'ଆମେ ଆଲ୍ଲାଙ୍କ ଶତ୍ରୁଙ୍କୁ ଧ୍ୱଂସ କରିବୁ...': ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କ ବିରୋଧରେ ଫତୱା ଜାରି କଲେ ଇରାନୀ ଧର୍ମଗୁରୁ

Published By : Prameya-News7 Bureau | June 30, 2025 IST

News7

ନୂଆଦିଲ୍ଲୀ: ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକା ଏବଂ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ପରେ କ୍ରୋଧରେ ଜର୍ଜରିତ ଇରାନ। ନ୍ୟୁକ୍ଲିୟର ପ୍ରୋଗ୍ରାମ ବନ୍ଦ କରିବାକୁ ଦେଇଛନ୍ତି ଧମକ। ଏହାରି ଭିତରେ ତେହେରାନର ଜଣେ ଶୀର୍ଷ ସିଆ ଧର୍ମଗୁରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ଫତୱା ଜାରି କରିଛନ୍ତି।

ନ୍ୟୁୟର୍କ ସନ୍ ରିପୋର୍ଟ ଅନୁଯାୟୀ, ସିଆ ଧର୍ମଗୁରୁ ନାସେର ମାକାରେମ୍ ଶିରାଜି ବିଶ୍ୱର ମୁସଲମାନମାନଙ୍କୁ ଏକତ୍ର ହେବାକୁ ଆହ୍ୱାନ କରି ଏକ ଫତୱା ଜାରି କରିଛନ୍ତି। ଫତୱାରେ କୁହାଯାଇଛି ଯେ ବିଶ୍ୱ ଇସଲାମିକ୍ ସମ୍ପ୍ରଦାୟର ନେତୃତ୍ୱ ପାଇଁ ବିପଦ ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତି କିମ୍ବା ସରକାରଙ୍କୁ ଉପଯୁକ୍ତ ଜବାବ ଦିଆଯିବ। 

ଯେଉଁମାନେ ଇରାନର ସର୍ବୋଚ୍ଚ ନେତାଙ୍କୁ ଧମକ ଦିଅନ୍ତି କିମ୍ବା ହତ୍ୟା କରିବାକୁ ଚେଷ୍ଟା କରନ୍ତି ସେମାନଙ୍କୁ ଆଲ୍ଲାଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡିବ। ଏପରି କାର୍ଯ୍ୟକୁ ଆଲ୍ଲାଙ୍କ ଅପମାନ ଭାବରେ ଦେଖାଯିବ ଏବଂ ଆଲ୍ଲାଙ୍କ ବିରୁଦ୍ଧରେ ଯୁଦ୍ଧ ଭାବରେ ଦେଖାଯିବ।

ଫତୱାରେ କୁହାଯାଇଛି- ବର୍ତ୍ତମାନ ସମୟରେ ଆମେରିକାର ରାଷ୍ଟ୍ରପତି ଏବଂ ଇସ୍ରାଏଲର ନେତାମାନେ କିପରି ଇରାନର ସର୍ବୋଚ୍ଚ ନେତାଙ୍କୁ ବାରମ୍ବାର ଧମକ ଦେଇଛନ୍ତି। ସର୍ବୋଚ୍ଚ ନେତାଙ୍କ ହତ୍ୟା ଧମକ ସମ୍ପର୍କରେ ଇସଲାମିକ ସମ୍ପ୍ରଦାୟ ଏବଂ ଏହାର ନେତୃତ୍ୱର କର୍ତ୍ତବ୍ୟ କ'ଣ? ଯଦି ଆମେରିକୀୟ ସରକାର କିମ୍ବା ଅନ୍ୟ କେହି ଏପରି କାର୍ଯ୍ୟକଳାପରେ ଜଡିତ, ତେବେ ବିଶ୍ୱର ମୁସଲମାନମାନଙ୍କର ଦାୟିତ୍ୱ କ'ଣ?

ଫତୱାରେ ଆହୁରି କୁହାଯାଇଛି ଯେ ଯିଏ ଇସଲାମିକ ଆଇନ ଅନୁଯାୟୀ ଇରାନର ସର୍ବୋଚ୍ଚ ନେତା କିମ୍ବା ଧାର୍ମିକ ନେତାମାନଙ୍କୁ ହତ୍ୟା କରିବାକୁ ଯୋଜନା କରେ, ସେ କଠୋରତମ ଦଣ୍ଡ ପାଇବାର ହକଦାର ହେବ। ବିଶ୍ୱର ସମସ୍ତ ମୁସଲମାନଙ୍କ ପାଇଁ ଏହି ଶତ୍ରୁମାନଙ୍କୁ ଚିହ୍ନଟ କରିବା ଏବଂ ଶକ୍ତି ସହିତ ପ୍ରତିଶୋଧ ନେବା ଗୁରୁତ୍ୱପୂର୍ଣ୍ଣ। ଯଦି ସେମାନଙ୍କୁ କଠୋର ଦଣ୍ଡ ଦିଆ ନ ଯାଏ, ତେବେ ଜିହାଦୀ ପ୍ରତିଶୋଧର ପୁରସ୍କାର ଆଲ୍ଲାହଙ୍କ ପାଖରେ ଅଛି। ଆଲ୍ଲାହ ସର୍ବୋଚ୍ଚ ନେତାଙ୍କୁ ରକ୍ଷା କରନ୍ତୁ। ତାଙ୍କ ଉପରେ ଆଶୀର୍ବାଦ ରଖନ୍ତୁ।

ଫତୱାରେ କୁହାଯାଇଛି ଯେ ଯିଏ ଇସଲାମିକ ଉମ୍ମାର ନେତୃତ୍ୱ ଏବଂ ଏକତା ପାଇଁ ବିପଦ ସୃଷ୍ଟି କରେ ତାଙ୍କୁ ଆଲ୍ଲାହଙ୍କ ବିରୁଦ୍ଧରେ ବିଦ୍ରୋହୀ ଭାବରେ ବିବେଚନା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.