ସ୍ୱାଭାବିକ ହେଉଛି ସ୍ଥିତି, ଭଦ୍ରକରେ ୩୬ ଘଣ୍ଟା ପରେ ଆରମ୍ଭ ହେଲା ଇଣ୍ଟରନେଟ ସେବା

Published By : Prameya-News7 Bureau | June 13, 2025 IST

ଭଦ୍ରକ: ୩୬ ଘଣ୍ଟା ପରେ ଭଦ୍ରକ ଜିଲ୍ଲାରେ ଆରମ୍ଭ ହେଲା ଇଣ୍ଟରନେଟ ସେବା । ଶାନ୍ତି ପାଇଁ ଜିଲ୍ଲାବାସୀଙ୍କୁ ଭଦ୍ରକ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭଦ୍ରକ ଜିଲ୍ଲାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ପରେ ଅସ୍ୱାଭାବିକ ସ୍ଥିତି ଉପୁଜି ଥିଲା । ପ୍ରଶାସନ ତରଫରୁ ଜିଲ୍ଲାରେ ୨୭ ପ୍ଲାଟୁନ୍ ପୋଲିସ ଓ ୪୫ ଜଣ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା । ଜିଲ୍ଲାରେ ପ୍ରଥମେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା  । ମୃତଦେହ ଆସିବା ପରେ ବିଭିନ୍ନ ଦାବି ନେଇ ରାଜପଥ ଅବରୋଧ ସହ ଅଶାନ୍ତି ଦେଖା ଦେଇଥିଲା । ପରେ ପୁଣି ୧୨ ଘଣ୍ଟା ପାଇଁ ଇଣ୍ଟରନେଟରେ କଟକଣା ଲଗାଯିବା ସହ ଉଠା ଦୋକାନ ବନ୍ଦ କରାଯାଇଥିଲା । 

ସ୍ଥିତିରେ ସୁଧାର ଆସିବା ପରେ ଇଣ୍ଟରନେଟ୍ କଟକଣା କୋହଳ ହୋଇଛି । ଜିଲ୍ଲାରେ ଏବେ ବି ୨୨ ପ୍ଲାଟୁନ ପୋଲିସ ମୁତୟନ ଅଛନ୍ତି । ତେବେ ସୋସିଆଲ ମିଡିଆ ଉପରେ ପୋଲିସ ନଜର ରଖିଛି । ଘଟଣାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଗିରଫ ପାଇଁ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.