ଉପରମୁଣ୍ଡରେ ବିଶେଷ ବର୍ଷା ନାହିଁ, ତଳିଆ ଅଞ୍ଚଳରେ ଯେଉଁ ପାଣି ପଶିଛି ତାହା ଛାଡିବାକୁ ବିଳମ୍ବ ହେବ

Published By : Prameya-News7 Bureau | July 11, 2025 IST

ଭୁବନେଶ୍ବର ୧୧।୭: ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ । ସୁବର୍ଣ୍ଣରେଖାର କାଲିଘାଟ ଠାରେ ବିପଦ ସଂକେତ ତଳେ ଜଳ ପ୍ରବାହିତ ହେଉଛି ଏବଂ ଆଗାମୀ ଦିନରେ ଏହା ଅତିକ୍ରମ କରିବାର ସମ୍ଭାବନା ନାହିଁ । ରେଙ୍ଗାଲିରେ ଦୁଇଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ଏବଂ ଜଳସ୍ତର ସ୍ଥିର ହୋଇ ରହିଛି । ଆଖୁଆପଦାରେ ବିପଦ ସଂକେତ ତଳେ ଜଳସ୍ତର ରହିଛି । ମହାନଦୀରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ଏବଂ ଉପରେ ମୁଣ୍ଡରେ ମଧ୍ୟ ବିଶେଷ ବର୍ଷା ନାହିଁ । ଆଇଏମଡ଼ିର ପୂର୍ବାନୁମାନ ଅନୁଯାଇ ଉପର ମୁଣ୍ଡରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ତଳିଆ ଅଂଚଳରେ ଯେଉଁ ପାଣି ପଶିଛି ତାହା ଛାଡିବାକୁ  ବିଳମ୍ବ ହେବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.