LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ତେନ୍ଦୁଲକର ନୁହେଁ ଏହି ଖେଳାଳୀ ପ୍ରଥମେ ମାରିଛନ୍ତି ଦ୍ୱିଶତକ, ସଚିନଙ୍କ ପୂର୍ବରୁ ହାତେଇଥିଲେ ରେକର୍ଡ…

25/02/2023 at 2:02 PM

Belinda Clark

ମୁମ୍ବାଇ ୨୫।୦୨: ବିଶ୍ବର ମହାନ କ୍ରିକେଟର ସଚିନ୍ ତେନ୍ଦୁଲକର । ତାଙ୍କ ନାଁରେ ରହିଛି ଅନେକ ରେକର୍ଡ । କିନ୍ତୁ ସେଥିରୁ ଅନ୍ୟତମ ହେଉଛି ପୁରୁଷ ଦିନିକିଆ ଇତିହାସରେ ହାସଲ କରିଥିବ ଦ୍ବିଶତକ । ପ୍ରାୟ ସମସ୍ତଙ୍କୁ ଏହା ଜଣା । କିନ୍ତୁ ଏହା ସମ୍ପର୍ଣ୍ଣ ସତ ନୁହେଁ । ତାଙ୍କ ପୂର୍ବରୁ ଏମିତି  ଜଣେ ଖେଳାଳୀ ଅଛନ୍ତି, ଯିଏକି ଏହି ଫର୍ମାଟରେ ହାତେଇଥିଲେ ଦ୍ବିଶତକ । ସେ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ମହିଳା କ୍ରିକେଟର Belinda Clark । ଅଷ୍ଟ୍ରେଲିଆର ସବୁଠାରୁ ଖତରନାକ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ବେଲିଣ୍ଡା ।

ସଚିନଙ୍କ ଦ୍ବିଶତକ ହାସଲ କରିବାର ୧୩ ବର୍ଷ ପୂର୍ବରୁ ଏହି ରେକର୍ଡ ହାତେଇଥିଲେ ବେଲିଣ୍ଡା । ୧୯୯୭ରେ ଡେନମାର୍କ ବିପକ୍ଷରେ ୨୧୯ ରନର ଇନିଂସ ଖେଳି ବେଲିଣ୍ଡା ଏହି ସଫଳତା ହାସଲ କରିଥିଲେ । ତାଙ୍କ ପରେ ୨୦୧୦ରେ ସଚିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲେ ଦ୍ୱିଶତକ । ପୁରୁଷ କ୍ରିକେଟରେ ଏହି ବଡ଼ ସଫଳତା ହାସଲ କରିଥିଲେ ସଚିନ । ପୁରୁଷ ଦିନିକିଆ କ୍ରିକେଟ୍ ଦ୍ୱିଶତକ ହାସଲ କରିଥିବା ପ୍ରଥମ ଖେଳାଳି ହେଲେ ସଚିନ ।

ତେବେ ଅଷ୍ଟ୍ରେଲିଆର ଏହି ମହାନ ଖେଳାଳିଙ୍କ କଥା କହିବାକୁ ଗଲେ ସେ ଟିମ ପାଇଁ ୧୫ଟି ଟେଷ୍ଟ, ୧୧୮ଟି ଦିନିକିଆ ଏବଂ ଗୋଟିଏ ଟି -20 ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି । ସେ ସମସ୍ତ ଫର୍ମାଟରେ ମୋଟ ୫୭୬୭ରନ୍ କରିଥିଲେ। ୨୦୦୫ରେ କ୍ରିକେଟ୍ରୁ ବିଦାୟ ନେଇଥିଲେ ବେଲିଣ୍ଡା ।

Belinda Clark

ତେବେ ଟିମ ଇଣ୍ଡିଆରେ ଏପରି ପାଞ୍ଚଜଣ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯେଉଁମାନେ ଦିନିକିଆରେ ଦ୍ୱିଶତକ ହାସଲ କରିଛନ୍ତି। ଏମାନଙ୍କ ମଧ୍ୟରେ ଏମିତି ଜଣେ ଖେଳାଳି ଅଛନ୍ତି ଯିଏ କି ତିନିଥର ହାସଲ କରିଛନ୍ତି ଦ୍ବିଶତକ ।

ଆସନ୍ତୁ ଜାଣିବା ସେହି ଖେଳାଳୀଙ୍କୁ-

ସଚିନ ତେନ୍ଦୁଲକର (୨୦୧୦) – ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୦ ରନ୍

ବିରେନ୍ଦର ସେହୱାଗ (୨୦୧୧) – ୱେଷ୍ଟଇଣ୍ଡିଜ୍  ବିପକ୍ଷରେ ୨୧୯ ରନ୍

ରୋହିତ ଶର୍ମା (୨୦୧୩) – ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ରନ୍

ରୋହିତ ଶର୍ମା (୨୦୧୪) – ଶ୍ରୀଲଙ୍କା  ବିପକ୍ଷରେ ୨୬୪ ରନ୍

ରୋହିତ ଶର୍ମା (୨୦୧୭) – ଶ୍ରୀଲଙ୍କା ବିପକ୍ଷରେ ୨୦୮ ରନ୍

ଇଶାନ୍ କିଶାନ୍ (୨୦୨୨) – ବାଂଲାଦେଶ ବିପକ୍ଷରେ ୨୧୦ ରନ୍

ଶୁବମାନ ଗିଲ (୨୦୨୩) – ନ୍ୟୁଜିଲ୍ୟାଣ୍ଡ  ବିପକ୍ଷରେ ୨୦୮ ରନ୍

   Related Posts