ଆଠଗଡ଼ ୨।୮: ନରସିଂହପୁର ବ୍ଲକ୍ର ଦୁଇ କର୍ମଚାରୀଙ୍କ ଉପରେ ସୂଚନା କମିଶନଙ୍କ ଛାଟ । ଦୁଇ ସରକାରୀ କର୍ମଚାରୀଙ୍କୁ ଜରିମାନା । ୨୦ ହଜାର ଟଙ୍କା ଜରିମାନା ଗଣିବେ ଦୁଇ ଅଧିକାରୀ ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଜୟମଙ୍ଗଳ ପଞ୍ଚାୟତ ଅନ୍ତର୍ଗତ ସ୍ବପ୍ନେଶ୍ୱର ବିଦ୍ୟାପୀଠରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କଟକ ପକ୍ଷରୁ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଟଙ୍କା ଆସିଥିଲା । ମଣ୍ଡାତୋଠ ଓ ଜୟମଙ୍ଗଳ ପାଇଁ ୫ ଲକ୍ଷ ଟଙ୍କା ବିଭାଗୀୟ ଅନୁଦାନ ଆସିଥିଲା । କାର୍ଯ୍ୟ ସଠିକ୍ ଭାବେ ହୋଇଛି । କିନ୍ତୁ ତା ପରେ ପୁଣି ସେଇ ବିଲ୍ଡିଂରେ ସେଇ ଫଳକକୁ ଲିଭାଇ ଦେଇ ଅତିରିକ୍ତ ଶ୍ରେଣୀ ଗୃହ ସ୍ବପ୍ନେଶ୍ୱର ବିଦ୍ୟାପୀଠ ଘୋରାଡ଼ିଆ ନାଁରେ ଆଉ ୫ଲକ୍ଷ ଟଙ୍କା ଉଠାଇ ଦିଆଯାଇଛି । ଏହାର କୌଣସି ତଥ୍ୟ ପ୍ରମାଣ ସୂଚନା ଅଧିକାର କର୍ମୀଙ୍କ ନିକଟରେ ଦାଖଲ କରିପାରି ନଥିଲେ ଯନ୍ତ୍ରୀ ଲିଙ୍ଗରାଜ ରାଉତରାୟ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭେଦ ରାଉତରାୟ । ଏହି ଦୁଇ କର୍ମଚାରୀ ପୂର୍ବ ସରକାରରେ ଆସୁଥିବା ଅର୍ଥକୁ ସଠିକ୍ ବିନିଯୋଗ ନକରି ଅର୍ଥ ହଡ଼ପ କରି ଚାଲିଥିଲେ । ଏନେଇ ନରସିଂହପୁର ବ୍ଲକ୍ ସୂଚନା ଅଧିକାର କର୍ମୀ ବିଷ୍ଣୁଚରଣ ସେଠୀ ନରସିଂହପୁର ବ୍ଲକ୍କୁ ସୂଚନା ମାଗିଥିଲେ । ଯାହା କି ଦୁର୍ନୀତି ହୋଇଥିବା ବେଳେ ବ୍ଲକ୍ ତରଫରୁ କୌଣସି ତଥ୍ୟ ଦିଆଗଲା ନାହିଁ । ଏନେଇ ସୂଚନା କମିଶନଙ୍କ ନିକଟରେ ଅଭିଯୋଗ ପରେ ଦୁଇ ସରକାରୀ କର୍ମଚାରୀଙ୍କ ଉପରେ ୨୦ ହଜାର ଟଙ୍କା ଫାଇନ୍ କରିଛନ୍ତି ସୂଚନା କମିଶନର ।
You Can Read:
ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ : ଫାଟକରେ ତାଲା ପକାଇଲେ ଗ୍ରାମବାସୀ