ଧନଖଡ଼ଙ୍କୁ କେତେ ମିଳିବ ପେନସନ୍‌ ? କାର୍ଯ୍ୟକାଳ ହ୍ରାସର ପଡ଼ିବ କି ପ୍ରଭାବ...

Published By : Prameya-News7 Bureau | July 23, 2025 IST

ନୂଆଦିଲ୍ଲୀ ୨୩।୦୭: ସ୍ବାଧୀନ ଭାରତରେ ପ୍ରଥମ ଘଟଣା । କାର୍ଯ୍ୟକାଳ ସରିବା ପୂର୍ବରୁ ଉପରାଷ୍ଟ୍ରପତିଙ୍କ ଇସ୍ତଫା। ୨୦୨୫ ଜୁଲାଇ ୨୧ରେ ଇସ୍ତଫା ଦେଇଛନ୍ତି ଉପରାଷ୍ଟ୍ରପତି। ଜଗଦୀପ ଧନଖଡଙ୍କ କାର୍ଯ୍ୟକାଳ ୨୦୨୭ରେ ଶେଷ ହୋଇଥାନ୍ତା। ୨ ବର୍ଷ ପୂର୍ବରୁ ଅପ୍ରତ୍ୟାଶିତ ଭାବେ ନେଇଛନ୍ତି । ଯାହା ପରେ ଇସ୍ତଫାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ।  ସେ ବର୍ତ୍ତମାନ ନିଜ କାର୍ଯ୍ୟକାଳ ପୂରା କରିନଥିବା ୩ୟ ଉପରାଷ୍ଟ୍ରପତି ହୋଇଛନ୍ତି । 

ତାଙ୍କ ପୂର୍ବରୁ ୨୦୦୦ ମସିହାରେ ତତ୍କାଳୀନ ଉପରାଷ୍ଟ୍ରପତି କ୍ରୀଷ୍ଣକାନ୍ତଙ୍କର ମୃତ୍ୟୁ ହୋଇଥିଲା। ସେ ତାଙ୍କ କାର୍ଯ୍ୟକାଳ ପୂରା କରିପାରିନଥିଲେ। ୧୯୬୯ରେ ଜାକିର ହୁସେନଙ୍କ ଦେହାନ୍ତ କାରଣରୁ ଭି ଭି ଗିରି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିଥିଲେ । ଆଉ ବିଜୟୀ ମଧ୍ୟ ହୋଇଥିଲେ। ଏବେ ପ୍ରଶ୍ନ ଆସୁଛି ଇସ୍ତଫା ପରେ ଜଗଦୀପ ଧନଖଡ଼ଙ୍କୁ କେତେ ମିଳିବ ପେନସନ୍‌ ? କେଉଁ କେଉଁ ସୁବିଧା ପାଇବେ ଧନଖେଡ ? 

ଭାରତରେ ଉପରାଷ୍ଟ୍ରପତି ପଦବୀ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ । ଯେଉଁମାନେ ଏହି ପଦବୀରେ ଅଛନ୍ତି ସେମାନେ ଇସ୍ତଫା ଦେବା କିମ୍ବା କାର୍ଯ୍ୟକାଳ ସମାପ୍ତ କରିବା ପରେ ପେନସନ ସମେତ କିଛି ସ୍ୱତନ୍ତ୍ର ସୁବିଧା ପାଆନ୍ତି । ଆସନ୍ତୁ ଜାଣିବା ଜଗଦୀପ ଧନଖଡ଼ଙ୍କୁ କେତେ ମିଳିବ ପେନସନ୍ ? ବର୍ତ୍ତମାନ  ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ତାଙ୍କ ପେନସନର ସଠିକ ପରିମାଣ ସମ୍ପର୍କରେ କୌଣସି ସରକାରୀ ସୂଚନା ଆସିନାହିଁ । 

