ତତ୍କାଳ ଟିକେଟ ବୁକିଂକୁ ଅପଡେଟ୍ କଲା ଭାରତୀୟ ରେଳବାଇ: ଜୁଲାଇ ୧ରୁ ଆଧାର, ଓଟିପି ଜରୁରୀ

Published By : Prameya-News7 Bureau | July 01, 2025 IST

indiatoday

ନୂଆଦିଲ୍ଲୀ: ଜୁଲାଇ ୨୦୨୫ ରୁ, ଭାରତୀୟ ରେଳବାଇ ଏକାଧିକ ବଡ଼ ପରିବର୍ତ୍ତନ କରିଛି। ଯାହାର ସିଧାସଳଖ ପ୍ରଭାବ ସାଧାରଣ ଯାତ୍ରୀଙ୍କ ଉପରେ ପଡ଼ିବ। ଭାରତୀୟ ରେଳବାଇ ତତ୍କାଳ ଟିକେଟ୍ ବୁକିଂକୁ ଅଧିକ ସ୍ୱଚ୍ଛ ଏବଂ ସୁରକ୍ଷିତ କରିବା ପାଇଁ ଆଧାର ଯାଞ୍ଚ ଏବଂ ଓଟିପି ବାଧ୍ୟତାମୂଳକ କରିଛି। ଭାରତୀୟ ରେଳବାଇ ଏବେ ପ୍ରସ୍ଥାନର ୮ ଘଣ୍ଟା ପୂର୍ବରୁ ଚାର୍ଟ ପ୍ରସ୍ତୁତ କରିବା ଆରମ୍ଭ କରିବ। ଯାହା ଦ୍ଵାରା ସାଧାରଣ ଯାତ୍ରୀମାନେ ଠିକ୍ ସମୟରେ ଟିକେଟ୍ ଏବଂ ସିଟ୍ ପାଇପାରିବେ।

ଆଧାର ଲିଙ୍କି କରିବା ଏବେ ବାଧ୍ୟତାମୂଳକ

• IRCTC ମାଧ୍ୟମରେ ଅନଲାଇନରେ ତତ୍କାଳ ଟିକେଟ୍ ବୁକ୍ କରିବା ପାଇଁ, ଉପଭୋକ୍ତାମାନଙ୍କୁ ଆଜିଠାରୁ ଆଧାର ବ୍ୟବହାର କରି ସେମାନଙ୍କର ଆକାଉଣ୍ଟଗୁଡ଼ିକୁ ଭେରିଫାଏଡ୍ କରିବାକୁ ପଡିବ।

• ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ଯାତ୍ରୀଙ୍କ ପରିଚୟ ଯାଞ୍ଚ କରିବା ଏବଂ ନକଲି କିମ୍ବା ବଲ୍କ ବୁକିଂକୁ ସୀମିତ କରିବା।

ଅନଲାଇନ୍ ଏବଂ ଅଫଲାଇନ୍ ବୁକିଂ ପାଇଁ OTP ଯାଞ୍ଚ

ଜୁଲାଇ ୧୫ ତାରିଖରୁ, ସମସ୍ତ ତତ୍କାଳ ଟିକେଟ୍ ବୁକିଂ - IRCTC ୱେବସାଇଟ୍ / ଆପ୍ ମାଧ୍ୟମରେ ଅନଲାଇନ୍ ହେଉ କିମ୍ବା PRS କାଉଣ୍ଟର ଏବଂ ଅଧିକୃତ ଏଜେଣ୍ଟ (YTSK) ରେ ଅଫଲାଇନ୍ ହେଉ ସମସ୍ତଙ୍କ ପାଇଁ ଓଟିପି-ଆଧାରିତ ଆଧାର ଅଥେଣ୍ଟିକେସନ ଆବଶ୍ୟକ ହେବ। ବୁକିଂ ସମୟରେ ବ୍ୟବହୃତ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ଓଟିପି ପଠାଯିବ।

