ବଳଙ୍ଗା ନାବାଳିକା ପୋଡ଼ି ଘଟଣା, ମଙ୍ଗଳବାର ଦିଲ୍ଲୀରୁ ଫେରିବ ତଦନ୍ତକାରୀ ଟିମ୍

Published By : Prameya-News7 Bureau | July 29, 2025 IST

କୋଣାର୍କ ୨୯।୦୭ : ବଳଙ୍ଗା ନାବାଳିକା ପୋଡ଼ି ଘଟଣା । ମଙ୍ଗଳବାର ଓଡ଼ିଶା ଫେରିବ ତଦନ୍ତକାରୀ ଟିମ୍‌ । ସୋମବାର ଦିନ ଏମ୍‌ସ ଯାଇ ପୀଡିତାଙ୍କ ବୟାନ ରେକର୍ଡ କରିଛି ତଦନ୍ତକାରୀ ଟିମ୍‌ । ୩୦ ମିନିଟ୍‌ ଧରି ପୀଡିତାଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ ।

ଖବର ଅନୁଯାୟୀ, ବଳଙ୍ଗୀ ପୀଡ଼ିତାଙ୍କୁ ଜେରା କରିବା ଲାଗି ଏକ ଟିମ୍‌ ଦିଲ୍ଲୀ ଗସ୍ତ କରିଥିଲା । ଯେଉଁଥିରେ  ପୁରୀ ଡିଏସ୍‌ପି, ବଳଙ୍ଗା ଥାନା ଅଧିକାରୀ ଆଦି ଅଫିସର ସାମିଲ ଥିଲେ । ସୋମବାର ଦିନ ପୀଡିତାଙ୍କୁ ଜେରା କରିବାକୁ ଧାର୍ଯ୍ୟ ହୋଇଥିଲା । ହେଲେ ପୀଡିତାଙ୍କ ଅସ୍ତ୍ରୋପଚାର ଲାଗି ଜେରାରେ ବିଳମ୍ବ ହୋଇଥିଲା । ଶେଷରେ ଅସ୍ତ୍ରୋପଚାର ନାବାଳିକାକୁ ପଚରାଉଚରା କରିଥିଲେ ଟିମ୍‌ । ଦୀର୍ଘ ୩୦ ମିନିଟ୍‌ ଧରି ପୀଡିତାଙ୍କୁ ବୟାନ ରେକର୍ଡ କରିଥିଲା ଟିମ୍‌ । ଯାହାର ପୁରା ଭିଡିଓ ରେକର୍ଡିଂ କରାଯାଇଛି । ପୀଡିତାଙ୍କୁ ପଚରାଉଚରା ପରେ ଆଜି ଟିମ୍ ଓଡ଼ିଶା ଫେରିବ । ହେଲେ ଏହାପୂର୍ବରୁ ପୁଣି ଥରେ ଏମ୍ସ ଯାଇ ପୀଡିତାଙ୍କ ସହ କିଛି ସମୟ ପଚରାଉଚରା କରିବା ପୋଲିସ ।  ବର୍ତ୍ତମାନ ସୁଦ୍ଧା ପୀଡିତାଙ୍କର ୩ ଥର ବୟାନ ରେକର୍ଡ ହୋଇସାରିଲାଣି । ବିଶେଷ ସୁତ୍ରରୁ ମିଳିଥିବା ତଥ୍ୟରେ ତିନି ଥର ସମାନ ଉତ୍ତର ସହିତ ସମାନ କଥା କହିଛନ୍ତି ପୀଡିତା । 

ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ପୀଡ଼ିତାଙ୍କ ଘର ସାମ୍ନାରେ ପୋଲିସ ମୁତୟନ କରାଯାଇଛି । ରାତିତମାମ ଘର ସାମ୍ନାରେ ଜରି ରହିଥିଲେ ପୋଲିସ କର୍ମୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.