ନୂଆଦିଲ୍ଲୀ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁନ ୨୦ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ଅଭ୍ୟାସ୍ ଆରମ୍ଭ କରି ଦେଇଛି। ଯଶପ୍ରୀତ ବୁମରା, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂଙ୍କ ଦ୍ରୁତ ବୋଲର ୟୁନିଟ୍ଙ୍କ ବ୍ୟତୀତ ଅଧିନାୟକ ଶୁଭମନ ଗିଲ୍, ଋଷଭ ପନ୍ତ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ମାର୍ଗଦର୍ଶନରେ ଅଭ୍ୟାସ୍ କରିଛନ୍ତି।
Also read: ଯାହା ଧୋନୀ-କୋହଲି କରି ପାରିଲେନି, ତାହା ଅଧିନାୟକ ଗିଲ୍ କରି ପାରିବେ କି ? ୧୮ ବର୍ଷରୁ ହାତ ଖାଲି
ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କ ସନ୍ନ୍ୟାସ ପରେ ଗିଲ୍ଙ୍କୁ ଭାରତର ୩୭ତମ ଟେଷ୍ଟ ଅଧିନାୟକ କରାଯାଇଛି। ସେ ଅପେକ୍ଷାକୃତ ଯୁବ ଦଳର ନେତୃତ୍ଵ ନେଉଛନ୍ତି। ଦଳର ଲକ୍ଷ୍ୟ ୨୦୦୭ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଜିତିବା।
ତେନ୍ଦୁଲକର-ଆଣ୍ଡରସନ ନାମରେ ନାମିତ ସିରିଜ୍ର ପ୍ରଥମ ମ୍ୟାଚ୍ ହେଣ୍ଡିଗ୍ଲେରେ ଖେଳାଯିବ। ଏହା ପରେ ଆଜବେଷ୍ଟନ, ଲର୍ଡ୍ସ, ଓଲ୍ଡ ଟ୍ରାଫର୍ଡ ଓ ଓଭାଲରେ ସିରିଜର ଅବଶିଷ୍ଟ ୪ଟି ମ୍ୟାଚ୍ ଖେଳାଯିବ। ଭାରତୀୟ ଟେଷ୍ଟ ଦଳରେ ସାମିଲ୍ କିଛି ଖେଳାଳି ଏବେ ଭାରତ ଏ ପକ୍ଷରୁ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଦ୍ଵିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି।
𝗣𝗿𝗲𝗽 𝗕𝗲𝗴𝗶𝗻𝘀 ✅
— BCCI (@BCCI) June 8, 2025
First sight of #TeamIndia getting into the groove in England 😎#ENGvIND pic.twitter.com/TZdhAil9wV
ଏହି ଗସ୍ତ ଉପରେ ସଭିଙ୍କ ନଜର ରହିଛି। କାରଣ ଭାରତୀୟ ଦଳ ଏକ ମହତ୍ଵପୂର୍ଣ୍ଣ ପରିବର୍ତ୍ତନ ସମୟ ଦେଇ ଗତି କରୁଛି। ଇଂଲଣ୍ଡ ପହଞ୍ଚିଥିବା ଭାରତୀୟ କ୍ରିକେଟ୍ ଦଳରେ ଅନୁଭବ ଓ ଯୁବ ଖେଳାଳିଙ୍କ ମିଶ୍ରଣ ରହିଛି। ଭାରତୀୟ ଦଳ ନିଜର ଡବ୍ଲ୍ୟୁଟିସି ଅଭିଯାନକୁ ମଜବୁତ ସହ ଆରମ୍ଭ କରିବାକୁ ଚାହିଁବ।
ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳର ସମ୍ଭାବିତ ଏକାଦଶ
ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ, ସାଇ ସୁଦର୍ଶନ/କରୁଣ ନାୟର/ଅଭିମନ୍ୟୁ ଈଶ୍ଵରନ, ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ।