ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗୁରୁବାର ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଭାରତ ରୁଷ୍ର ସବୁଠୁ ବଡ଼ ତୈଳ ଆମଦାନୀକାରୀ ନୁହେଁ। ଏହି ପ୍ରସଙ୍ଗରେ ଆମେରିକାର ତର୍କରେ ସେ ଖୁବ୍ ଆଶ୍ଚର୍ଯ୍ୟ ହେଉଛନ୍ତି। ସେ କହିଛନ୍ତି – ପ୍ରଥମେ ନିଜେ ଆମେରିକୀୟ ମାନେ ଅଧିକରୁ ଅଧିକ ତୈଳ କ୍ରୟ କରିବାକୁ ପ୍ରୋତ୍ସାହିତ କଲେ ଏବଂ ଏବେ ନିଜେ ହିଁ ଏମିତି ତର୍କ ଦେଉଛନ୍ତି। ଏହି ବିବୃତ୍ତି ଏମିତି ସମୟରେ ଆସିଛି, ସେତେବେଳେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ରୁଷ୍ ଠାରୁ ତୈଳ କିଣିବା ବନ୍ଦ କରିବାକୁ ଚାପ ପକାଉଛନ୍ତି।
ମସ୍କୋରେ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ଦ୍ୱିପାକ୍ଷୀୟ ଆଲୋଚନା ପରେ ଜୟଶଙ୍କର ଆମେରିକାକୁ ସ୍ପଷ୍ଟ ବାର୍ତ୍ତା ଦେଇ କହିଛନ୍ତି, ଆମେ ରୁଷ୍ର ସବୁଠୁ ବଡ଼ ତୈଳ କ୍ରୟକରୁଥିବା ଦେଶ ନୁହେଁ। ଚୀନ ହିଁ ଅଛି। ଆମେ ରୁଷ୍ ଠାରୁ ସବୁଠୁ ଅଧିକ ଏଲଏନଜି ଆମଦାନୀକାରୀ ଦେଶ ମଧ୍ୟ ନୁହେଁ। ଉକ୍ତ ମାମଲାରେ ୟୁରୋପୀୟ ସଂଘ ସବୁଠୁ ଆଗରେ। ୨୦୨୨ ପରେ ରୁଷ୍ ସହ ବାଣିଜ୍ୟରେ ସବୁଠୁ ଅଧିକ ବୃଦ୍ଧି ମଧ୍ୟ ଭାରତର ହୋଇନାହିଁ , ବରଂ ଦକ୍ଷିଣର ଅନ୍ୟ କିଛି ଦେଶର ହୋଇଛି।
ଜୟଶଙ୍କର ଆହୁରି କହିଛନ୍ତି , ଆମେରିକା ହିଁ ଗତ କିଛି ବର୍ଷରୁ ଭାରତକୁ ବିଶ୍ୱର ଶକ୍ତି ବଜାରକୁ ସ୍ଥିର ରଖିବା ପାଇଁ ପ୍ରୋତ୍ସାହିତ କରିଥିଲା, ଯେଉଁଥିରେ ରୁଷ୍ ଠାରୁ ତୈଳ କ୍ରୟ କରିବା ବି ଅନ୍ତର୍ଭୁକ୍ତ ଅଛି। ସେ କହିଛନ୍ତି , ଆମ ଠାରୁ ନିଜେ ଆମେରିକୀୟ ଗତ କିଛି ବର୍ଷରୁ କହୁଛନ୍ତି ଯେ, ଆମେ ବିଶ୍ୱ ଶକ୍ତି ବଜାରକୁ ସ୍ଥିର କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବା ଉଚିତ୍, ଯେଉଁଥିରେ ରୁଷ୍ ଠାରୁ ତୈଳ କ୍ରୟ କରିବା ମଧ୍ୟ ସଂପୃକ୍ତ ଅଛି। ଆମେ ଆମେରିକା ଠାରୁ ମଧ୍ୟ ତୈଳ କିଣନ୍ତି ଏବଂ ସେହି ପରିମାଣ ବି ବଢିଛି। ଏଥିରେ ପ୍ରକୃତରେ ଆମକୁ ବୁଝା ପଡ଼ୁନି ଯେ, ସେମାନେ ଏମିତି ତର୍କ କାହିଁକି ଦେଉଛନ୍ତି।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତ ଉପରେ ରୁଷ୍ ଠାରୁ ତୈଳ କ୍ରୟ କରୁଥିବା ନେଇ ୨୫ପ୍ରତିଶତ ଅତିରିକ୍ତ ଟାରିଫ (ଶୁଳ୍କ) ଲଗାଇଛନ୍ତି। ତାଙ୍କର ଅଭିଯୋଗ ଯେ, ଭାରତର ଏହି କ୍ରୟ ରୁଷ୍କୁ ୟୁକ୍ରେନ ଯୁଦ୍ଧରେ ଶକ୍ତି ଯୋଗାଉଛି। ହେଲେ ଆମେରିକୀୟ ଚାପ ମଧ୍ୟରେ ଭାରତ-ରୁଷ୍ ନିଜର ଐତିହାସିକ ସଂପର୍କକୁ ଦୃଢ ରଖିଛନ୍ତି।