IPLର ଫ୍ଲପ୍ ଇଲେଭେନ୍, ୨ ଫ୍ଲପ୍ ପ୍ଲେୟରଙ୍କ ଦରମା ତ କେବଳ ୫୦ କୋଟି ଉପରେ…

Published By : Prameya-News7 Bureau | June 09, 2025 IST

ନୂଆଦିଲ୍ଲୀ ୦୯।୦୬: IPL ୨୦୨୫ରେ ରହିଛନ୍ତି ଫ୍ଲପ୍ ୧୧  । ଏହି ଲିଷ୍ଟରେ ଅଛନ୍ତି ଅନେକ ମହାନ ଖେଳାଳି । ଏଥିରେ ଏପରି ୨ ପ୍ଲେୟର ଅଛନ୍ତି ଯାହାଙ୍କ ଦରମା ମିଶି ୫୦ କୋଟିରୁ ଅଧିକ । ରିଷଭ ପନ୍ତ ଏବଂ ଭେଙ୍କଟେଶ ଆୟର, ଉଭୟଙ୍କ ଦରମା ୫୦ କୋଟି ପାର କରେ। ଏହାବ୍ୟତୀତ ଏମ୍‌ଏସ୍‌ ଧୋନିଙ୍କ ନାମ ମଧ୍ୟ ଲିଷ୍ଟରେ ଅଛି ସାମିଲ ।

ଫ୍ଲପ୍ ୧୧ର ଓପନର ଭାବେ ଅଛନ୍ତି ରଚିନ ରବିନ୍ଦ୍ର । ସିଜିନରେ ୮ଟି ମ୍ୟାଚରେ  ସେ କରିଛନ୍ତି ୧୯୧ ରନ୍ । ତାଙ୍କ ସାଥ୍ ଦେଉଛନ୍ତି ଈଶାନ କିଶାନ । ଈଶାନ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ କରିଥିଲେ । ଯଦି ଏହି ଦୁଇଟି ଇନିଂସକୁ ହଟାଯାଏ, ତେବେ ସେ ୧୨ଟି ଇନିଂସରେ କେବଳ ୧୫୪ ରନ କରିଛନ୍ତି।ଏହି ଲିଷ୍ଟର ତୃତୀୟରେ ରହିଛନ୍ତି ରିଷଭ ପନ୍ତ । ସେ ଚଳିଳବର୍ଷ କିଛି ବିଶେଷ ପ୍ରଦର୍ଶନ କରିନାହାଁନ୍ତି । ତାଙ୍କ ଶତକକୁ ବାଦ ଦେଲେ ସେ  କରିଛନ୍ତି ମାତ୍ର ୧୫୧ ରନ୍ । 

ଭେଙ୍କଟେଶ ଆୟର ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ ଚଳିତ ସିଜନରେ ନିରାଶ କରିଥିଲେ। ୨୩ କୋଟି ୭୫ଲକ୍ଷରେ କେକେଆର ତାଙ୍କୁ ଟିମ୍ରେ ଯୋଡିଥିଲା । କିନ୍ତୁ ସେ ପୁରା ସିଜିନରେ ମାତ୍ର ୧୪୨ ରନ୍ କରିଥିଲେ । ୫ମ ସ୍ଥାନରେ ରହିଛନ୍ତି ନୀତିଶ କୁମାର ରେଡ୍ଡୀ । ଚଳିତ ସିଜନରେ ତାଙ୍କ ବ୍ୟାଟିଂ ସମସ୍ତଙ୍କୁ ନିରାଶ କରିଥିଲା। ଲିଆମ୍ ଲିଭିଂଷ୍ଟୋନ୍ ୬ ନମ୍ବରରେ ରହିବେ । ସେ ସିଜନରେ କେବଳ ୧୧୨ ରନ୍ କରିଥିଲେ । 

୭ନମ୍ବରରେ ରହିଛନ୍ତି ଗ୍ଲେନ୍ ମ୍ୟାକ୍ସୱେଲ୍ । ସେ ୭ ମ୍ୟାଚରେ କରିଛନ୍ତି ମାତ୍ର  ୪୮ ରନ୍ । ଏମ୍ଏସ୍ ଧୋନି ଚଳିତବର୍ଷ ୧୯୬ ରନ୍ କରିଥିଲେ। ରଶିଦ୍ ଖାନ ଚଳିତ ବର୍ଷ ବହୁତ ଖରାପ ବୋଲିଂ କରିଥିଲେ । ରଶିଦ୍ ମାତ୍ର ୯ଟି ୱିକେଟ୍ ନେଇଥିଲେ। ଏହି ବର୍ଷ ମହମ୍ମଦ ଶାମି ଏବଂ ଈଶାନ୍ତ ଶର୍ମା ବହୁତ ଖରାପ ବୋଲିଂ କରିଥିଲେ । ସେମାନେ ଏହି ଫ୍ଲପ୍ ୧୧ର ଅଂଶ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.