ଯାଜପୁର ୧୪।୬: ଯାଜପୁରରେ ହଇଜା ଓ ଝାଡ଼ାବାନ୍ତି ରୋଗ ବ୍ୟାପିବା ପରେ ସ୍ଥିତି ଗମ୍ଭୀର ରହିଛି । ସ୍ଥିତିରେ କିଛିଟା ସୁଧାର ଆସିଥିଲେ ହେଁ ଏବେବି ନୂଆ ରୋଗୀ ଡାକ୍ତରଖାନା ମାନଙ୍କରେ ଭର୍ତ୍ତି ହେଉଛନ୍ତି । ତେବେ ଜିଲ୍ଲାରେ ୪୧ଟି ନମୁନା ମଧ୍ୟରୁ ୮ଜଣଙ୍କ ଠାରେ ହଇଜା ଚିହ୍ନଟ ହେବା ପରେ ଯାଜପୁର ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ହୋଟେଲ ଉପରେ ଚଢାଉ କରାଯାଇଛି । ମେଡ଼ିକାଲ ଛକରେ ଥିବା ଏକ ହୋଟେଲ ଉପରେ ଚଢାଉ କରାଯାଇଥିଲା । ଏଠାରେ ପ୍ରସ୍ତୁତ ହୋଇଥିବା ରନ୍ଧା ଚିକେନ୍, ମଟନ୍ ଓ ମାଛ ଆଦି ବାସିଖାଦ୍ୟ ଚିହ୍ନଟ ହେବ ପରେ ସେଗୁଡ଼ିକୁ ଜବତ କରାଯାଇ ବିଭିନ୍ନ ସ୍ଥାନରେ ଗାଡ କରି ପୋତାଯାଇଛି । ଯାହାକୁ ନେଇ ହୋଟେଲକୁ ପୌର ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏହି ଟିମ୍ରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସ୍ଵାସ୍ଥ୍ୟ ନିରୀକ୍ଷକ, ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।
ପୂର୍ବରୁ ଏହି ହୋଟେଲରେ ବାସିଖାଦ୍ୟ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ତେବେ ଶନିବାର ହୋଟେଲରେ ଚଢାଉ କରି ସିଲ୍ କରିଛି ପୌର ପ୍ରଶାସନ ।
You Can Read:
ସୁନା ଦୋକାନୀଙ୍କ ଘରୁ ଲୁଟ୍, ଗୁଳି ମାଡ଼ କରି ଲୁଟିନେଲେ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ୍