ପୁଟିନଙ୍କ ସହ ମିଶି ୟୁକ୍ରେନକୁ ଧୋକା ଦେଲେ ଟ୍ରମ୍ପ, ଜେଲେନସ୍କିଙ୍କୁ ଭେଟିବା ପୂର୍ବରୁ ଶୁଣାଇଲେ ଚରମବାଣୀ

Published By : Prameya-News7 Bureau | August 18, 2025 IST

News7

ନୂଆଦିଲ୍ଲୀ: ପୁଟିନ-ଟ୍ରମ୍ପଙ୍କ ଆଲୋଚନାରୁ ବାହାରିଲାନି ନିଷ୍କର୍ସ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ। ବିଶ୍ୱର ଅନେକ ବଡ଼ ନେତା ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସଫଳ ହୋଇନାହାଁନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ଟ୍ରମ୍ପ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋମବାର ସାକ୍ଷାତ କରିବେ। ଏହା ପୂର୍ବରୁ ୟୁକ୍ରେନକୁ ଏକ ଝଟକା ଦେଇଛନ୍ତି ଟ୍ରମ୍ପ।

ଟ୍ରମ୍ପଙ୍କ ପଦକ୍ଷେପରୁ ଅନୁମାନ କରାଯାଉଥିଲା ଯେ ଆମେରିକା ୟୁକ୍ରେନକୁ ସାହାଯ୍ୟ କରିବାକୁ ଚାହୁଁଛି, କିନ୍ତୁ ଏହା ଭିନ୍ନ। ସବୁବେଳେ ପରି ଆମେରିକା ଏଠାରେ ମଧ୍ୟ ଦୋମୁହାଁ ରଣନୀତି ଗ୍ରହଣ କରୁଛି। ପୂର୍ବରୁ ଯୁଦ୍ଧ ଲଢ଼ିବା ପାଇଁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେଇଥିଲା। ଏବେ ସମୟ ପରିବର୍ତ୍ତନ। ଯୁଦ୍ଧକୁ ଶାନ୍ତ କରିବା ପାଇଁ ସର୍ତ୍ତଗୁଡ଼ିକୁ ଗ୍ରହଣ କରିବାକୁ ପଡିବ।

ଆନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ କହିଛନ୍ତି, "ଯଦି ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି ଚାହାଁନ୍ତି, ତେବେ ଯୁଦ୍ଧ ତୁରନ୍ତ ଶେଷ ହୋଇପାରିବ, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ଗ୍ରହଣ କରିବାକୁ ପଡିବ। ସେମାନଙ୍କୁ କ୍ରିମିଆ ଛାଡିବାକୁ ପଡିବ। ଏହା ସହିତ ୟୁକ୍ରେନ ନାଟୋରେ ସାମିଲ ହେବ ନାହିଁ।" କ୍ରିମିଆକୁ ନେଇ ଦୀର୍ଘ ସମୟ ଧରି ବିବାଦ ରହିଛି, କିନ୍ତୁ ବର୍ତ୍ତମାନ ଏହା ରୁଷ ଦ୍ୱାରା ଦଖଲ କରାଯାଇଛି। ଏହା ୨୦୧୪ରେ କ୍ରିମିଆକୁ ନିୟନ୍ତ୍ରଣ କରିଥିଲା। ତଥାପି, ଅନ୍ତର୍ଜାତୀୟ ଆଇନ ଅନୁଯାୟୀ, କ୍ରିମିଆ ୟୁକ୍ରେନର ଏକ ଅଂଶ।

ପୁଟିନ ଏବଂ ଟ୍ରମ୍ପ ଶୁକ୍ରବାର ଆଲାସ୍କାରେ ଏକ ବୈଠକ କରିଥିଲେ। ଏହି ବୈଠକ ସମୟରେ, ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ସମ୍ପର୍କରେ ପ୍ରାୟ 3 ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହା ପରେ, ଦୁଇ ନେତା ମାତ୍ର ୧୨ ମିନିଟର ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟ ମଧ୍ୟରେ, କୌଣସି ପ୍ରମୁଖ ପ୍ରଶ୍ନର ଉତ୍ତର ଦିଆଯାଇ ନଥିଲା। କିନ୍ତୁ ଟ୍ରମ୍ପ ସ୍ପଷ୍ଟ ଭାବରେ କହିଥିଲେ ଯେ ଏହି ବୈଠକ ସକାରାତ୍ମକ ହୋଇଛି। ଆମେ ଅନେକ ପ୍ରସଙ୍ଗରେ ସହମତ ହୋଇଥିଲୁ, କିନ୍ତୁ କୌଣସି ଚୁକ୍ତି ହୋଇନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.