ନୂଆଦିଲ୍ଲୀ : ମିଡିଲ ଇଷ୍ଟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି। ଶୁକ୍ରବାର ଇରାନ ଇସ୍ରାଏଲର କିଛି ପ୍ରମୁଖ ସହ ଉପରେ ମିସାଇଲ ଆକ୍ରମଣ କରି ଥିଲା। ଇସ୍ରାଏଲୀୟ ଡିଫେନ୍ସ ଫୋର୍ସ (ଆଇଡିଏଫ) ତୁରନ୍ତ ଦେଶରେ ଆଲର୍ଟ ଜାରି କରି ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଅପିଲ କରି ଥିଲା। ଗତ ସପ୍ତାହରେ ଇସ୍ରାଏଲର ଇରାନୀ ସାମରିକ ସ୍ଥଳୀ ଉପରେ ବିମାନ ଆକ୍ରମଣ ପରେ ଆରମ୍ଭ ହୋଇ ଥିବା ଏହି ଯୁଦ୍ଧ ଏବେସୁଦ୍ଧା ସବୁଠୁ ବଡ଼ ମିସାଇଲ ଅପରେସନ ଭାବେ ଦେଖା ଯାଇଛି। ଯେଉଁଥିରେ ଇରାନ ୪୦୦ରୁ ଅଧିକ ବାଲିଷ୍ଟିକ୍ ମିସାଇଲ ମାଡ଼ କରିଛି। ଯାହା ଏପର୍ଯ୍ୟନ୍ତ ଇତିହାସରେ ପୂର୍ବରୁ କେବେ ହୋଇ ନାହିଁ। କିନ୍ତୁ ପ୍ରଶ୍ନ ଏହା ଯେ, ଇରାନ ଏବେସୁଦ୍ଧା କେଉଁ କେଉଁ ଅସ୍ତ୍ରର ବ୍ୟବହାର କରିଛି ଏବଂ ଏହା ପାଖରେ ଆଉ କଣ ବଳକା ରହିଛି ?
ଇରାନ ଏହି ଯୁଦ୍ଧରେ ନିଜର ଶକ୍ତିର ଖୋଲାଖୋଲି ପ୍ରଦର୍ଶନ କରିଛି। ସେ ଗଦର ଓ ଇମାଦ ଭଳି ପୁରୁଣା ମିସାଇଲ ସହ ଖେବର ଶେକନ ମିସାଇଲର ମଧ୍ୟ ବ୍ୟବହାର କରିଛି। ଖେବର ଶେକନ ଏକ ମିଡିୟମ ଡିଷ୍ଟାନ୍ସର ସଲିଡ୍ ଫୁଏଲର ମିସାଇଲ, ଯାହା ଖୁବ୍ ସୁପରସ୍ପିଡ୍ ପାଇଁ ଜଣାଶୁଣା। କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚା ଫତ୍ତାହ-୧ ହାଇପରସୋନିକ ମିସାଇଲର ହେଉଛି। ଏହି ମିସାଇଲ ମ୍ୟାକ୍ ୧୫ର ଗତିରେ ଉଡ଼ିଥାଏ। ଯାହାକୁ ରୋକିବା ଇସ୍ରାଏଲ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ। ଏହିସବୁ ହମଲା ଇସ୍ରାଏଲର ତେଲ ଅଭିଭ୍ ,ଜେରୁଶଲମ୍ ଓ ବେୟର ଶେବା ଭଳି ସହର ଗୁଡ଼ିକରେ ଆତଙ୍କ ଖେଳାଇ ଦେଇଛି।
ଇରାନର ଖୋରମଶହର ମିସାଇଲ ଯୁଦ୍ଧ ପରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏହି ଲିକ୍ୱିଡ୍ ଫୁଏଲ୍ର ମିସାଇଲ ୨ହଜାର କିଲୋମିଟରର ଦୂରତା ଯାଏ ୧,୫୦୦ କିଲୋଗ୍ରାମ ଓଜନର ୱାରହେଡ ନେଇଯାଇ ପାରେ। ଇରାନ ରିଭୋଲ୍ୟୁସନାରୀ ଗାର୍ଡ କାପର୍ସ (ଆଇଆରଜିସି) ସହ ଜଡ଼ିତ। ମିଡ଼ିଆ ପ୍ରଥମେ ଏହାର ଲଞ୍ଚର ଭିଡ଼ିଓ ସେୟାର କରିଥିଲା। ଇରାନ ଏହି ୱାରରେ ଖୋରମସହରର ବ୍ୟବହାରର କୌଣସି ଅଫିସିଆଲି ଦାବି କରି ନାହିଁ। କିଛି ବିଶେଷଜ୍ଞଙ୍କ ଅନୁସାରେ , ଇରାନ ଏହାକୁ ରଣନୀତିକ ଭାବେ ବଞ୍ଚାଇ ରଖିଛି । ବୋଧହୁଏ ଆମେରିକାର ହସ୍ତକ୍ଷେପର ସ୍ଥିତି ପାଇଁ।