ବିଦେଶରେ ଗଡ଼ିଲା ରଥ: ଜୟ ଜଗନ୍ନାଥ ଧ୍ୱନୀରେ କମ୍ପିଲା ଫ୍ରାଙ୍କଫର୍ଟ, ଛପନ ଭୋଗ ଖାଇଲେ ମହାପ୍ରଭୁ

Published By : Prameya-News7 Bureau | June 28, 2025 IST

News7

ଫ୍ରାଙ୍କଫର୍ଟ: ଜର୍ମାନର ଫ୍ରାଙ୍କଫର୍ଟ ସ୍ଥିତ ହରି ଓମ୍ ମନ୍ଦିରରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଏକାଠି ହୋଇଥିଲେ ଶହ ଶହ ଭକ୍ତ। ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପାରମ୍ପରିକ ରୀତିନୀତି ଏବଂ କାର୍ଯ୍ୟସୂଚୀ ଅନୁଯାୟୀ ଏଠାରେ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ରଥଯାତ୍ରା ଆୟୋଜିତ ହୋଇଥିଲା। 

ସକାଳ ୧୦:୩୦ରେ ଭକ୍ତଙ୍କ ସମାବେଶ ସହିତ ଆରମ୍ଭ ହୋଇଥିଲା। ତା’ପରେ ରଥ ପୂଜା ଏବଂ ମନ୍ଦିର ଆଳତୀ କରାଯାଇଥିଲା। ଏହି ଉତ୍ସବର ଏକ ପ୍ରମୁଖ ଆକର୍ଷଣ ଥିଲା ପହଣ୍ଡି ଯାତ୍ରା। ପ୍ରଭୁଙ୍କୁ ମନ୍ଦିରରୁ ଅଣାଯାଇ ସୁସଜ୍ଜିତ ରଥକୁ ଅଣାଯାଇଥିଲା।


ଅପରାହ୍ନ ୧୨:୧୫ରେ ରଥଯାତ୍ରା ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଭକ୍ତମାନେ ଭକ୍ତି ଏବଂ ଉତ୍ସାହର ସହିତ "ଜୟ ଜଗନ୍ନାଥ" ଧ୍ୱନି ଦେଇ ରଥ ଟାଣି ନେଇଥିଲେ। ଯାତ୍ରା ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳିତ ହୋଇଥିଲା ଏବଂ ପରମ୍ପରା ଅନୁଯାୟୀ ସମାପ୍ତ ହୋଇଥିଲା। ଏହା ପରେ ପ୍ରସାଦ ସେବନ କରାଯାଇଥିଲା। ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବେଷଣ କରାଯାଇଥିଲା।

ଏହି ଦିନରେ ସବୁଠୁ ଆକର୍ଷଣୀୟ ଥିଲା ଛପନ ଭୋଗ। ଓଡ଼ିଆ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ପ୍ରସାଦ ପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା। ସମସ୍ତ ଜଗନ୍ନାଥ ଭକ୍ତମାନଙ୍କୁ ସେମାନଙ୍କର ଆନ୍ତରିକ ଭକ୍ତି ଏବଂ ରଥ ନିର୍ମାଣ, ସାଜସଜ୍ଜା ଏବଂ ପ୍ରସାଦ ପ୍ରସ୍ତୁତିରେ ସେମାନଙ୍କର ଅକ୍ଳାନ୍ତ ସମର୍ଥନ ପାଇଁ କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି।

ପ୍ରଦୀପ ନାୟକ, ସମ୍ବିତ ଦାସ ଏବଂ ହିମାଂଶୁ ଚନ୍ନାନାଙ୍କ ନେତୃତ୍ୱ ଓ ହରି ଓମ୍ ମନ୍ଦିର କର୍ତ୍ତୃପକ୍ଷଙ୍କ ସହଯୋଗରେ ଫ୍ରାଙ୍କଫର୍ଟରେ ପ୍ରଥମ ଥର ପାଇଁ ରଥଯାତ୍ରା ଆୟୋଜନ କରାଯାଇଛି। ସେମାନଙ୍କର ଉତ୍ସର୍ଗୀକୃତ ପ୍ରୟାସ ପାଇଁ ଆନ୍ତରିକ ଧନ୍ୟବାଦ ଦେଇଛି କମିଟି। ସେମାନଙ୍କର ପ୍ରତିବଦ୍ଧତା ଏହି ଐତିହାସିକ ଘଟଣାକୁ ବାସ୍ତବତାରେ ପରିଣତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.