ବୁକିଂ ୱିଣ୍ଡୋରେ ଏଜେଣ୍ଟଙ୍କ ପ୍ରବେଶରେ କଟକଣା

ଦଲାଲମାନଙ୍କ ଦ୍ୱାରା ବ୍ୟବସ୍ଥାର ଅପବ୍ୟବହାରକୁ ହ୍ରାସ କରିବା ପାଇଁ, ଭାରତୀୟ ରେଳବାଇ ଏଜେଣ୍ଟଙ୍କ ଭୂମିକାକୁ ସୀମିତ ରଖିଛି। ଜୁଲାଇ ୧୫ ତାରିଖରୁ, ବୁକିଂ ୱିଣ୍ଡୋର ପ୍ରଥମ ୩୦ ମିନିଟ୍ ମଧ୍ୟରେ ପ୍ରାଧିକୃତ ଏଜେଣ୍ଟମାନଙ୍କୁ ତତ୍କାଳ ଟିକେଟ୍ ବୁକ୍ କରିବାକୁ ଅନୁମତି ଦିଆଯିବ ନାହିଁ।

• ଏସି କ୍ଲାସ ପାଇଁ: ସକାଳ ୧୦:୦୦ ରୁ ସକାଳ ୧୦:୩୦ ପର୍ଯ୍ୟନ୍ତ କୌଣସି ଏଜେଣ୍ଟ ବୁକିଂ ନାହିଁ।

• ଅଣ-ଏସି କ୍ଲାସ ପାଇଁ: ସକାଳ ୧୧:୦୦ ରୁ ସକାଳ ୧୧:୩୦ ପର୍ଯ୍ୟନ୍ତ କୌଣସି ଏଜେଣ୍ଟ ବୁକିଂ ନାହିଁ।

ରେଳବାଇର ନୂଆ ନିୟମକୁ ନେଇ ଖୁସୀ ବ୍ୟକ୍ତ କରିଛି ରେଳ ସୁରକ୍ଷା ବଳ (RPF)। ଆର୍‌ପିଏଫ୍‌  କହିଛି ଯେ ନୂଆ ନିୟମଗୁଡ଼ିକ ଦ୍ୱାରା ଟିକେଟ ଠକେଇକୁ ବନ୍ଦ ହେବା ସହ ବଟ୍ ଦ୍ୱାରା ବଲ୍କ ବୁକିଂକୁ କମିବ ଏବଂ ପ୍ରକୃତ ଯାତ୍ରୀମାନଙ୍କୁ ଏକ ନ୍ୟାୟପୂର୍ଣ୍ଣ ସୁଯୋଗ ଦେବା - ବିଶେଷକରି ଜରୁରୀକାଳୀନ ପରିସ୍ଥିତି ଏବଂ ଫେଷ୍ଟିଭ୍ ସିଜନରେ ସେମାନଙ୍କର ସୁବିଧା ପାଇଁ ଏହି ନୂଆ ନିୟମ କରାଯାଇଛି। ତେବ ଏସବୁରେ ଆପଣଙ୍କର IRCTC ଆକାଉଣ୍ଟ ଆଧାର ସହ ଲିଙ୍କ୍ ହୋଇଛି କି ନା ଏବଂ ଆପଣଙ୍କର ମୋବାଇଲ୍ ନମ୍ବର ଓଟିପି ପାଇଁ ଆକ୍ଟିଭ୍ ଅଛି କି ଗ୍ରାହକଙ୍କୁ ତା ସୁନିଶ୍ଚିତ କରିବାକୁ ପଡ଼ିବ। ତେବେ ଏସି ଟିକେଟ ପାଇଁ ୱେଟିଂ ଲିଷ୍ଟ ସୀମାକୁ ବୃଦ୍ଧି କରି ମୋଟ ସିଟର ୬୦% କୁ ବୃଦ୍ଧି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.