ଭାରତ ଟାରିଫ କିଂ ନୁହେଁ, ଶୁଳ୍କ ଯେତିକି ଦେଖାଯାଉଛି, ତା'ଠାରୁ ବହୁତ କମ୍: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Published By : Prameya-News7 Bureau | June 24, 2025 IST

livemint

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଭାରତକୁ ବାରମ୍ବାର ଟାରିଫ କିଂ ଆଖ୍ୟା ଦେଉଥିବା ବେଳେ ସୋମବାର ଏହାର ଉତ୍ତର ଦେଇଛନ୍ତି ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତ ଟାରିଫ କିଂ ନୁହେଁ ଯେତିକି ଦେଖାଯାଏ ତ' ଠାରୁ ବହୁତ କମ୍ ବୋଲି ସେ କହିଛନ୍ତି। ରାଜଧାନୀରେ ଅନୁଷ୍ଠିତ ଏକଜିମ୍ ବ୍ୟାଙ୍କ ବାଣିଜ୍ୟ କନକ୍ଲେଭ ୨୦୨୫ରେ ଭାଷଣ ଦେଇ ଅର୍ଥମନ୍ତ୍ରୀ ଏପରି କହିଛନ୍ତି। ଭାରତ ଏକ ନିର୍ଦ୍ଦିଷ୍ଟ ସ୍ତରରେ ଶୁଳ୍କ ସ୍ଥିର କରିବା ପାଇଁ ସଂସଦୀୟ ଅନୁମୋଦନ ଚାହେଁ, କିନ୍ତୁ ସେଲିଂ ଆପ୍ରୁଭ୍‌ ଠାରୁ ବହୁତ କମ୍ ଶୁଳ୍କ ଲଗାଏ। ତେଣୁ ଆମେ ଅଧିକ ଶୁଳ୍କ ଲଗାଉଛି ବୋଲି ବିଦେଶରେ ଗୋଟେ ଧାରଣା ସୃଷ୍ଟି କରାଯାଉଛି ବୋଲି ନିର୍ମଲା ସୀତାରମଣ କହିଛନ୍ତି।  

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଓ ରପ୍ତାନି ବୃଦ୍ଧି କରିବା ପାଇଁ ୨୦୨୫-୨୬ ବଜେଟରେ ଶୁଳ୍କ ହାର ସଂଖ୍ୟା ୮କୁ ହ୍ରାସ କରାଯାଇଥିଲା। ସୀତାରମଣ ଫେବୃଆରୀ ବଜେଟରେ ୭ଟି ଶୁଳ୍କ ହାର ହଟାଇ ଦେଇଥିଲେ। ଏହା ପୂର୍ବରୁ ୨୦୨୩-୨୪ ବଜେଟରେ ୭ଟି ଶୁଳ୍କ ହାର ହଟାଇ ଦିଆଯାଇ ସାରିଥିଲା। 

ତେବେ ଆମେରିକା ସହିତ ବାଣିଜ୍ୟ ଡିଲ୍ ନେଇ ମଧ୍ୟ ନିର୍ମାଳା ସୀତାରମଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ନିର୍ଦ୍ଧାରଣ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି। ବିଶ୍ୱ ସ୍ତରରେ ସ୍ଥିତି ଉତ୍ତେଦନା ପୂର୍ଣ୍ଣ ଥିଲେ ବି ଭାରତର ରପ୍ତାନୀ ଭଲ ଅଛି ବୋଲି ସେ କହିଛନ୍ତି। 

କେନ୍ଦ୍ର ସରକାରକାରଙ୍କର ଉତ୍ପାଦନ ମୂଳକ ପ୍ରୋତ୍ସାହନ (ପିଏଲଆଇ)ଯୋଗୁ ଭାରତର ରପ୍ତାନୀ ବଢ଼ିଛି। ପାରମ୍ପରିକ ରପ୍ତାନୀ ବ୍ୟତିତ ବିଭିନ୍ନ ଦିଗରେ ଭାରତ ରପ୍ତାନୀ କରିପାରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆର୍ଥିକ ବର୍ଷ ୨୦୨୫ରେ ଭାରତର ମୋଟ ରପ୍ତାନୀ ସର୍ବୋଚ୍ଚ ସ୍ତରରେ ପହଞ୍ଚି ୮୨୫ ବିଲିଅନ ଡଲାର ହୋଇଛି। ଏଥିରେ ଗତବର୍ଷ ଅପେକ୍ଷା ୬ ପ୍ରତିଶତ ଅଭିବୃଦ୍ଧି ଦେଖିବାକୁ ମିଳିଛି। ୨୦୧୩-୧୪ ରେ ୪୬୬ ବିଲିୟନ ଡଲାରର ରପ୍ତାନୀକୁ ଦେଖି ଆଜିର ରପ୍ତାନୀ ଦୁଇଗୁଣା ପାଖାପାଖି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। 

ମନ୍ତ୍ରୀ କହିଛନ୍ତି ଯେ ଗ୍ଲୋବାଲ ଭାଲ୍ୟୁ ଚେନ୍‌(ବିଶ୍ୱ ମୂଲ୍ୟ ଶୃଙ୍ଖଳ)ରେ ଭାରତର ଯୋଗଦାନ ବଢ଼ୁଛି। ଭାରତରେ ଆପଲ୍ ଇଣ୍ଡିଆର ଆଇଫୋନ୍ ଚୁକ୍ତିନାମା ନିର୍ମାତାମାନେ ବିଭିନ୍ନ ଭ୍ୟାରିଏଣ୍ଟରେ ୨୦% ଘରୋଇ ମୂଲ୍ୟ ବୃଦ୍ଧି (DVA) ସୀମା ଅତିକ୍ରମ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.