ଇରାନରେ ଫସିଥିବା ନେପାଳୀ ଓ ଶ୍ରୀଲଙ୍କାର ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ବାହାର କରିବ ଭାରତ

Published By : Prameya-News7 Bureau | June 21, 2025 IST

ନୂଆଦିଲ୍ଲୀ – ଭାରତ ଶନିବାର ଘୋଷଣା କରିଛି ଯେ, ସେ ଦୁଇ ପଡୋଶୀ ଦେଶର ଔପଚାରିକ ଅନୁରୋଧ ପରେ ଇରାନରେ ନିଜର ସ୍ଥାନାନ୍ତର ପ୍ରୟାସକୁ ବିସ୍ତାର କରି ନେପାଳ ଓ ଶ୍ରୀଲଙ୍କାର ନାଗରିକଙ୍କୁ ମଧ୍ୟ ଏଥିରେ ସାମିଲ କରିବ। ଏହି ପଦକ୍ଷେପ ମଧ୍ୟପୂର୍ବରେ ଉତ୍ତେଜନା ବୃଦ୍ଧି ମଧ୍ୟରେ ନିଆଯାଇଛି। ଇସ୍ରାଏଲ ଇରାନ ବିରୁଦ୍ଧରେ ଅପରେସନ ରାଇଜିଂ ଲାୟନ ଚଲାଇଛି । ଏହାର ଉଦ୍ଦେଶ୍ୟ ଇରାନର ପରମାଣୁ ଇଚ୍ଛା ଉପରେ ଅଙ୍କୁଶ ଲଗାଇବା। ସେପଟେ ଇରାନ ମଧ୍ୟ ଏହାର ଜୋରଦାର ଜବାବ ଦେଇଛି। 

ତେହରାନରେ ଭାରତୀୟ ଦୂତାବାସ ଏକ୍ସରେ ଏକ ପୋଷ୍ଟରେ କହିଛି, ନେପାଳ ଓ ଶ୍ରୀଲଙ୍କାର ସରକାରଙ୍କ ଅନୁରୋଧର ଜବାବରେ ଇରାନରେ ଭାରତୀୟ ଦୂତାବାସ ସ୍ଥାନାନ୍ତର ପ୍ରୟାସରେ ନେପାଳ ଓ ଶ୍ରୀଲଙ୍କରା ନାଗରିକ ମଧ୍ୟ ସାମିଲ ହେବେ। ଦୂତାବାସ ଏମର୍ଜେନ୍ସି କଣ୍ଟାକ୍ଟ ନମ୍ୱର ମଧ୍ୟ ଜାରି କରିଛି। ଏହାସହ ନେପାଳ ଓ ଶ୍ରୀଲଙ୍କାର ନାଗରିକଙ୍କୁ ଟେଲିଗ୍ରାମ୍‌ ବା ଏମର୍ଜେନ୍ସି ଲାଇନ + 989010144557 ,+989128109115 , +989128109109ର ମାଧ୍ୟମରେ ତତ୍କାଳ ସଂପର୍କ କରିବାକୁ ପରାମର୍ଶ ଦେଇଛି। 


ଇରାନରେ ସୁରକ୍ଷା ସ୍ଥିତି ଖରାପ ଯୋଗୁଁ ହାଇ ରିସ୍କ ଥିବା ଅଞ୍ଚଳରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରେଇ ଆଣିବା ପାଇଁ ଭାରତ ଅପରେସନ ସିନ୍ଧୁ ଅନୁସାରେ , ନିଜର ସ୍ଥାନାନ୍ତର ଅଭିଯାନ ଆରମ୍ଭ କରିଛି। ଶନିବାର ସକାଳେ, ଭାରତୀୟ ନାଗରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ତୁର୍କମେନିସ୍ତାନର ଅଶଗାବାତରୁ ଦିଲ୍ଲୀରେ ପହଞ୍ଚିଛି। ଏହାପରେ ଶୁକ୍ରବାର ବିଳମ୍ୱିତ ରାତିରେ ଆଉ ଏକ ସଫଳ ସ୍ଥାନାନ୍ତର ହୋଇଛି, ଯେତେବେଳେ ତେହରାନ ଦ୍ୱାରା ନିଜର ବିମାନ କ୍ଷେତ୍ର ପୁଣି ଥରେ ଖୋଲିବା ପରେ ୨୯୦ ଭାରତୀୟ ଛାତ୍ର –ମୁଖ୍ୟ ରୂପେ ଜମ୍ମୁ ଓ କାଶ୍ମୀରର ଇରାନର ମଶହଦରୁ ସୁରକ୍ଷିତ ଫେରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.