୍ବାଇର କୋଲ୍ଡପ୍ଲେ କନସର୍ଟରେ ଅବିଶ୍ୱସନୀୟ ପରିବେଶ ଏହାକୁ ନେଇ ସେ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି। ଗଣତନ୍ତ୍ର ଦିବସରେ ଅହମ୍ମଦାବାଦରେ ତାଙ୍କର ଶେଷ କନସର୍ଟରେ, କ୍ରିସ୍ ମଧ୍ୟ ବନ୍ଦେ ମାତରମ୍ ଏବଂ ମା ତୁଝେ ସଲାମ୍ ଗାଇଥିଲେ।

also read...

ମହାକୁମ୍ଭରେ ବୁଡ଼ ପକାଇଲେ ଅଲିମ୍ପିକ୍ ବିଜେତା, ଅକାତ ପାଣିରେ ଦେଖାଇଲେ ଦମ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.