FM କଲେଜରେ ଉଚ୍ଚଶିକ୍ଷା ବିଭାଗର ୩ ଜଣିଆ ଟିମ୍‌ର ତଦନ୍ତ, ସେପଟେ ଏଣ୍ଟ୍ରି ମାରିଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | July 13, 2025 IST

ନୀଳଗିରି ୧୩।୭: ବାଲେଶ୍ୱର ଫକୀରମୋହନ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଚ୍ଚଶିକ୍ଷା ବିଭାଗର ତଦନ୍ତ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆସିଥିବା ଉଚ୍ଚଶିକ୍ଷା ବିଭାଗର ୩ ଜଣିଆ ଟିମ୍ ଦୀର୍ଘ ୪  ଘଣ୍ଟାର ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇ ଫେରିଛନ୍ତି ସମ୍ପର୍କୀୟ ଭାଇ ସାମିଲ ହେବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ କ୍ୟାମ୍ପସ ଭିତରକୁ ଛାଡ଼ିଲେନି ପୋଲିସ । 

ସେପଟେ ଛାତ୍ରୀ ଆତ୍ମାହୁତି ଘଟଣା ନେଲା ନୂଆ ମୋଡ଼ । କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ । ବାଲେଶ୍ୱର ଫକୀରମୋହନ କଲେଜରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ । ଆଡ଼ସିନାଲ ଏସ୍‌ପି ରାଜଲକ୍ଷ୍ମୀ ନାୟକ ଓ ଡ଼ିଏସପି ଇମନ କଲ୍ୟାଣ ନାୟକ ମହିଳା ଶାଖାରୁ ଏହି ଦୁଇ ଜଣିଆ ଟିମ୍ ପହଞ୍ଚି ପ୍ରିନ୍ସିପାଲ ଚାମ୍ବରକୁ ଯାଇଛନ୍ତି । ଆଇସିସି ଟିମ୍ ମଧ୍ୟ ଭିତରେ ରହିଛି । ପ୍ରିନ୍ସିପାଲଙ୍କ ଚାମ୍ବରରେ ପହଞ୍ଚି ତଦନ୍ତ କରିଥିଲେ ।

ସେପଟେ ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ । ନିଜ ଆଡ଼ୁ ମାମଲା ରୁଜୁ କଲା ଜାତୀୟ ମହିଳା କମିଶନ । ଘଟଣାର ଦୃଢ଼ ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କଲା କମିଶନ । ପୋଲିସ ଡିଜିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୩ ଦିନରେ ଆକ୍ସନ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

You Can Read:

ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣାରେ ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ, ୩ ଦିନରେ ଆକ୍ସନ ରିପୋର୍ଟ ଦେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.