କିନ୍ତୁ ୨୦୧୮ର ବଜେଟ୍ ପରେ ଭାରତର ଉପରାଷ୍ଟ୍ରପତିଙ୍କ ମାସିକ ଦରମା ପ୍ରତି ମାସରେ ୪ ଲକ୍ଷ ଟଙ୍କା କରାଯାଇଥିଲା। ଉପରାଷ୍ଟ୍ରପତିଙ୍କ ପେନସନ୍ ସାଧାରଣତଃ ତାଙ୍କ କାର୍ଯ୍ୟକାଳ ଏବଂ ଦରମା ଆଧାରରେ ସ୍ଥିର କରାଯାଏ । ଭାରତରେ ପୂର୍ବତନ ଉପରାଷ୍ଟ୍ରପତିମାନେ ସେମାନଙ୍କ ଦରମାର ଏକ ଅଂଶ ପେନସନ୍ ଭାବରେ ପାଆନ୍ତି । ଯାହା ସାଧାରଣତଃ ୫୦ ରୁ ୬୦ ପ୍ରତିଶତ ହୋଇପାରେ । ଏହା ଅନୁଯାୟୀ, ଜଗଦୀପ ଧନଖଡ ପ୍ରାୟ ୨ ରୁ ୨.୫ ଲକ୍ଷ ଟଙ୍କା ମାସିକ ପେନସନ୍ ପାଇପାରିବେ । ତଥାପି ଏହି ପରିମାଣ ତାଙ୍କ କାର୍ଯ୍ୟକାଳର ଅବଧି ଏବଂ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସ୍ଥିର କରାଯିବ।

ଏବେ ପ୍ରଶ୍ନ ଆସୁଛି କି କାର୍ଯ୍ୟକାଳ ହ୍ରାସର ପ୍ରଭାବ ପଡ଼ିପାରେ କି ? ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ କାର୍ଯ୍ୟକାଳ ୫ ବର୍ଷ ଥିଲା । ଯାହା ଅଗଷ୍ଟ ୨୦୨୭ରେ ଶେଷ ହେବାର ଥିଲା । କିନ୍ତୁ ସେ ୨ ବର୍ଷ ପରେ ଇସ୍ତଫା ଦେଇଛନ୍ତି । ଏପରି ପରିସ୍ଥିତିରେ ପେନସନ ଗଣନା କରିବା ସମୟରେ କାର୍ଯ୍ୟକାଳର ଅବଧିକୁ ବିଚାରକୁ ନିଆଯାଇପାରିବ । ତଥାପି କିଛି କ୍ଷେତ୍ରରେ ଆଂଶିକ କାର୍ଯ୍ୟକାଳ ପାଇଁ ପୂର୍ଣ୍ଣ ପେନସନ ମଧ୍ୟ ଦିଆଯାଏ । ବର୍ତ୍ତମାନ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ତେବେ ଭାରତରେ ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିଥାଏ । ଯେଉଁଥିରେ ତାଙ୍କ ଏବଂ ତାଙ୍କ ପରିବାରର ସରକାରୀ ହସ୍ପିଟାଲରେ ଚିକିତ୍ସା ଅନ୍ତର୍ଭୁକ୍ତ । 

ଜଗଦୀପ ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଛନ୍ତି । ଏପରି ପରିସ୍ଥିତିରେ ଏହି ସୁବିଧା ତାଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବ । ଏହାବ୍ୟତୀତ ତାଙ୍କୁ ଟ୍ରେନ ଏବଂ ବିମାନରେ ମାଗଣା ଯାତ୍ରାର ସୁବିଧା ଦିଆଯିବ । ପୂର୍ବତନ ଉପରାଷ୍ଟ୍ରପତି ସରକାରୀ ବାସସ୍ଥାନ କିମ୍ବା ବାସଭବନ ଭତ୍ତା ପାଇପାରିବେ । କିନ୍ତୁ ଏହା ତାଙ୍କ ବ୍ୟକ୍ତିଗତ ବାସସ୍ଥାନର ଅବସ୍ଥା ଅନୁସାରେ ସ୍ଥିର କରାଯାଏ । ଯଦି ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ସୁରକ୍ଷା ଆବଶ୍ୟକ ହୁଏ, ତେବେ ତାଙ୍କୁ ସୁରକ୍ଷା ମଧ୍ୟ ଦିଆଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.