ଭାରତୀୟ ଛାତ୍ରଙ୍କୁ ଆମେରିକୀୟ ଅଧିକାରୀଙ୍କ ନିର୍ଯାତନା , ହାତକଡ଼ି ପିନ୍ଧାଇ ତଳେ ପକାଇଲେ : ଭିଡ଼ିଓ ଭାଇରାଲ

Published By : Prameya-News7 Bureau | June 09, 2025 IST

ନୂଆଦିଲ୍ଲୀ : ଆମେରିକାରେ ଜଣେ ଛାତ୍ରଙ୍କୁ ହାତକଡ଼ି ପକାଇ ଓ ଜୋର ଜବରଦସ୍ତ ତଳେ ପକାଇବା ପରେ ଡିପୋର୍ଟ କରିବାର ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡ଼ିଆ ୟୁଜର ଓ ଏଣ୍ଟରପ୍ରିନ୍ୟୋର କୁଣାଲ ଜୈନ ଏହି ଘଟଣାର ଭିଡିଓ ଓ ଫଟୋ ସେୟାର କରିଛନ୍ତି। ସେ କହିଛନ୍ତି ଯେ, ପୀଡ଼ିତ ଛାତ୍ର ଜଣଙ୍କ ହରିଆଣଭି କହୁଥିଲେ । ସେ ପାଗଳ ନୁହଁନ୍ତି ବୋଲି କହୁଥିଲେ। କିନ୍ତୁ ଅଥୋରିଟି ତାଙ୍କୁ ଏମିତି ଦେଖାଇବାକୁ ଚେଷ୍ଟା କରୁ ଥିଲେ। ଜୈନ ଲେଖିଛନ୍ତି , ମୁଁ ଦେଖିଲି ଯେ ଜଣେ ୟଙ୍ଗ ଇଣ୍ଡିଆନ ଷ୍ଟୁଡେଣ୍ଟଙ୍କୁ ହାତକଡ଼ି ପକା ଯାଇଛି , ଯିଏ କାନ୍ଦୁଛନ୍ତି। ତାଙ୍କୁ କ୍ରିମିନାଲ ଭଳି ଟ୍ରିଟ୍‌ କରାଯାଉଛି। ସେ ସ୍ୱପ୍ନ ପୂରା କରିବାକୁ ଆସିଥିଲେ , କାହାର କିଛି କ୍ଷତି କରିବାକୁ ନୁହେଁ। ଏନଆରଆଇ ଭାବେ ମୋତେ ଖୁବ୍‌ ଅସହାୟତା ଓ ଦୁଃଖ ଅନୁଭବ ହେଲା। 

କୁଣାଲ ଜୈନ କହିଛନ୍ତି , ଏବେ ଏମିତି ମାମଲା ସାଧାରଣ ହୋଇ ଯାଇଛି, ଯେଉଁଠି ଛାତ୍ର ଭିସା ନେଇ ସକାଳ ଆମେରିକାରେ ପହଞ୍ଚନ୍ତି , କିନ୍ତୁ ଇମିଗ୍ରେସନ ଅଥୋରିଟିକୁ ନିଜର ଆସିବାର କାରଣ ଠିକ୍‌ରେ ବୁଝାଇ ପାରନ୍ତି ନାହିଁ। ସେମାନଙ୍କୁ ସନ୍ଧ୍ୟାରେ କ୍ରିମିନାଲ ଭଳି ବନ୍ଧା ଯାଇ ଫେରେଇ ଦିଆଯାଏ। ସେ ଦାବି କରିଛନ୍ତି ଯେ, ପ୍ରତିଦିନ ୩-୪ ଏମିତି କେସ୍‌ ହେଉଛି ଏବଂ ନିକଟବର୍ତ୍ତୀ ଦିନରେ ଏହି ସଂଖ୍ୟା ବଢିଛି। ଜୈନ ଭାରତୀୟ ଦୂତାବାସ ଓ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଏହି ମାମଲାକୁ ଗୁରୁତର ସହ ନେବାକୁ ଅପିଲ କରିଛନ୍ତି। 


ଏହି ଘଟଣା ଆମେରିକୀୟ ସରକାରଙ୍କର ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଆସିଛି , ଯେଉଁଠି ବିନା ନୋଟିସ୍‌ରେ ଭିସା ରଦ୍ଦ କରାଯାଉଛି। ପ୍ରୋ-ପାଲେଷ୍ଟାଇନ ପ୍ରଦର୍ଶନକୁ ନେଇ ଟ୍ରାଫିକ୍‌ ଭାଓଲେସନ ଯାଏ କାରଣ ଅଲଗା ଅଲଗା ଅଛି, ଯେଉଁଥିରେ ଛାତ୍ର ଆଇନଗତ ମୁସ୍କିଲ ଓ ସଂଶୟରେ ଫସି ରହୁଛନ୍ତି। ଡିଏଚଏସର ୨୦୨୩ ମସିହାର ରିପୋର୍ଟ ମୁତାବିକ , ଏକ କ୍ୟାଟେଗୋରୀ ଭିସା ହୋଲ୍ଡର୍ସରେ ଓଭରଷ୍ଟେ ରେଟ୍‌ ୩.୫ ପ୍ରତିଶତ ଯାଏ ପହଞ୍ଚି ଯାଇଛି। ହେଲେ ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ସିଧାସଳଖ କୌଣସି ସ୍ପଷ୍ଟ ଡାଟା ନାହିଁ। ଏହି ଅନୁମାନ ଜରୁରୀ ଯେ, ୨୦୨୪ ମସିହାରେ ୧୫୦୦ରୁ ଅଧିକ ଭାରତୀୟଙ୍କୁ ଆମେରିକାରୁ ଡିପୋର୍ଟ କରାଯାଇ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.