ଗାଙ୍ଗୁଲିଙ୍କ କଥା ଶୁଣିଲେ ଚିନ୍ତାରେ ପଡିବ ଅଷ୍ଟ୍ରେଲିଆ ଦଳ, ବର୍ଡର-ଗାଭାସ୍କର ଟ୍ରଫିକୁ ନେଇ ଏମିତି ଭବିଷ୍ୟତବାଣୀ କଲେ ଦାଦା

Published By : Prameya-News7 Bureau | February 25, 2023 IST

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିକୁ ନେଇ ବଡ ଭବିଷ୍ୟତବାଣୀ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି। ସେ କହିଛନ୍ତି, ଏହି ଶୃଙ୍ଖଳାକୁ ଭାରତ ୪-୦ରେ ଜିତିବା ଉଚିତ୍। ଘରୋଇ ପରିବେଶ ଭାରତୀୟ ଦଳ ସପକ୍ଷରେ ଅନୁକୂଳ ରହିଛି। ଭାରତକୁ ହରାଇବାକୁ ହେଲେ ଅଷ୍ଟ୍ରେଲିଆକୁ ଚମତ୍କାର କ୍ରିକେଟ୍ ଖେଳିବାକୁ ପଡିବ।

ମୋ ହିସାବରେ ଭାରତ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୪-୦ରେ ଜିତିବ। ଏମିତି ପରିବେଶରେ ଭାରତ ଶକ୍ତିଶାଳୀ ଦଳ ବୋଲି ରେଭ ସ୍ପୋର୍ଟ୍ସ ସହ ଆଲୋଚନା  ବେଳେ ଗାଙ୍ଗୁଲି ଏହା କହିଛନ୍ତି। ଉଲ୍ଲେଖନୀୟ ଭାରତ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ୬ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୧୦ଟି ଓ୍ଵିକେଟ୍ ନେଇ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଖାସ୍ କରି ଦ୍ଵିତୀୟ ଇନିଂସରେ ଜାଡେଜା ୭ ଓ୍ଵିକେଟ୍‌ ନେଇଥିଲେ।

IND vs AUS : सौरव गांगुली की बात सुन कगारुओं के कान खड़े हो जाएंगे, बॉर्डर गावस्कर सीरीज को लेकर की भविष्यावाणी

ଜାଡେଜା ସିରିଜ୍‌ରେ ସର୍ବାଧିକ ଓ୍ଵିକେଟ୍‌ ହାସଲକାରୀ ବୋଲର। ସେ ୨.୮୪ ଇକୋନୋମି ସହ ୧୧.୨୩ ହାରରେ ୧୭ ଓ୍ଵିକେଟ୍ ଦଖଲ କରିଛନ୍ତି। ବ୍ୟାଟିଂରେ ମଧ୍ୟ ସେ ଉଲ୍ଲେଖନୀୟ ଯୋଗ ଦେଇଛନ୍ତି। ସେ ୪୮ ହାରରେ ୯୬ ରନ କରିଛନ୍ତି। ଦିଲ୍ଲୀ ଟେଷ୍ଟ ଜିତି ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ବଜାୟ ରଖିବାରେ ସଫଳ ହୋଇଛି।

wp:heading {"level":4}

ଏ ଖବର ପଢନ୍ତୁ- ତେନ୍ଦୁଲକର ନୁହେଁ ଏହି ଖେଳାଳୀ ପ୍ରଥମେ ମାରିଛନ୍ତି ଦ୍ୱିଶତକ, ସଚିନଙ୍କ ପୂର୍ବରୁ ହାତେଇଥିଲେ ରେକର୍ଡ…

/wp:heading

ନାଗପୁର ଟେଷ୍ଟରେ ଇନିଂସ ଏବଂ ୧୩୨ ରନରେ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ଦଳର ମନୋବଳ ଦୋହଲି ଯାଇଛି। ତେବେ ମାର୍ଚ୍ଚ ୧ରୁ ଇନ୍ଦୋରରେ ତୃତୀୟ ଟେଷ୍ଟ ଏବଂ ମାର୍ଚ୍ଚ ୯ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.