କାଶ୍ମୀରକୁ ନେଇ ଭାରତର ସ୍ପଷ୍ଟ ବାର୍ତ୍ତା, POK ଫେରାଇବା ଏକମାତ୍ର ପ୍ରସଙ୍ଗ

Published By : Prameya-News7 Bureau | May 11, 2025 IST

ନୂଆଦିଲ୍ଲୀ ୧୧।୫: ସିଜଫାୟାର ପରେ ପାକ ଅଧିକୃତ କାଶ୍ମୀର (ପିଓକେ)କୁ ନେଇ ଭାରତ ବଡ଼ ବୟାନ ଦେଇଛି। ସୂତ୍ର ଅନୁସାରେ ଭାରତ କାଶ୍ମୀରକୁ ନେଇ ନିଜର ସ୍ଥିତି ସ୍ପଷ୍ଟ କରିଛି। କହିଛି ଏବେ କେବଳ ଗୋଟିଏ ପ୍ରସଙ୍ଗ ରହିଛି ତାହା ହେଉଛି ପିଓକେକୁ ଫେରାଇବା। ଏହା ଛଡା ଆମର ଅନ୍ୟ କୌଣସି କଥା ନାହିଁ। ଯଦି ସେମାନେ ଆତଙ୍କବାଦୀଙ୍କୁ ସମର୍ପଣ କରିବାକୁ କହନ୍ତି ତେବେ ଆମେ ଆଲୋଚନା କରିପାରୁ। ଆମେ କୌଣସି ଅନ୍ୟ ବିଷୟରେ ଆଲୋଚନା କରିବାକୁ ଚାହୁଁ ନାହୁଁ। ସେହିପରି ଆମେ କେହି ମଧ୍ୟସ୍ଥ ହୁଅନ୍ତୁ ତାହା ବି ଚାହୁଁନା ବୋଲି ସ୍ପଷ୍ଟ ରୂପେ କୁହାଯାଇଛି। 


ସୂତ୍ର ଅନୁସାରେ ଭାରତ ସ୍ପଷ୍ଟ ରୂପେ କହିଛି ଅପରେସନ ‘ସିନ୍ଦୂର’ ଏବେ ସମାପ୍ତ ହୋଇ ନାହିଁ। ଜବାବ ଦେବା ପାଇଁ ସେନାକୁ ଖୋଲା ଖୋଲି ଅନୁମତି ରହିଛି। ଭାରତ ସ୍ପଷ୍ଟ ରୂପେ କହିଛି ଯେ ପାକିସ୍ତାନର ପ୍ରତ୍ୟେକ ଆକ୍ରମଣର ଉଚିତ ଜବାବ ଦିଆଯିବ। ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ରବିବାର ପଶ୍ଚିମ ସୀମା କମାଣ୍ଡରଙ୍କ ସମୀକ୍ଷା ବୈଠକରେ ଏହା ସ୍ପଷ୍ଟ କରିଦେଇଛନ୍ତି। ସେନା ପ୍ରମୁଖ ଜବାବୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେନାକୁ ପୂର୍ଣ୍ଣ ଅଧିକାର ଦେଇଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.