ଲଗାତାର ୧୪ ଥର ଟସ୍ ହାରିଲା ଭାରତ, ମାଞ୍ଚେଷ୍ଟରରେ ବି ଖାତା ଖୋଲି ପାରିଲେନି ଗିଲ୍

Published By : Prameya-News7 Bureau | July 23, 2025 IST

ମାଞ୍ଚେଷ୍ଟର: ଇଂଲଣ୍ଡ ଓ ଭାରତ ମଧ୍ୟରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ବୁଧବାର ଆରମ୍ଭ ହୋଇଛି ଚତୁର୍ଥ ଟେଷ୍ଟ। ମ୍ୟାଚ୍‌ରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆଉ ଆଣ୍ଡରସନ-ତେନ୍ଦୁଲକର ସିରିଜରେ ଲଗାତାର ଚତୁର୍ଥ ଥର ଟସ୍ ହାରିଛି ଭାରତ । ଅଧିନାୟକ ଭାବେ ଶୁଭମନ ଗିଲ୍ ଏ ପର୍ଯ୍ୟନ୍ତ ଗୋଟିଏ ବି ଟସ୍ ଜିତି ପାରି ନାହାନ୍ତି। ଏଥିସହ ଭାରତୀୟ ଦଳର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଲଗାତାର ସବୁଠୁ ଅଧିକ ଟସ୍ ହାରିବାର ଧାରା ଜାରି ରହିଛି। ଗତ ମ୍ୟାଚ୍‌ରେ ଭାରତ ଲଗାତାର ସବୁଠୁ ଅଧିକ ଥର ଟସ୍ ହାରିବାର ରେକର୍ଡ ନିଜ ନାଁରେ କରିଥିଲା।

ଭାରତ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଟସ୍ ହାରିବା ସହ ଓ୍ଵେଷ୍ଟଇଣ୍ଡିଜର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଲଗାତାର ସବୁଠୁ ଅଧିକ ଟସ୍   ହାରିବାର ରେକର୍ଡକୁ ପଛରେ ପକାଇ ଦେଇଥିଲା। ଅନ୍ତର୍ଜାତୀୟ କ୍ରିକେଟରେ ଲଗାତାର ସବୁଠୁ ଅଧିକ ଥର ଟସ୍ ହାରିବାର ରେକର୍ଡ ଭାରତ ନାଁରେ ରହିଛି। ଭାରତ ୨୦୨୫ ଜାନୁଆରୀ ୩୧ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ଲଗାତାର ୧୪ ଥର ଟସ୍  ହାରି ସାରିଛି। ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି ଓ୍ଵେଷ୍ଟଇଣ୍ଡିଜ। ଇଣ୍ଡିଜ ୧୯୯୯ରେ ଲଗାତାର ୧୨ ଥର ଟସ୍ ହାରିଛି। ଇଂଲଣ୍ଡ ୨୦୨୨ ଡିସେମ୍ବର ୧୭ ରୁ ୨୦୨୩ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ୧୧ ଥର ଟସ୍ ହାରିଥିଲା।  

Also read: କ୍ରୀଡ଼ା ବିଲ୍‌ ଅଧୀନରେ ଆସିପାରେ ବିସିସିଆଇ: ହୋଇପାରେ ବୟସ ସୀମାରେ ପରିବର୍ତ୍ତନ

ଏହି ମ୍ୟାଚ୍‌ରେ ଭାରତ ୩ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ନମ୍ବର ୩ରେ ବ୍ୟାଟିଂ କରୁଥିବା କରୁଣ ନାୟରଙ୍କୁ ବାଦ୍ ଦିଆଯାଇ ସାଇ ସୁଦର୍ଶନଙ୍କୁ ସୁଯୋଗ ଦିଆଯାଇଛି। ଆହତ ହୋଇ ସିରିଜ୍‌ରୁ ବାଦ୍ ପଡ଼ିଥିବା ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ସେହିପରି ଆହତ ଯୋଗୁଁ ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ଆକାଶଦୀପ। ଆଉ ଟେଷ୍ଟରେ ପଦାର୍ପଣ କରିବାର ସୁଯୋଗ ପାଇଛନ୍ତି ଅଂଶୁଲ କମ୍ବୋଜ। 

ଟସ୍ ହାରିବାର ରେକର୍ଡ

୧୪ – ଭାରତ(୨୦୨୫ ଜାନୁଆରୀରୁ ୨୦୨୫ ଜୁଲାଇ ୨୩)

୧୨ – ଓ୍ଵେଷ୍ଟଇଣ୍ଡିଜ(୧୯୯୯ ଫେବୃଆରୀ ରୁ ୧୯୯୯ ଏପ୍ରିଲ ୨୧)

୧୧ – ଇଂଲଣ୍ଡ(୨୦୨୨ ଡିସେମ୍ବର ୧୭ରୁ ୨୦୨୩ ମାର୍ଚ୍ଚ ୧୨)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.