ମୁମ୍ୱାଇ ୦୨/୦୬: ଟେଷ୍ଟ କ୍ରିକେଟରୁ ବିରାଟ କୋହଲିଙ୍କ ଅବସରକୁ ଗ୍ରହଣ କରିପାରୁନାହାଁନ୍ତି ଦର୍ଶକ । କେବଳ ଦର୍ଶକ ନୁହେଁ କିଛି ବିସିସିଆଇ ଅଧିକାରୀ ବି ନିଷ୍ପତ୍ତିରେ ଦୁଃଖିତ । ସେମାନେ ଭୟ କରୁଛନ୍ତି ଯେ ଆଇପିଏଲ ଟାଇଟଲ ଜିତିବା ପରେ କାଳୈ ବିରାଟ କୋହଲି କିଛି ବଡ଼ ପଦକ୍ଷେପ ନେଇପାରନ୍ତି । ସେମାନେ ଏ ସମ୍ପର୍କରେ ବିରାଟ କୋହଲିଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି।
ସେମାନଙ୍କ କହିବା କଥା ଯଦି ଆଇପିଏଲ୍ରେ ଆରସିବି ଜିତେ ତେବେ ବିରାଟ କୋହଲି ନେଇପାରନ୍ତି ଅବସର । ଏହି ସିଜନରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଫାଇନାଲରେ ପ୍ରବେଶ କରିଛି । ଜୁନ ୩ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ଆଇପିଏଲ ଟାଇଟଲ ପାଇଁ ଖେଳିବେ ଉଭୟ ଦଳ । ଏହି ସମୟରେ, ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଭୟ କରୁଛନ୍ତି ଯେ କୋହଲି ଫାଇନାଲ ମ୍ୟାଚ୍ ପରେ ଅବସର ନେଇପାରନ୍ତି।
କଣ କହିଲେ ଆଇପିଏଲ ଚେୟାରମ୍ୟାନ୍:
ଆଇପିଏଲ ଚେୟାରମ୍ୟାନ୍ ଅରୁଣ ସିଂହ ଧୂମଲ୍ ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟରୁ ଅବସର ନେଇ ବହୁତ ଦୁଃଖିତ। ସେ ଏହା ପୁନଃବିଚାର କରିବାକୁ କୋହଲିଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ବିରାଟ କୋହଲି କ୍ରିକେଟକୁ ସେତିକି ଭଲ ପାଆନ୍ତି ଯେପରି ରୋଜର ଫେଡେରର୍ ଏବଂ ନୋଭାକ୍ ଜୋକୋଭିଚ୍ ଟେନିସ୍କୁ ଭଲ ପାଆନ୍ତି। ଆଇପିଏଲ ଚେୟାରମ୍ୟାନ୍ ଆହୁରି ବି କହିଛନ୍ତି ଯେ ଆମେ ଭୟ କରୁଛୁ ଯେ ଯଦି ଆରସିବି ଏଥର ଟ୍ରଫି ଜିତିବାରେ ସଫଳ ହୁଏ, ତେବେ ବିରାଟ କୋହଲି ଏଥିରୁ ମଧ୍ୟ ଅବସର ନେଇପାରନ୍ତି। ମୁଁ ତାଙ୍କୁ ଏପରି ନ କରିବାକୁ ଅନୁରୋଧ କରିବି।
ଏକ ସାକ୍ଷାତକାର ସମୟରେ ଧୂମଲ୍ କହିଥିଲେ, "ବିରାଟ କୋହଲିଙ୍କ ଫିଟନେସ୍ ବର୍ତ୍ତମାନ ବହୁତ ଭଲ ଅଛି । ମୁଁ ଚାହେଁ ସେ IPLରେ ଖେଳିବା ଜାରି ରଖନ୍ତୁ। ଏହା ସହିତ, ମୁଁ ଚାହେଁ ଯେ ସେ ଟେଷ୍ଟ କ୍ରିକେଟରୁ ଅବସର ନେବାର ନିଷ୍ପତ୍ତିକୁ ପୁନର୍ବିଚାର କରନ୍ତୁ । ବିରାଟ କୋହଲି IPL ୨୦୨୫ ମଝିରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
IPLରେ ବଢିବନି ଟିମ୍ :
IPL ଅଧ୍ୟକ୍ଷ ଏହି ଲିଗ୍ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଏହି ଲିଗ୍ରେ ଅଧିକ ଦଳ ଯୋଡିବାର କୌଣସି ଯୋଜନା ନାହିଁ। ସେ କହିଛନ୍ତି ଯେ ଏହି ଲିଗ୍ ଚମତ୍କାର ଭାବରେ ଚାଲିଛି, ଏଥିରେ ବର୍ତ୍ତମାନ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଅରୁଣ ସିଂହ ଧୂମଲ୍ କହିଛନ୍ତି, ଏହି ସିଜିନରେ RCB ଫାଇନାଲରେ ପହଞ୍ଚିଛି। ଆମେ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିଛୁ । ଯେତେବେଳେ କୌଣସି ଦଳ ଟ୍ରଫି ଜିତିବ । ଫାଇନାଲରେ, RCB କ୍ୱାଲିଫାୟର୍-୨ର ବିଜେତା ସହିତ ମୁକାବିଲା କରିବ। ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।